Advertisment

ଜିଲ୍ଲା ଖଣିଜ ପାଣ୍ଠିର ମହାଦୁରୁପଯୋଗ ଅଭିଯୋଗ; DMF ନାଁରେ ଖାଇଗଲେ କୋଟି କୋଟି ଟଙ୍କା...

ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Misuse of DMF Funds

ଖଣିଜ ସଂପଦ ଭରା ଜିଲ୍ଲାଗୁଡ଼ିକରେ DMF ବା ଜିଲ୍ଲା ଖଣିଜ ପାଣ୍ଠିର ବ୍ୟାପକ ଦୁରୁପଯୋଗ। ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ। ସବୁଠି ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ବିକାଶଠୁ ବହୁଦୂରରେ ଥିବା ଜିଲ୍ଲାଗୁଡ଼ିକର ଚିତ୍ର ସବୁ ଚକିତ କରୁଛି। 

Advertisment

ଜିଲ୍ଲା ଖଣିଜ ପାଣ୍ଠିର ମହାଦୁରୁପଯୋଗ ଅଭିଯୋଗ । DMF ନାଁରେ ଖାଇଗଲେ କୋଟି କୋଟି ଟଙ୍କା । ନା ଅଞ୍ଚଳର ହେଉଛି ବିକାଶ, ନା ଆଗକୁ ବଢ଼ୁଛି ପ୍ରକଳ୍ପ । ସୁନ୍ଦରଗଡ଼ ସହର ମଝିରେ ଥିବା ରାଜାରାଜୁଡା ଅମଳର ବିଜୁଳି ପୋଖରୀର। ଜିଲ୍ଲା ଖଣିଜ ପାଣ୍ଠିରୁ ୨୫ କୋଟି ଟଙ୍କା ଖର୍ଚ୍ଚରେ ଏହାର ସୌନ୍ଦର୍ଯ୍ୟକରଣ କାମ ଗତ ୨୦୨୦ରୁ ଆରମ୍ଭ ହୋଇଛି। ଯୋଜନା ରହିଛି, ପୋଖରୀ ପରିସରରେ ଥିବା ୧୬ ଏକର ଜାଗାରେ ଛୋଟ ପିଲାଙ୍କ ପାଇଁ ପାର୍କ, ୱାଟର୍ ଫାଉନଣ୍ଟେନ, ଫୁଡକୋର୍ଟ ଇତ୍ୟାଦି ତିଆରି କରିବା। ଦିଲ୍ଲୀର ଏକ ଘରୋଇ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ହେଲେ ୪ ବର୍ଷ ପରେ ବି ସରୁନି ଏହି ପ୍ରକଳ୍ପ କାମ। କେବଳ ଯାହା ମାଟିଖୋଳା ଏବଂ ପୋତା କାମ ସହ ପଥର ପ୍ୟାକିଂରେ ସୀମିତ ରହିଛି। ଏହି ପୋଖରୀର ସୌନ୍ଦର୍ଯ୍ୟକରଣ କାମ କେବେ ସରିବ ତାହା ଅସ୍ପଷ୍ଟ ଥିବାବେଳେ ମାଟି ପୋତି ଦିଆଯାଇଥିବାରୁ ଜଳସ୍ତର କମିଯାଇଛି।

DMF ଅନୁଦାନରେ ଏହି ପ୍ରସ୍ତାବିତ ପ୍ରକଳ୍ପ ଲାଗୁଛି ସତେ ଯେମିତି କୌଣସି ଅଳିଆ ଗଦା। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲଙ୍କ ପାଖରେ ମାମଲା ବି ପହଞ୍ଚିଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ସାରା ଜିଲ୍ଲାରେ ଡିଏମଏଫ୍ ନାଁରେ ପ୍ରାୟ ୨ ହଜାର କୋଟି ଟଙ୍କାର ହେରଫେର୍ ହୋଇଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି। 

Advertisment

ଖଣିଜ ସଂପଦରେ ଭରପୂର ଆଉ ଏକ ଜିଲ୍ଲା କେନ୍ଦୁଝରର । ଯେଉଁଠି କଣ୍ଟିଜେନ୍ସି ଫଣ୍ଡ ନାଁରେ ଉଡ଼ିଛି ୩୪ କୋଟି ଟଙ୍କା। ପାଇଖାନା ସଫା, ଶୌଚାଳୟ ମରାମତି, ପିଇବା ପାଣି, କଂପ୍ୟୁଟର ମରାମତି ସହ ଠିକା କର୍ମଚାରୀଙ୍କ ଦରମା ଓ ଗାଡ଼ି ତେଲ ବାବଦକୁ ୮ ବର୍ଷରେ ପାଣି ଭଳି ଖର୍ଚ୍ଚ କରାଯାଇଛି। DMF ଟ୍ରଷ୍ଟର ଜରୁରୀକାଳୀନ ଖର୍ଚ୍ଚ ପାଇଁ ଜରୁରୀକାଳୀନ ପାଣ୍ଠି ବା କଣ୍ଟିଜେନ୍ସି ଫଣ୍ଡ ରହିଥାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଗତ ୬ ବର୍ଷ ଭିତରେ ଏଥିରୁ ଖର୍ଚ୍ଚ ହୋଇଛି ୩୩ କୋଟିରୁ ଅଧିକ ଟଙ୍କା। ଖାସ୍ କରି ସାଧାରଣ ନିର୍ବାଚନ ପୂର୍ବରୁ ଏହି ପାଣ୍ଠିରୁ ଆଖିବୁଜା ଖର୍ଚ୍ଚ ହୋଇଛି। ଯାହାକୁ ନେଇ ବଢ଼ିଛି ନାନା ସନ୍ଦେହ। କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଥିବା ଶୌଚାଳୟର। ଏଠାକାର ଅବସ୍ଥା ନକହିବା ଭଲ। ଯାହାକୁ ନେଇ କେନ୍ଦୁଝର ସାଂସଦ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

୨୩ ଜୁନ୍ ୨୦୨୪ ଜନ୍ମମାଟି କେନ୍ଦୁଝରର ରାଇକଳାରୁ ପୂର୍ବ ବିଜେଡି ସରକାର ଓ ଖଣି ମାଫିଆଙ୍କୁ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଥିଲେ, ତତକାଳୀନ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ କେନ୍ଦୁଝରରୁ ହଜାର ହଜାର କୋଟିର ଖଣି ଲୁଟରେ ସଂପୃକ୍ତ ଥିଲେ। ସରକାରଙ୍କ ନଜରରେ ସେମାନେ ପଡିଛନ୍ତି, ଜଣେ ବି କେହି ବର୍ତ୍ତିବେନି ବୋଲି ସଫା ସଫା ଶୁଣାଇଥିଲେ ମୁଖ୍ୟମନ୍ତ୍ରୀ। ଏପରିକି କେନ୍ଦୁଝରରୁ ଝାରପଡା ଜେଲ ପଠାଯିବ ବୋଲି କହିଥିଲେ ମୋହନ।

DMF Fund
Advertisment
Advertisment