Advertisment

ପିଲାରଟିଏ ବି ପଡ଼ିଲାନି, ଖାଇଗଲେ ପୋଲ ଟଙ୍କା !

ନାବାର୍ଡ ସହାୟତାରେ ୩୫ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପୋଲ କାମକୁ ୨୭ କୋଟି ୯୬ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଠିକାଦାର ପୂର୍ତ୍ତ ବିଭାଗ ସହ ଚୁକ୍ତି ସ୍ଵାକ୍ଷର କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Bridge Problem

୨୦୨୧ରୁ ଏଠି ପୋଲ କାମ ଚାଲିଛି ଯେ ଚାଲିଛି... ସରିବାର ନାଁ ଧରୁନି । ନିର୍ମାଣ ଅବଧି ସିନା ସରିଗଲା, ହେଲେ ପିଲାରଟିଏ ବି ଛିଡ଼ା ହୋଇପାରିଲାନି । ୨୦୨୧ରୁ ୨୦୨୪ ବିତିଗଲା ୩ ବର୍ଷ, ହେଲେ ପୋଲ ତ ଦୂରର କଥା ପୋଲ ପାଇଁ ଛିଡ଼ା ହେବାକୁ ଥିବା ପିଲାରଟିଏ ଦେଖିପାରିଲେନି ଏଠିକାର ବାସିନ୍ଦା । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।

Advertisment

ଏଠାରେ ପୋଲ ନିର୍ମାଣ ପାଇଁ ୨୦୨୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ଶୁଭ ଦେଇଥିଲେ । ନାବାର୍ଡ ସହାୟତାରେ ୩୫ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପୋଲ କାମକୁ ୨୭ କୋଟି ୯୬ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଠିକାଦାର ପୂର୍ତ୍ତ ବିଭାଗ ସହ ଚୁକ୍ତି ସ୍ଵାକ୍ଷର କରିଥିଲେ । ଯାହାର କାର୍ଯ୍ୟ ଅବଧି ୨୦୨୪ ଜୁଲାଇ ୭ ତାରିଖ ସୁଦ୍ଧା ରହିଥିଲା । ହେଲେ ଏହାର ସମୟ ସୀମା ଶେଷ ହୋଇଥିଲେ ମଧ୍ୟ କାମ ଯେମିତି ଶୂନ।

ଅଧିକ ପଢ଼ନ୍ତୁ: କଟକରେ 5-T କାମରେ ମହାଦୁର୍ନୀତି; ନିର୍ମାଣାଧୀନ ସ୍ପୋର୍ଟସ କଂପ୍ଲେକ୍ସରେ ବ୍ୟବହାର ହେଉଛି ପୁରୁଣା ସାମଗ୍ରୀ

Advertisment

ପୋଲ କାମ ସମ୍ପୂର୍ଣ୍ଣ ହେଲେ ନଦୀ ପାଖରେ ଥିବା ୨୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହୋଇପାରିବେ । ପୋଲ ଖଣ୍ଡିଏ ନଥିବା କାରଣରୁ ମାତ୍ର ୧ କିଲୋମିଟର ବାଟ ଯିବାକୁ ହେଲେ ଅଞ୍ଚଳବାସୀଙ୍କୁ ୧୫ କିମି ରାସ୍ତା ବୁଲି ବୁଲି ଯିବାକୁ ପଡୁଛି । ଠିକାଦାର ଜଣକ ପୋଲ କାମକୁ ମନ୍ଥର ଗତିରେ ଜାରି ରଖିଥିବାରୁ ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଯଥା ଶୀଘ୍ର ପୋଲ କାମ ସାରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଅଂଚଳବାସୀ । ତେବେ ଅଂଚଳବାସୀଙ୍କ ସମସ୍ୟା କେବେ ଦୂର ହେବ ଓ ସମସ୍ୟାକୁ ସରକାର କେତେ ଗୁରୁତର ସହ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Odisha News
Advertisment
Advertisment