/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724597688.jpg)
Medical Building
ଭିତ୍ତିଭୂମି ସୁଧାରିଦେଲେ ସ୍ୱାସ୍ଥ୍ୟସେବାରେ ସୁଧାର ଆସେନି । ବ୍ୟବସ୍ଥାରେ ସୁଧାର ଆସିବାକୁ ସଠିକ ଭିତ୍ତିଭୂମିର ଆବଶ୍ୟକତା ରହିଛି । କୋରାପୁଟ ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗତ ୬ ବର୍ଷ ହେବ ଜୟପୁରକୁ ସ୍ଥାନାନ୍ତରିତ ହୋଇଥିଲେ ବି ସ୍ୱାସ୍ଥ୍ୟସେବା ସୁଧୁରୁନି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ନିର୍ମାଣରେ ବିଳମ୍ବ ଏବଂ ବିଭାଗୀୟ ଦାୟିତ୍ୱ ହୀନତା ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି କରିଛି ।
ଚକାଚକ୍ ଦିଶୁଛି ହସ୍ପିଟାଲ୍ ବିଲ୍ଡିଂ । ହେଲେ ରୋଗୀଙ୍କ କାମରେ ଆସୁନି । କାହିଁକି ନା ଦୀର୍ଘ ୪ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଛି ଯେ ସରିବାର ନା ଧରୁନି । ଜାତୀୟ ରାଜପଥ ୨୬ ନିକଟ ଫୁଲବାଡ଼ରେ ନିର୍ମାଣଧୀନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠା । ବର୍ଷ ପରେ ବର୍ଷ ବିତୁଛି ହେଲେ ବ୍ୟବହାର ଉପଯୋଗ ହୋଇପାରୁନି ।
ଏପରିକି ନିକଟରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୬ ବର୍ଷ ହେଲାଣି ଅବ୍ୟବସ୍ଥା ମଧ୍ୟରେ ଅସ୍ଥାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ରୋଗୀ ସେବା । ଡାକ୍ତରଙ୍କୁ ଦେଖାଇବାକୁ ଲାଗିଛି ଲମ୍ବା ଲାଇନ୍ । କେବଳ ସେତିକି ନୁହେଁ ନିରାମୟ ଔଷଧ ପାଇଁ ବି ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡୁଛି ।
ଆବଶ୍ୟକ ବେଡ୍ ନଥିବାରୁ ବାରଣ୍ଡାରେ ଟ୍ରିଟମେଣ୍ଟ ହେଉଛନ୍ତି ରୋଗୀ । ମେଡିସିନ ଓପିଡି ବିଭାଗ ଚାମ୍ବର ସଂଧ୍ୟା ୬ଟା ପରେ ତାଲା ଝୁଲୁଛି । ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଜୟପୁର ବାସିନ୍ଦା । ୨୦୨୦-୨୧ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଗତବର୍ଷ ଅଗଷ୍ଟ ୨୫ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବାର ଥିଲା । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ୮୪ କୋଟି ଟଙ୍କାର ବ୍ୟୟ ଅଟକଳରୁ ବଢି ୧୩୪ କୋଟି ଟଙ୍କାରେ ପହଞ୍ଚିଛି । ଏବେ ବିଦ୍ୟୁତ ସଂଯୋଗୀକରଣ ସହ ପାନୀୟ ଜଳ ସଂଯୋଗୀକରଣ ହୋଇପାରି ନାହିଁ । ସେପଟେ ରାସ୍ତା ଓ ଗୃହ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ସମସ୍ତ କୋଠା ନିର୍ମାଣ କାର୍ଯ୍ୟ ସରିଛି, ବିଦ୍ୟୁତ ସଂଯୋଗୀକରଣ ପାଇଁ ବିଭାଗକୁ ଚିଠି କରାଯାଇଥିବା କହିଛନ୍ତି ।
ଏପଟେ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ କହୁଛନ୍ତି ଗତ ଅଗଷ୍ଟ ମାସରୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଯାହା ଆବଶ୍ୟକତା ରହିଛି ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଜଣାଇଛୁ ହେଲେ ସେଠାରେ ବିଳମ୍ବ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)