• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କାରେ ବିକନ୍ତୁ ଆଳୁ । ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ଯିଏ ଆଳୁ ବିକିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ଗୋଦାମ ଯାଞ୍ଚ କରିଥିଲି, ସେଠି ଦର ୨୭ ଟଙ୍କା ରହିଛି । ସେ ହିସାବରେ ଖୁଚୁରା ଦର ୩୨ ଟଙ୍କା ରହିବା କଥା । ତେଣୁ ୩୨ ଟଙ୍କାରୁ ଅଧିକରେ କେହି ଆଳୁ ବିକନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ଆଳୁର ଅଭାବ ପ୍ରସଙ୍ଗରେ ଅପରାହ୍ନ ୩ଟାରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କହିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନ ହେଉଛି, ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ : ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡ଼ୁନି ପଶ୍ଚିମବଙ୍ଗ; ବଜାରରେ ଆକାଶଛୁଆଁ ଦର...

ସେପଟେ ଆଳୁ ଓଡ଼ିଶା ଆସୁନଥିବାରୁ ରାଜ୍ୟରେ ଆକାଶ ଛୁଆଁ ହେଲାଣି ଦର । ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ପୋଲିସ ଅଟକାଇଥିଲା । ତେବେ ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପୁଣି ଫେରିଯାଇଛନ୍ତି । ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ ଗୁଡ଼ିକୁ ଓଡ଼ିଶା ସୀମାରେ ପଶିବା ପାଇଁ ଛାଡ଼ି ନଥିବା ସୂଚନା ମିଳିଛି । ଆଳୁ ଓଡ଼ିଶା ବଜାରକୁ ଆସୁନଥିବାରୁ ଏବେ ବଜାରରେ ଆଳୁ କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି ହେଲାଣି । ଯେଉଁଠି ଲୋକେ କିଲେ, ଦି କିଲୋ ନେଉଥିଲେ ଏବେ ଅଧା କିଲୋ ନେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now