Astrospeak
  • Live TV
  • Read In English

Law Minister Slams Congress: ବିରୋଧୀ କଂଗ୍ରେସର ପୋଲ୍ ଖୋଲିଦେଲେ ଆଇନମନ୍ତ୍ରୀ

ବିଧାନସଭାରେ ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି । ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ । କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ ।

BJP Vs Congress
ବିରୋଧୀଙ୍କ ପୋଲ୍ ଖୋଲିଲେ ।

ବିଧାନସଭା ଅଚଳ କରିବାକୁ ଅଛିଣ୍ଡା ଅଙ୍କର ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ । ବିଧାନସଭାରେ ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି । ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ । କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ ।

କୌଣସି ନିର୍ଦ୍ଦିଷ୍ଟ ବଡ଼ ଧରଣର ଘଟଣାର ତଦନ୍ତ ପାଇଁ ହାଉସ କମିଟି ଗଠନ ହୁଏ । କିନ୍ତୁ, ପୂରା ଘଟଣାରେ ହାଉସ୍ କମିଟି ଗଠନ ଅବାସ୍ତବ । ଏଭଳି ଅଛିଣ୍ଡା ଅଙ୍କ କହି ବିଧାନସଭା ୱାଶ୍-ଆଉଟ୍ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ । କଂଗ୍ରେସ ଘଣ୍ଟ ବାଡ଼େଇ, ଗୁଣ୍ଡାରାଜ କରି ପବିତ୍ର ଗୃହର ଅପମାନ କରିଛି ।

ମାର୍ଚ୍ଚ ୭ରୁ ୧୩ ଦିନ ହେଲା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଧାନସଭା ଚଳାଇବାକୁ ଦିନକୁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଗୃହ ଚଳାଇ ଦିଆନଯିବା ଦ୍ବାରା ରାଜକୋଷକୁ ବି କ୍ଷତି ହେଉଛି। କଂଗ୍ରେସ ୨୭ ତାରିଖରେ ଆନ୍ଦୋଳନ କରିବାକୁ ଥିବାରୁ, କୌଣସି ପ୍ରକାର ବିଧାନସଭା ଚଳାଇ ନଦେବାକୁ କୁଆଡ଼େ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ।

 

ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି କହି ବିଜେଡିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପୃଥ୍ବୀରାଜ । ପ୍ରମୁଖ ବିରୋଧୀଦଳ ବିଜେଡି ଆଜି କଂଗ୍ରେସ ସହ ଭାବଦୋସ୍ତିରେ ଅଛି ବୋଲି କହିଛନ୍ତି । ସେହିପରି କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ ଅଭିଯୋଗକୁ ଆଇନମନ୍ତ୍ରୀ ଖଣ୍ଡନ କରିଛନ୍ତି । ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କହିବା ସହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କବାଟକୁ ଗୋଇଠା ମରାଯାଇଛି ଏବଂ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ବୋଲି କଂଗ୍ରେସ ଉପରେ ପାଲଟା ଆରୋପ ଲଗାଇଛନ୍ତି ପୃଥ୍ବୀରାଜ ।

ଅଧିକ ପଢ଼ନ୍ତୁ;  ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ