• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ସ୍ଥିତି ଓ-ହବ୍ ବିଲଡିଂରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଆ ଉଦ୍ୟୋଗୀଙ୍କୁ ଷ୍ଟାର୍ଟ ଅପ୍ ପାଇଁ ଜାଗା ଯୋଗାଇ ଦେବାରେ ପୂର୍ବ ବିଜେଡି ସରକାର ଅଣଦେଖା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ମନ୍ତ୍ରୀ ଓ-ହବରେ ପହଞ୍ଚି ଯାଞ୍ଚ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ କାମ କରିବାକୁ ହେଲେ ଓଡ଼ିଆ ଭାଷା ଶିଖିବାକୁ ପଡ଼ିବ । ଗାଁ ଗହଳିର ଲୋକେ ହିନ୍ଦୀ ବୁଝନ୍ତିନି । ସମସ୍ତଙ୍କ ପାଇଁ ଓଡ଼ିଆ ହିଁ ଠିକ୍ । ଏଣୁ ଓଡ଼ିଆ ଶିଖନ୍ତୁ ବୋଲି ସ୍ଥାନୀୟ ଅଧିକାରୀଙ୍କୁ ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ମନ୍ତ୍ରୀ । ସେପଟେ ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଇନଫୋସିଟି-୨ କ୍ୟାମ୍ପସରେ ୨୦୨୧ରେ ଉଦଘାଟିତ ହୋଇଥିଲା ବହୁତଳ ବିଶିଷ୍ଟ ଏ ଓ-ହବ୍ ବିଲ୍ଡିଂ ।

ଉଦ୍ଦେଶ୍ୟ ଥିଲା, ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଠାରେ ରିହାତି ଦରରେ ଅଫିସ ପାଇଁ ଜାଗା ଯୋଗାଇଦେବା । ହେଲେ ଓଡ଼ିଆ ଉଦ୍ୟୋଗୀଙ୍କ ବଦଳରେ ଏହି ବିଲ୍ଡିଂରେ ଅଫିସ ପାଇଁ MNCଙ୍କୁ ଜାଗା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାପରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ?

ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ? ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉଦ୍ୟୋଗୀଙ୍କୁ ହତାଶ କରାଯାଇଛି । କୋଟି କୋଟି ଟଙ୍କା ବ୍ୟୟରେ ଷ୍ଟାର୍ଟଅପ୍ ପାଇଁ ତିଆରି ହୋଇଥିବା ଓ-ହବ ବିଲ୍ଡିଂ ରେ ହୋଇଥିଲା ଚଞ୍ଚକତା ।

ଯାଜପୁର ଜିଲ୍ଲାର ଯୁବ ଶିଳ୍ପଦ୍ୟୋଗୀ ସୁବ୍ରତ କର । ୨୦୨୩ ରେ ନିଜ ଷ୍ଟାର୍ଟଅପ୍ ମୋଟର ଫ୍ଲୋର୍ ଡଟ୍ କମ୍ ପାଇଁ ଷ୍ଟାର୍ଟଅପ ଓଡିଶା ଦ୍ୱାରା ନିର୍ମିତ ଓ-ହବ୍ ବିଲଡିଂରେ ଜାଗା ମାଗିଥିଲେ ସୁବ୍ରତ । ହେଲେ ବିଭିନ୍ନ ଆଳ ଦେଖାଇ ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷ ତାଙ୍କୁ ଜାଗା ଯୋଗାଇ ଦେଇ ନଥିଲେ । ଅପରପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ IBM ଓ E&Y ଭଳି ବହୁରାଷ୍ଟ୍ରୀୟ କମ୍ପାନିକୁ ବିଲଡିଂର ଏକ ବଡ଼ ଅଂଶକୁ ଟେକି ଦିଆ ଯାଇଥିଲା ।

ଏ ଓ-ହବ୍ ବିଲ୍ଡିଂରେ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ରହିଛି ୪ ଲକ୍ଷ ବର୍ଗଫୁଟ୍ ଜାଗା । ଉଦ୍ଦେଶ୍ୟ ଥିଲା, ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଠାରେ ରିହାତି ଦରରେ ଅଫିସ ପାଇଁ ଜାଗା ଯୋଗାଇଦେବା । ହେଲେ ଓଡ଼ିଆ ଉଦ୍ୟୋଗୀଙ୍କ ବଦଳରେ ଏହି ବିଲ୍ଡିଂରେ ଅଫିସ ପାଇଁ MNCଙ୍କୁ ଜାଗା ଯୋଗାଇ ଦିଆଯାଇଛି ।

ଏମିତିକି ଷ୍ଟାର୍ଟଅପ୍ ଓଡ଼ିଶା ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ ରହିଥିଲେ ମଧ୍ୟ ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର ସତେ ଯେମିତି ଏହାକୁ ନିଜର ବିଲ୍ଡିଂ ଭାବି ବିଦେଶୀ କମ୍ପାନିଙ୍କୁ ଟେକି ଦେଇଥିବା ଅଭିଯୋଗ ଉଠିଛି । କେବଳ ସେତିକି ନୁହେଁ, ଷ୍ଟାର୍ଟଅପ୍ ଉପରେ କୌଣସି ଜ୍ଞାନ ନ ଥିବା STPIର ପୂର୍ବତନ ମହାନିର୍ଦ୍ଦେଶକ ଓମ୍‌କାର ରାଏଙ୍କୁ ଅବସର ପରେ ଅହେତୁକ ଅନୁକମ୍ପା ଦେଖାଇ ଏହାର ଅଧ୍ୟକ୍ଷ ପଦବୀରେ ବସାଇଥିଲେ ପୂର୍ବର ବିଜେଡି ସରକାର । ଏମିତିକି ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ଦରମା-ଭତ୍ତା ଓ ସବୁ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now