Advertisment

Maoist Conflict: ଅପରେସନ୍ ‘କଗାର୍’ ପରେ...,ମାଓବାଦୀଙ୍କ ନୂଆ ଚାଲ୍ ନା ମୂଳପୋଛ ଭୟ?

ଦିନେ ଯାହା ହାତରେ କଥା କହୁଥିଲା ଗୁଳି ବନ୍ଧୁକ, ତାଙ୍କରି ମୁହଁରେ ଏବେ ମାଓ ଯନ୍ତ୍ରଣାର ଗାଥା । ଦିନେ ଯିଏ ଅଗନାଅଗନି ବନସ୍ତରେ ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢୁଥିଲେ । ସିଏ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନକ୍ସଲବାଦ ବଦଳରେ ବିକାଶର ବାର୍ତ୍ତା ଦେଉଛନ୍ତି।

ନୂଆ ଚାଲ୍ ନା ମୂଳପୋଛ ଭୟ ?

ନୂଆ ଚାଲ୍ ନା ମୂଳପୋଛ ଭୟ ?

Advertisment

ଗୋଟିଏ ପଟେ ନିର୍ଣ୍ଣାୟକ ମୋଡ଼ରେ ମାଓ ବିରୋଧରେ ସୁରକ୍ଷାକର୍ମୀଙ୍କ ଲଢ଼େଇ ,ଅନ୍ୟପଟେ ଶାନ୍ତି ପାଇଁ ଲାଲ୍ କ୍ୟାଡରଙ୍କ ସର୍ତ୍ତମୂଳକ ଅପିଲ୍। କଥା କଥାରେ ବନ୍ଧୁକ ଉଠାଇ ହିଂସା ଭିଆଉଥିବା ଲାଲବାହିନୀର ଏହା ଭିନ୍ନ ଏକ ଚାଲ୍ ନୁହେଁ ତ?

Advertisment

ଦିନେ ଯାହା ହାତରେ କଥା କହୁଥିଲା ଗୁଳି ବନ୍ଧୁକ, ତାଙ୍କରି ମୁହଁରେ ଏବେ ମାଓ ଯନ୍ତ୍ରଣାର ଗାଥା । ଦିନେ ଯିଏ ଅଗନାଅଗନି ବନସ୍ତରେ ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢୁଥିଲେ । ସିଏ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନକ୍ସଲବାଦ ବଦଳରେ ବିକାଶର ବାର୍ତ୍ତା ଦେଉଛନ୍ତି।

ଓଡ଼ିଶା ବୋର୍ଡର ମାଓ ଡିଭିଜନର ସଦସ୍ୟା ଭାବେ ଦୀର୍ଘବର୍ଷ ଧରି କାମ କରିଥିବା ମାଳତୀଦେବୀ ବର୍ତ୍ତମାନ ମାଲକାନଗିରି କୋର୍ଟ ପରିସରରେ ପିଅନ ଭାବେ କାମ କରୁଛନ୍ତି । ସେ ଆନ୍ଧ୍ର-ଓଡ଼ିଶା ବୋର୍ଡର ମାଓ ଡିଭିଜନର ସଦସ୍ୟା ଭାବେ ଦୀର୍ଘବର୍ଷ ଧରି କାମ କରିଥିଲେ । ମାଳତୀଦେବୀ ୨୦୧୬ରେ ପୋଲିସ ନିକଟରେ ଆତ୍ମସମପର୍ଣ କରିଥିଲେ । କୋରାପୁଟ ଓ ନାରାୟଣପାଟଣା ଥିଲା ତାଙ୍କ ଅପରେସନ୍ ଇଲାକା । ସେହି ସମୟରେ ପେଟକୁ ଗଣ୍ଡେ ଖାଇବାକୁ ପାଉନଥିବା ମାଳତୀ, ଏବେ କଷ୍ଟରୁ ମୁକ୍ତି ମିଳିଥିବା କହିଛନ୍ତି ।

Advertisment

ଏଭଳି କେତେ ଯେ ମାଳତୀ ମାଓକ୍ୟାମ୍ପରେ ସଂଘର୍ଷ କରିଛନ୍ତି, ଭୋକ ଶୋଷରେ ସଢ଼ିବା ସହ ମାଓ ଦମନ ଅପରେସନରେ ଆଖି ବୁଜିଛନ୍ତି । ଗତ କିଛିବର୍ଷ ହେଲା, ଭୁଶୁଡ଼ିବାରେ ଲାଗିଛି ଲାଲଗଡ଼ । ସେ ଓଡ଼ିଶା ହେଉ ଅବା ସୀମାନ୍ତ ଛତିଶଗଡ଼ । ଓଡ଼ିଶା ଡିଜିପି ୱାଇ.ବି.ଖୁରାନିଆଙ୍କ କହିବା କଥା, ଓଡ଼ିଶାରେ ପୂର୍ବରୁ ୨୧ଟି ଜିଲ୍ଲା ଥିଲା ମାଓପ୍ରବଣ । ଏବେ ତାହା ୭କୁ ଖସିଆସିଛି ।

ଅଧିକ ପଢ଼ନ୍ତୁ: ୱକ୍‌ଫ ସଂଶୋଧନ ବିଲ୍: ଆଭିମୁଖ୍ୟ ବଦଳାଇଲା ବିଜେଡି, ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି

Advertisment

ଓଡ଼ିଶା-ଛତିଶଗଡ଼ ସୀମାରେ ମାଓ ଗତିବିଧି ଉପରେ ନଜର ରହିଥିବାବେଳେ ବିଭିନ୍ନ ସ୍ଥାନରେ ଚାଲିଛି ସର୍ଚ୍ଚ ଅପରେସନ । ତେଣୁ ହିଂସା ଛାଡ଼ି ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ଡିଜିପି । ୨୦୨୬ ମସିହା ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀଙ୍କୁ ମୂଳପୋଛ ଲକ୍ଷ୍ୟରେ ଜାରି ରହିଥିବା ଅପରେସନ୍ ‘କଗାର୍’ ପରଠୁ ଥରୁଛି ନକ୍ସଲ୍ ଗଡ଼ । ‘କଗାର୍’ ଅର୍ଥ ଶେଷ ସୀମା ।

ସୁରକ୍ଷାକର୍ମୀଙ୍କୁ ଗୋଟିଏ ପରେ ଗୋଟିଏ ମିଶନରେ ମିଳିବାରେ ଲାଗିଛି ସଫଳତା । ତାହାରି ଭିତରେ ସର୍ତ୍ତ ସହିତ ଶାନ୍ତି ଆଲୋଚନା ଚାହିଁଛି ମାଓ ସଂଗଠନ । ପ୍ରେସନୋଟ୍ ଜାରି କରି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି କହିଛି, ଅପରେସନ ‘କଗାର’ ବନ୍ଦକଲେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ।

ତେବେ ପୂର୍ବତନ ଡିଜିପି ସଞ୍ଜୀବ ମାରିକ କହିଛନ୍ତି, ଗତ ୨ ବର୍ଷ ହେବ ଚାଲିଥିବା ମାଓ ଦମନ ଅପରେସନରେ ସେମାନେ ଭୟଭୀତ । ଯେଉଁଠି ମାଓବାଦୀ ଦୁର୍ବଳ ଅନୁଭବ କରନ୍ତି, ସେଇଠି ପଛଘୁଞ୍ଚା ଦିଅନ୍ତି । ନଚେତ୍ ଶାନ୍ତିର ବାର୍ତ୍ତା ନାଁରେ ବଳ ଗୋଟାଇବାର ଚାଲ୍ ଚଳାନ୍ତି । ଛତିଶଗଡ଼ର ସମ୍ପୂର୍ଣ୍ଣ ମାଓପ୍ରଭାବିତ ଅଞ୍ଚଳରେ ଗତ ୧୫ ମାସ ମଧ୍ୟରେ ୩୩୪ ମାଓବାଦୀ ନିହତ ହେଲେଣି । ତା’ମଧ୍ୟରେ ଗତ ୩ ମାସରେ ଅବିଭକ୍ତ ବସ୍ତର ଜିଲ୍ଲାରେ ଗଲାଣି ୧୧୭ ନକ୍ସଲଙ୍କ ଜୀବନ ।

ଅଧିକ ପଢ଼ନ୍ତୁ: ବର୍ବରତାର ସୀମା ଟପିଲେ, ବ୍ଲେଡରେ ହାତକୁ କାଟିବା ପରେ...

Anti Naxal Operation Naxal Violence Naxal Attack Odisha Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ