Advertisment

Millet Mission: ମିଲେଟ୍ ମିଶନରେ ଦୁର୍ନୀତିର ଗନ୍ଧ; ଯୋଜନା ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ଉଠିଲା ପ୍ରଶ୍ନ

ଯୋଜନା ଚାଲିଛି, ହେଉଛି ମେଳା ମହୋତ୍ସବ । ଚାଷୀ ପାଖରେ କିନ୍ତୁ ପହଞ୍ଚୁନି ସହାୟତା ! ମିଲେଟ ମିଶନକୁ ନେଇ ଚାଷୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।

ଅଦ୍ୟତନ ହୋଇଛି
Millet Mission Faces Allegations of Corruption

Millet Mission Faces Allegations of Corruption

Advertisment

ରାଜ୍ୟରେ ଅପପୁଷ୍ଟିର ଶିକାର ହୋଇଛି ସବୁଠୁ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ । ଚାଷୀଙ୍କ ଅଭିଯୋଗ ପ୍ରମାଣିତ କରୁଛି ଅନେକ ସ୍ଥାନରେ ଫେଲ ମାରିଛି ମିଲେଟ ମିଶନ । ପ୍ରକୃତ ଚାଷୀ ସହାୟତା ପାଇ ନଥିବା ବେଳେ ଯୋଜନା ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ। ମିଲେଟକୁ ନେଇ ମେଳା ମହୋତ୍ସବ ହେଉଥିଲେ ବି ଏହି ମିଶନ କିନ୍ତୁ ଯେତିକି ସଫଳ ହେବା କଥା ସେତି କି ହୋଇନି ଏହା ଜଳ ଜଳ ହୋଇ ଦିଶୁଛି। ତେବେ ଚାଷୀଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି କହିଛି ପ୍ରଶାସନ।

Advertisment

ମିଲେଟ୍ ମିଶନରେ ଦୁର୍ନୀତିର ଗନ୍ଧ । ଯୋଜନା ଚାଲିଛି, ହେଉଛି ମେଳା ମହୋତ୍ସବ । ଚାଷୀ ପାଖରେ କିନ୍ତୁ ପହଞ୍ଚୁନି ସହାୟତା ! ମିଲେଟ ମିଶନକୁ ନେଇ ଚାଷୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ନୂଆପଡା ଜିଲ୍ଲା ଉପାନ୍ତ ସିନାପାଲି ବ୍ଲକରେ ମାଣ୍ଡିଆ ମିଶନରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ପୂର୍ବ ସରକାର ବେଳେ ହୋଇଥିବା ମିଲେଟ ମିଶନରେ ସହାୟତା ପାଇନାହାନ୍ତି କି ଚାଷ କରିନାହାନ୍ତି । କିନ୍ତୁ ବ୍ୟାନର ଲଗାଇ ଚାଷୀଙ୍କ ଜାଲ ଦସ୍ତଖତ କରି ସରକାରୀ ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ନକଲି ଚାଷୀଙ୍କ ନାଁରେ ମିଛ ମାଣ୍ଡିଆ ଚାଷ ଦର୍ଶାଇ ମଣ୍ଡିରେ ବିକ୍ରି କରାଯାଉଥିବା ମଧ୍ୟ କହିଛନ୍ତି ଚାଷୀ । ନୂଆପଡ଼ା ଜିଲ୍ଲାରେ ମିଲେଟ ମଶନ ପାଇଁ ୨୦୧୭ରୁ ୨୦୨୪ ମଧ୍ୟରେ ୧୮ କୋଟି ୨୮ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟ ବରାଦରୁ ୧୬ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଏନେଇ ଅଭିଯୋଗ ପରେ ବି ତଦନ୍ତ ହେଉନଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲାପାଳ କହିଛନ୍ତି ଅଭିଯୋଗର ତଦନ୍ତ ହେବ।

ଏହା ସହ ପଢ଼ନ୍ତୁ: ଯାଜପୁରରେ ବିକାଶ ନାଁରେ ରାଜକୋଷ ଲୁଟ୍ ! ୯ କିଲୋମିଟର ରାସ୍ତାରେ ନିର୍ମାଣ ହୋଇଛି ୧୨ ସେତୁ...

Advertisment

କେବଳ ଉପାନ୍ତ ଜିଲ୍ଲା ନୁହେଁ ଖୋଦ ଖୋର୍ଦ୍ଧା ଜିଲ୍ଲାରେ ବି ସ୍ଲୋଗାନରେ ମାଣ୍ଡିଆ ମିଶନ ରହିଯାଇଥିବା ଅଭିଯୋଗ ଆସିଛି। ଜିଲ୍ଲାର ୧୦ଟି ବ୍ଲକରୁ ୮ଟି ବ୍ଲକରେ ପହଞ୍ଚି ନି ଏହି ଯୋଜନା । ଚାଷୀ ବି ଉପଯୁକ୍ତ ସହାୟତା ପାଉନଥିବା ଅଭିଯୋଗ ହୋଇଛି। ମାଣ୍ଡିଆ ଦିବସରେ ମାଣ୍ଡିଆକୁ ନେଇ ବେଶ୍ ଆଲୋଚନା, ସଭା ସମିତି, ମେଳା ମହୋତ୍ସବ ହେଉଛି। ହେଲେ ମାଣ୍ଡିଆ ଚାଷରେ ସାମିଲ ହୋଇଥିବା ଚାଷୀମାନେ କିନ୍ତୁ ବିଭାଗ ପକ୍ଷରୁ ପ୍ରୋସାହନ ପାଉନଥିବା ଅଭିଯୋଗ କରିଛନ୍ତି। 

କେବଳ ବାଣପୁର ଓ ଟାଙ୍ଗୀ ବ୍ଲକର ମାତ୍ର ୭୫୩ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି। କୃଷି ବିଭାଗ ଓ ଜିଲ୍ଲାପାଳ କହିଛନ୍ତି ଆଗାମୀ ଦିନରେ ମିଶନର ସଫଳତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ପୁଷ୍ଟିକର ଖାଦ୍ୟ କହିଲେ ପ୍ରଥମେ ମନକୁ ଆସେ ମାଣ୍ଡିଆ। ଏମିତି କି ବଜାରରେ ମାଣ୍ଡିଆ ପ୍ରତି ଚାହିଦା ବଢୁଥିବା ବେଳେ ମିଶନର ଏଭଳି ଗତି କିନ୍ତୁ ଚାଷୀଙ୍କୁ ହତାଶ କରିଛି । 

Advertisment
Odisha News Corruption Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ