Advertisment

Lost Son Returns Home After 10 Years: ୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ, ଖୋଜି ଆଣିଲେ ମୋହନ ସରକାର

ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ସହ କଳି ବିବାଦ କାରଣରୁ ୨୦୧୬ ମସିହାରେ କମଳାକାନ୍ତ ସୀମାଙ୍କ ବାପଘରେ ପଶି ତାଙ୍କୁ ମାଡ଼ ମାରିବା ସହ ୪ ବର୍ଷର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଥିଲେ। ସୀମା ନିଜ ପରିବାର ସହ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ କୋଉଠି ପାଇ ନଥିଲେ। ଦିନ ରାତି ସେ ତାଙ୍କ ପୁଅକୁ ଝୁରି ଝୁରି ହେଉଥିଲେ। ଶେଷରେ ଆଜି ତାଙ୍କ ମୁହଁରେ ହସ ଫୁଟିଛି ।

ଅଦ୍ୟତନ ହୋଇଛି
pua

pua

Advertisment

୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ। ବାପା ମାଡ଼ ମାରି ମାଆ ଠୁ ପୁଅକୁ ଛଡ଼ାଇ ନେଇ ଲୁଚାଇ ଦେଇଥିଲେ। ବିଜେଡି ନେତାଙ୍କ ଚାପରେ ମାଆଙ୍କୁ ନ୍ୟାୟ ମିଳି ନଥିଲା। ହେଲେ ମୋହନ ସରକାର ଆସିଲେ ନ୍ୟାୟ ଦେଲେ । 

Advertisment

ଆଉ ୧୦ ବର୍ଷ ପରେ ମାଆ କୋଳକୁ ଫେରିଲା ହଜିଲା ପୁଅ। ଏ କାହାଣୀ ହେଉଛି ବାଲେଶ୍ୱରର ସୀମା ଶତପଥୀଙ୍କର। ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ସହ କଳି ବିବାଦ କାରଣରୁ ୨୦୧୬ ମସିହାରେ କମଳାକାନ୍ତ ସୀମାଙ୍କ ବାପଘରେ ପଶି ତାଙ୍କୁ ମାଡ଼ ମାରିବା ସହ ୪ ବର୍ଷର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଥିଲେ। ସୀମା ନିଜ ପରିବାର ସହ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ କୋଉଠି ପାଇ ନଥିଲେ। ଦିନ ରାତି ସେ ତାଙ୍କ ପୁଅକୁ ଝୁରି ଝୁରି ହେଉଥିଲେ। ଶେଷରେ ଆଜି ତାଙ୍କ ମୁହଁରେ ହସ ଫୁଟିଛି ।

ତେବେ ପୁଅ ନମିଳିବାରୁ ଆଇନର ଆଶ୍ରୟ ନେଇଥିଲେ ସୀମା। ହେଲେ ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟ ଜଣେ ବିଜେଡି ନେତା ହୋଇଥିବାରୁ ସେ ଦୌଡି ଦୌଡି ଥକିଯାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା। ସେହି ନେତାଙ୍କ ଚାପରେ ପୋଲିସ ତାଙ୍କ ଅଭିଯୋଗ ଶୁଣୁନଥିଲା ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନାବାଳକଙ୍କ ଅଜା। ହେଲେ ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ପୀଡ଼ିତା। ଆଉ ପୋଲିସ ତତ୍ପରତା ଦେଖାଇଥିଲା ଓ ତାଙ୍କ ପୁଅକୁ ଖୋଜିଥିଲା।

Advertisment

ସରକାରଙ୍କ ନିର୍ଦ୍ଦେଶ ପରେ ଆଇଜିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଦିଲ୍ଲୀ ଯାଇଥିଲା। ଆଉ ଜସ୍ବଲ ଭିଲେଜରେ କମଳାକାନ୍ତ ପୁଅକୁ ଲୁଚେଇଥିବା କଥା ଖବର ମିଳିଥିଲା। ପରେ ପୋଲିସ ସେଠାରେ ପହଞ୍ଚି କମଳାକାନ୍ତଙ୍କୁ ଗିରଫ କରିବା ସହ ନାବାଳକଙ୍କୁ ଉଦ୍ଧାର କରି ବାଲେଶ୍ବର ଆଣିଛି।

ବିଜେଡି ସରକାର ସୀମାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିଲା। ହେଲେ ମୋହନ ସରକାର ତାଙ୍କ ଦୁଃଖ ଶୁଣିଥିଲେ। ଆଉ ହଜିଥିବା ପୁଅ ଆଜି ତାଙ୍କ ପାଖକୁ ଫେରୁଛି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୀମାଙ୍କ ପରିବାର ।

Advertisment

ଅଧିକ ପଢ଼ନ୍ତୁ: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍‌ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ

Balasore Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ