/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711282708.jpg)
Migrant labourer
ସରୁନି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର । ଦିଗପହଣ୍ଡ ଅଞ୍ଚଳର ଶିବ ନିର୍ଯାତନାର ଶିକାର । ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ । ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ ।
Advertisment
ପରିବାର ଲୋକଙ୍କ ଅଭିଯୋଗ ପରେ ପାଟପୁର ପୋଲିସ ଯାଇ ତାଙ୍କୁ ଉଦ୍ଧାର କରିଛି । ପାଟପୁର ଥାନା ପଳାସପୁର ଗାଁର ନିରଞ୍ଜନ ନାଇକଙ୍କ ପୁଅ ଶିବ ନାଇକଙ୍କ ସହ ଅନ୍ୟ ଛଅ ଜଣ ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣେ ଦଲାଲ ତାଙ୍କୁ ପୁନେ ନେଇ ଯାଇଥିଲେ ।
ପୁନେରେ ଦଲାଲ ଜଣକ ଦାଦନ ସର୍ଦ୍ଦାରଙ୍କ ଠାରୁ ତିନିଲକ୍ଷ ୫୦ ହଜାର ଟଙ୍କାରେ ଶ୍ରମିକଙ୍କୁ ଛାଡି ସେଠାରୁ ପଳାଇ ଆସିଥିଲା । ଧିରେ ଧିରେ ନିର୍ଯାତନା ବଢୁଥିବାରୁ ଶିବଙ୍କୁ ଛାଡି ଅନ୍ୟ ମାନେ ସେଠାରୁ ପଳାଇ ଆସିଥିଲେ । ପରେ ଶିବର ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)