/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757490483.jpg)
milk adulteration
ଆଠଗଡ : ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ | ମାଡି ବସିଲା ପୋଲିସ | ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଘଟଣାସ୍ଥଳରୁ କ୍ଷୀର ଟ୍ୟାଙ୍କର ଜବତ ହୋଇଛି । ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି ।
ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରଣ ଚାଲିଥିବା ନେଇ ନଜର ରଖିଥିଲା ପୋଲିସ। ମେସିନ୍ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଇ ବଜାରକୁ ଛଡ଼ାଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି |
ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ ଏକ କେମିକାଲ ଅପ ମିଶ୍ରିତ କରି ଦିଆ ଯାଉଥିଲା । । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି । ପୋଲିସ ର ତଦନ୍ତ ପରେ ଖୋଲିବ କ୍ଷୀର ଅପମିଶ୍ରଣର ରହସ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)