‘ବଳକା ଦାରୁରେ ଦିଅଁ ମିଛ’
ଦୀଘା ଦିଅଁ ଦ୍ବନ୍ଦ୍ବ ଦୂର କଲେ ଆଇନ ମନ୍ତ୍ରୀ । କହିଲେ ବଳକା ଦାରୁରେ ସେଠି ବିଗ୍ରହ ନିର୍ମାଣ କଥା ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ଯାହା କହିଛନ୍ତି, ତାହା ମିଛ । ଭୁବନେଶ୍ବରର ଜଣେ ଶିଳ୍ପୀ ନିମ୍ବ କାଠରେ ତାକୁ ତିଆରି କରିଛନ୍ତି । ସେପଟେ ରାମକୃଷ୍ଣଙ୍କୁ ୭ଦିନ ଭିତରେ ସନ୍ତୋଷଜନକ ଉତ୍ତର ରଖିବାକୁ କୁହାଯାଇଛି, ନହେଲେ ତାଙ୍କ ବିରୋଧରେ ଆକ୍ସନ ହେବ। ତେଣେ ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିରରେ ପୂଜା ନୀତି ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ସହ ଗଣମାଧ୍ୟମ ଆଗରେ ଠାକୁରଙ୍କ ଗୁପ୍ତ ନୀତିକାନ୍ତି ପ୍ରଘଟ ନକରିବା ଉଦ୍ଦେଶ୍ୟରେ SOP ଆସିବ ବୋଲି କହିଛନ୍ତି ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ତେଜୁଛି 'ଜଗନ୍ନାଥ ଧାମ' ବିବାଦ, କ'ଣ କହିଲେ ଗଜପତି ମହାରାଜା ?
ବଳକା ଦାରୁରେ ଦୀଘା ମୂର୍ତ୍ତି ନିର୍ମାଣ ମିଛ । ଭୁବନେଶ୍ବରର ଜଣେ ଶିଳ୍ପୀ ନିମ୍ବ କାଠରେ ତିଆରି କରି ଦେଇଛନ୍ତି ଦୀଘା ବିଗ୍ରହ । ଏଭଳି ସ୍ପଷ୍ଟୋକ୍ତି ରଖି ଦୀଘା ଦିଅଁ ବିବାଦକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବରେ ଆଇନମନ୍ତ୍ରୀ ଲଗାଇଛନ୍ତି ବ୍ରେକ୍, ମନ୍ତ୍ରୀ କହିଛନ୍ତି- ମହାରଣା ସେବକଙ୍କ ସହ ଆଲୋଚନା ପରେ ଏକଥା ସ୍ପଷ୍ଟ ହୋଇଛି । ବଳକା ଦାରୁରେ ଅଢ଼େଇ ଫୁଟର ମୂର୍ତ୍ତି ନିର୍ମାଣ ଅସମ୍ଭବ, ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ଏହା କହୁ କହୁ କହି ଦେଇଛନ୍ତି। ଭୁବନେଶ୍ବରର ଶିଳ୍ପୀ ସୁଦର୍ଶନ ମହରଣା ନିମ୍ବ କାଠରେ ତିଆରି କରିଥିବା ମୂର୍ତ୍ତିକୁ ହିଁ ରାମକୃଷ୍ଣ ଦୀଘାରେ ଦେଇଛନ୍ତି। ଯେହେତୁ ରାମକୃଷ୍ଣଙ୍କ ମନ୍ତବ୍ୟ ଶ୍ରଦ୍ଧାଳୁଙ୍କୁ କଷ୍ଟ ଦେଇଛି । ତେଣୁ ତା’ର ବିଚାର ଚାଲିଛି । ୭ ଦିନରେ ତାଙ୍କୁ ଜବାବ ଦେବାକୁ କୁହାଯାଇଛି, ସନ୍ତୋଷଜନକ ଉତ୍ତର ନମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ।
ତାସହ ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି- ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଥିବା ଦାରୁ ଘରେ ହିଁ କେବଳ ବଳକା ଦାରୁ କାଠ ରଖାଯିବ। ୧୯୯୫-୯୬ରେ ଭୁଲ କ୍ରମେ କିଛି ବଳକା ଦାରୁ ସେବାୟତ ନିଜ ପାଖରେ ରଖିଥିଲେ । ଏବେ ସବୁ ଦାରୁ କାଠକୁ ଗଣତି କରାଯାଇ ପୁନଶ୍ଚକୁ ଦାରୁ ଗୃହକୁ ଫେରାଇ ଅଣାଯିବ ।
ତେବେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଯେ କୌଣସି ସ୍ଥାନରେ ନିର୍ମାଣ ପାଇଁ ମନା ନାହିଁ, ହେଲେ ସବୁଠି ଯେପରି ଦୈନ୍ୟଦିନ ନୀତିକାନ୍ତି ଓ ସେବାପୂଜା ଏକା ପ୍ରକାର ଚାଲିବ ସେ ନେଇ ଏକ ମାର୍ଗଦର୍ଶିକା ବି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଶ୍ରୀମନ୍ଦିର ଛତିଶା ନିଯୋଗ ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ମାର୍ଗଦର୍ଶିକା ପ୍ରସ୍ତୁତ ପରେ ତାକୁ ସବୁ ଜଗନ୍ନାଥ ମନ୍ଦିରମାନଙ୍କୁ ପଠାଯିବ । ତାସହ ସେବାୟତଙ୍କ ପାଇଁ ମଧ୍ୟ ଏସଓପି ଆସିବ କହିଛନ୍ତି ଆଇନମନ୍ତ୍ରୀ । ଶ୍ରୀମନ୍ଦିର ସେବାୟତ କେଉଁଠିକୁ ଯିବେ ? ସେବାପୂଜା ସମ୍ପର୍କରେ କ’ଣ କହିବେ ? କ’ଣ ଗୋପନ ରଖିବେ ? ତାହା ମଧ୍ୟ ଉକ୍ତ ଏସଓପିରେ ସ୍ଥିର ହେବ ।
ସେପଟେ ଶ୍ରୀମନ୍ଦିର ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଉଦ୍ୟମକୁ ସ୍ବାଗତ କରିଛନ୍ତି ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ। ତେବେ ଦୀଘା ଯାଇ ସେଠୁ ମହାପ୍ରଭୁଙ୍କ ସମ୍ପର୍କରେରେ ମିଛ କଥା କହି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଖେଳିଥିବା ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଉଚିତ୍ ଆକ୍ସନ ଦାବିରେ ଏବେ ବି ଅଟଳ ଅଛନ୍ତି ବୁଦ୍ଧୀଜୀବୀ ଓ ଶ୍ରୀମନ୍ଦିରର ଅନ୍ୟ ସେବକ । ୭ ଦିନରେ ସନ୍ତୋଷଜନକ ଉତ୍ତର ନମିଳିଲେ ତାଙ୍କୁ ଗିରଫ ସହ ମହାପ୍ରଭୁଙ୍କ ସେବାରୁ ନିଲମ୍ବନ ସପକ୍ଷରେ ବି ମତ ରଖିଛନ୍ତି ବରିଷ୍ଠ ସେବକ ।
ଏବେ ଦେଖିବାର କଥା, ରାମକୃଷ୍ଣ ଦାସମହାପାତ୍ର ୭ ଦିନ ଭିତରେ ରଖୁଛନ୍ତି କି ପ୍ରକାର ଉତ୍ତର ? ତାସହ ଆଗକୁ ସେବାୟତଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନ ଆଣୁଛି କି ପ୍ରକାର ଗାଇଡଲାଇନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746464718.jpg)