• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କ୍ଷେତରେ ହସୁଛି ମାଣ୍ଡିଆ । ଶତାଧିକ ହେକ୍ଟର ଚାଷ ଜମିରେ କରାଯାଇଛି ମାଣ୍ଡିଆ ଚାଷ । ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ । ବ୍ଲକରେ ଥିବା ୧୧୦ଟି ଗାଁରେ ମାଣ୍ଡିଆ ଚାଷ ହେଉଛି । ଚାଷୀମାନଙ୍କୁ ଉନ୍ନତମାନର ବିହନ ସାଙ୍ଗକୁ ପ୍ରଥମ ବର୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହଯୋଗ କରାଯାଉଛି । ତା’ସହ ଚାଷୀଙ୍କୁ ମିଳିଛି ବିଭିନ୍ନ ସୁବିଧା ସୁଯୋଗ । ମାଣ୍ଡିଆ ବିକ୍ରି ପାଇଁ ବ୍ଲକରେ ଚାରିଟି ମଣ୍ଡିର ବ୍ୟବସ୍ଥା  କରାଯାଇଛି। ଏହାଦ୍ୱାରା ଚାଷୀମାନେ ସହଜରେ ଓ ଠିକ୍ ଦାମରେ ମାଣ୍ଡିଆ ବିକ୍ରି କରିପାରୁଛନ୍ତି ।

ଅଧିକ ପଢ଼ନ୍ତୁ: ଛତୁ ଚାଷ ଦେଇଛି ପରିଚୟ; ଆତ୍ମନିର୍ଭର ହେବା ସହ ରୋଜଗାର ଯୋଗାଉଛନ୍ତି ବିଶିକେସନ

କିଛି ବର୍ଷ ପୂର୍ବେ ଚାଷୀମାନେ କମ୍ ଉତ୍ପାଦନ ଓ ଅଭାବୀ ବିକ୍ରି ପାଇଁ କ୍ଷୁଦ୍ର ଶସ୍ୟ ଚାଷ ପ୍ରତି ମୁହଁ ଫେରାଇ ନେଇଥିଲେ । ଏହାର ଉପାଦେୟତା ଓ ପୁଷ୍ଟିକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ଓଡ଼ିଶା ସରକାର ମିଲେଟ ମିଶନ ଆରମ୍ଭ କରିଥିଲେ । ରାଜ୍ୟର ପ୍ରତ୍ୟେକ ଘରେ ମାଣ୍ଡିଆ ପହଞ୍ଚାଇବା ଓ ଏହାରି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ଏହାର ଲକ୍ଷ୍ୟ ଥିଲା । ଏବେ ଏହା ଏକ ବିପ୍ଳବରେ ପରିଣତ ହୋଇଛି । କମ୍ ବର୍ଷାରେ ଏହି ଚାଷ ହେଉଥିବାରୁ ଚାଷୀମାନେ ସରକାରୀ ପ୍ରୋତ୍ସାହନ ପାଇ ଚାଷ କରୁଛନ୍ତି । ସରକାର ପିଡିଏସରେ ମଧ୍ୟ ମାଣ୍ଡିଆ ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଯିବ ବୋଲି କୃଷି ବିଭାଗ କହିଛି।

ବିଭିନ୍ନ ମେଳାରେ ଏସଏଚଜି ମହିଳା ମିଲେଟରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରି ବିକ୍ରି କରୁଛନ୍ତି । ଯାହାକି ଏବେ ଲୋକଙ୍କ ପସନ୍ଦ ପାଲଟିଛି । ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ମାଣ୍ଡିଆ ଗୁଣ୍ଡ ଯୋଗାଇ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: Special Story: ନିଶା ହେଲା ପେଶା; ମହୁ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...

OTV is now on Whatsapp

Join and get latest news update delivered to you via whatsapp

Join Now