କାଳ ହେଲା ଆଚାର
ଛାତ ଉପରକୁ ଆଚାର ଆଣିବାକୁ ଯାଇଥିଲେ । ହେଲେ କାମୁଡି ଦେଲା ସାପ । ସାପ କାମୁଡାରେ ଚାଲିଗଲା ନାବାଳିକା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଲାଡାହୀ ରଙ୍ଗାମାଟିଆ ଗ୍ରାମରେ । ଏହି ଗ୍ରାମର ପ୍ରଶାନ୍ତ ଗାଣଙ୍କ ୬ ବର୍ଷର ଝିଅ କବିତା ଗାଣ ।
ଅଧିକ ପଢ଼ନ୍ତୁ: Odisha Govt On PESA Act: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ
କବିତା ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ଛାତ ଉପରେ ରହିଥିବା ଆଚାର ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାରରେ ଏକ ସାପ ତାଙ୍କ ହାତକୁ କାମୁଡି ଦେଇଥିଲା । ଏହାପରେ ସେ ଘରକୁ ଆସି ତାଙ୍କୁ ସାପ କାମୁଡି ଦେଇଥିବା କଥା କହିଥିଲେ ଏବଂ ବାନ୍ତି ମଧ୍ୟ କରିଥିଲେ । ଯାହାଫଳରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜଣାପଡିବା ପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ନାବାଳିକାଙ୍କ ଅକାଳ ବିୟୋଗକୁ ନେଇ ଡାକ୍ତରଖାନାରେ ଖେଳିଯାଇଛି ଶୋକାକୁଳ ପରିବେଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731675075.jpg)