Advertisment

First Year of Mohan Govt:ମୋହନ ସରକାରର ପ୍ରଥମ ସ୍ବନକ୍ଷତ୍ର, ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପ୍ରଧାନମନ୍ତ୍ରୀ

ଜୁନ୍ ୨୦ରେ ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପିଏମ୍ ମୋଦି। ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବରେ ସାମିଲ ହୋଇ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟର କରିବେ ଲୋକାର୍ପଣ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ମୋହନ ସରକାର।

modi

modi

Advertisment

ଆସନ୍ତା ଜୁନ୍ ୧୨ରେ ମୋହନ ସରକାରର ପ୍ରଥମ ସ୍ବନକ୍ଷତ୍ର। ଲୋକାର୍ପଣ ହେବ ଭିଜନ୍ ଓଡ଼ିଶା ଡକ୍ୟୁମେଣ୍ଟ। ବିକଶିତ ଓଡ଼ିଶା ପାଇଁ ବଡ଼ ଲକ୍ଷ୍ୟ, ବଡ଼ ଯୋଜନା। ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି, କେବଳ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣକୁ ଅପେକ୍ଷା। ଆଉ ଲୋକାର୍ପିତ ହେବା ପରେ ପରେ ପ୍ରଥମ ଦିନରୁ ହିଁ କାମ ଆଗେଇବ, ସିଧାସଳଖ ମନିଟରିଂ କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।

Advertisment

ଜୁନ୍ ୨୦ରେ ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପିଏମ୍ ମୋଦି। ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବରେ ସାମିଲ ହୋଇ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟର କରିବେ ଲୋକାର୍ପଣ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ମୋହନ ସରକାର। ଭିଜନ ଡକ୍ୟୁମେଣ୍ଟ 2036 ପାଇଁ 36ଟି ପ୍ରସ୍ତାବ ନେଇ ତିଆରି ହୋଇଛି ବିକଶିତ ଓଡ଼ିଶାର ନକ୍ସା। ୨୦୩୬ ବେଳକୁ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାର ସମ୍ଭାବନା ରହିଛି। ଆଉ ୨୦୪୭ ବେଳକୁ ରାଜ୍ୟ ଅର୍ଥନୀତି ୧.୫ ଟ୍ରିଲିଅନ୍ ଡଲାର୍ ହେବ।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

୨୦୩୬ ବେଳକୁ ୧ କୋଟି ପାର ହୋଇଥିବ ନିଯୁକ୍ତି ସୁଯୋଗ। ଅର୍ଥନୀତି ସୁଦୃଢ଼ ହେବା ସହ ପୃଷ୍ଟି ହୀନତା, ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ, ଯୁବ ଓ ମହିଳାଙ୍କୁ ସଶକ୍ତ କରିବା, ଓଡ଼ିଆ ଅସ୍ମିତାକୁ ସୁରକ୍ଷା କଥା ବି ରହିଛି ସରକାରଙ୍କ ଭିଜନ ଡକ୍ୟୁମେଣ୍ଟରେ। ସେହିପରି ୨୦୩୬ ବେଳକୁ ୭୦ ପ୍ରତିଶତ ମହିଳାଙ୍କୁ କର୍ମଜୀବୀ କରିବାକୁ ଟାର୍ଗେଟ ରଖାଯାଇଛି। କର୍ପୋରେଟ୍ ସେକ୍ଟରରେ ୧୦୦ ଲକ୍ଷ କୋଟି ଇନଭେଷ୍ଟମେଣ୍ଟର ଟାର୍ଗେଟ୍ ରହିଚି। ସେହିପରି ୫ ବର୍ଷରେ ୫ ଲକ୍ଷ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Advertisment

ଜୁନ୍ ୧୩ରେ କଟକରେ ନାରୀ ଶକ୍ତି ସମାବେଶ, ଜୁନ୍ ୧୭ ରେ ବଲାଙ୍ଗିରରେ କୃଷି ସମାବେଶ, ୧୮ରେ ବାରିପଦାରେ ଆଦିବାସୀ ସମାବେଶ ଓ ୨୧ ତାରିଖରେ ବ୍ରହ୍ମପୁରରେ ହେବ ଯୁବ ସମାବେଶ।ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମ ସାରା ରାଜ୍ୟରେ ହେବ। ଏହା ବାଦ୍, ଭିଜନ୍ ଓଡିଶା ଡକ୍ୟୁମେଣ୍ଟରେ ଥିବା ଲକ୍ଷ୍ୟ ହାସଲ ପାଇଁ ମନିଟରିଂ କରିବ CMO। ପ୍ରତି ବିଭାଗରେ ସ୍ବତନ୍ତ୍ର ଭିଜନ୍ ଓଡିଶା ସେଲ୍ ଖୋଲାଯିବ। ପ୍ରତି ମାସରେ କାମର ଅଗ୍ରଗତି ନେଇ ସବୁ ବିଭାଗ ରିପୋର୍ଟ ଦେବେ। ଏଥିସହ ଭିଜନ୍ ଓଡିଶା ଡକୁମେଣ୍ଟ କାର୍ଯ୍ୟର ଅଗ୍ରଗତି ନେଇ ନଜର ରଖିବାକୁ କିଛି ଏଜେନ୍ସିି ମଧ୍ୟ ନିଯୁକ୍ତ ହେବେ। ଏନେଇ ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଅବଗତ କରିଛନ୍ତି।

ଅଧିକ ପଢ଼ନ୍ତୁ: ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍

Advertisment
Bhubaneswar Narendra Modi Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ