• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏକ୍ସଟେସନ୍ ହେଲା ଚିଫ୍ ସେକ୍ରେଟାରୀ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ମୋହନ ସରକାରରେ ଆହୁରି ବର୍ଷେ କାମ କରିବେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଦାୟିତ୍ବ ନେବାର ୬ ମାସ ମଧ୍ୟରେ ରାଜ୍ୟ ସରକାରର ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ମନୋଜ । ଆଗକୁ ସରକାରରେ ଆହୁରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିବା କୁହାଯାଉଛି । ଆସନ୍ତା ୩୧ ତାରିଖରେ ସରୁଥିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।

ମନୋଜଙ୍କ ଉପରେ ପୁଣି ମୋହନ ସରକାରଙ୍କ ଭରସା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଚାକିରି ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ୱର ୩୧ରେ ସରୁଥିଲା ମନୋଜଙ୍କ ୩୪ ବର୍ଷର ଚାକିରି କାର୍ଯ୍ୟକାଳ । ତେବେ କାର୍ଯ୍ୟଦକ୍ଷତା ଏବଂ ନୂଆ ସରକାରର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଭୂମିକାକୁ ଦେଖି କାର୍ଯ୍ୟକାଳକୁ ଆହୁରି ବର୍ଷେ ପାଇଁ ବୃଦ୍ଧି କରାଯାଇଛି । ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଜୁଲାଇ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଆଉ ଏହି ୬ ମାସ ମଧ୍ୟରେ ସେ ନୂଆ ସରକାରଙ୍କ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଛନ୍ତି । ୨୪ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ମଧ୍ୟ ବଡ ଭୂମିକା ନିଭାଇଛନ୍ତି ମନୋଜ। ସେପଟେ ଆଇନ୍ ମନ୍ତ୍ରୀ କହିଛନ୍ତି ଚିଫ ସେକ୍ରେଟାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି।

ଅଧିକ ପଢ଼ନ୍ତୁ: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ

ତେବେ କାହିଁକି ମୋହନ ସରକାରଙ୍କ ପ୍ରଥମ ପସନ୍ଦ ମନୋଜ ଆହୁଜା ? କେନ୍ଦ୍ର ସରକାରଙ୍କ ଗୁଡ୍ ବୁକରେ ଥିବାରୁ ଡେପୁଟେସନରେ ଆସି ଚିଫ୍ ସେକ୍ରେଟାରୀ ହୋଇଥିଲେ ମନୋଜ ଆହୁଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପସନ୍ଦ ବୋଲି କୁହାଯାଉଥିବା ମନୋଜ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ମଧ୍ୟ ବିଶ୍ବସ୍ତ ପାଲଟି ଯାଇଥିବା କୁହାଯାଉଛି । କାର୍ଯ୍ୟଭାର ସମ୍ଭାଳିବା ପରେ ମନୋଜଙ୍କ ନେତୃତ୍ବରେ ଇନପୁଟ ସବସିଡି, ସୁଭଦ୍ରା ଭଳି ବିଜେପି ସରକାରର ଲୋକାଭିମୁଖୀ ଯୋଜନାର କ୍ରିୟାନ୍ବୟନ ହୋଇଛି । ଓଡ଼ିଶାକୁ ଶିଳ୍ପ କରିଡର ଭାବେ ପ୍ରତିଷ୍ଠା କରିବା ଦିଗରେ ବଡ଼ ଭୂମିକା ନେଉଛନ୍ତି ମନୋଜ ।

ଆସନ୍ତା ଜାନୁଆରୀରେ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଭଳି ମେଗା ଇଭେଣ୍ଟ ହେବାକୁ ଯାଉଛି । ଯେଉଁଥିରେ ମନୋଜଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ଏଥିସହିତ ଆଗକୁ ଆହୁରି ଅନେକ ଯୋଜନାକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏହାକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ବଢାଇଛନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅପରପକ୍ଷରେ ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ କହିବା କଥା ମନୋଜ ନିଜ କାର୍ଯ୍ୟକାଳରେ ପ୍ରଶାସନ ଓ ସରକାରଙ୍କ ଭିତରେ ସମନ୍ୱୟ ରଖିବାରେ ସଫଳ ହୋଇଛନ୍ତି । ଏବେ ଦେଖିବା କଥା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ସଫଳ କରିବାରେ ମନୋଜ କିଭଳି ଭୂମିକା ନିଭାଉଛନ୍ତି ।

ଅଧିକ ପଢ଼ନ୍ତୁ: ଅପହରଣର ଡ୍ରାମା କରି ୫୦ ଲକ୍ଷ ମାଗିଲେ...ଏବେ ନଦୀପଠାରୁ ମୃତଦେହ ଉଦ୍ଧାର

  • Reported by:
  • RASHMIRANJAN DAS , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now