Advertisment

ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼; ଗରମ ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତଙ୍କ ଛୁଟୁଛି ସୁଅ...

ଚାରିଦ୍ବାର ଫିଟିବା ପରେ, ଭକ୍ତଙ୍କ ଭିଡ଼ରେ ଫାଟିପଡ଼ୁଛି ଶ୍ରୀମନ୍ଦିର। ଏପଟେ ରଜଛୁଟି ଓ ରବିବାର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଲୋକ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Puri Srimandir

ବଡ଼ ଦେଉଳର ଚାରିଦ୍ବାର ଖୋଲାଯିବା ପରେ, ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼। ରଜଛୁଟି ବି ବଢ଼ାଇଛି ଭକ୍ତ ସମାଗମ। ଶ୍ରୀମନ୍ଦିର ବାହାର ଅପେକ୍ଷା, ଭିତରେ ଦର୍ଶନ ବେଳେ ଅଧିକ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଆଗକୁ ଏହା ଅଧିକ ସୁଚାରୁ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ।  

Advertisment

ଚାରିଦ୍ବାର ଫିଟିବା ପରେ, ଭକ୍ତଙ୍କ ଭିଡ଼ରେ ଫାଟିପଡ଼ୁଛି ଶ୍ରୀମନ୍ଦିର। ଏପଟେ ରଜଛୁଟି ଓ ରବିବାର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଲୋକ। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ବସ୍ତି ମିଳିଥିଲେ ବି, ମନ୍ଦିର ଭିତରେ ଭିଡ଼ ସମ୍ଭାଳିବା ମୁସ୍କିଲ ହୋଇପଡ଼ିଛି । ବେଶୀ ସମସ୍ୟା ଦେଖାଦେଉଛି ସାତ ପାହାଚ, ଗରୁଡ଼ ଖମ୍ବ, ଜଗମୋହନ ଓ ବାହାର କାଠ ପାଖରେ । ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆଶାନୁରୂପ ବିଶେଷ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ପରିସରରେ ସମୟ ବିତାଇବାର ସୁଯୋଗ ସୃଷ୍ଟି ହୋଇଥିଲେ ବି, ମହାପ୍ରଭୁଙ୍କ ଦର୍ଶନ ସୁଚାରୁ ରୂପେ ହୋଇପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି।

କଣ କଲେ, ଶ୍ରୀମନ୍ଦିର ଭିତରେ କମିବ ଭିଡ଼ ? ବରିଷ୍ଠ ସେବାୟତଙ୍କ ମତରେ ୪ ଦ୍ବାରରେ ଭକ୍ତଙ୍କ ପାଇଁ ୱେଟିଂ ରୁମ୍ କରାଯାଉ। ସେଠି ଫ୍ୟାନ୍ ଓ ଏସି ବ୍ୟବସ୍ଥା ସହ ଟୟଲେଟ୍ ସୁବିଧା ରଖାଯାଉ । ଭକ୍ତମାନେ ଯେ କୌଣସି ଦ୍ବାରରେ ପ୍ରବେଶ ପୂର୍ବରୁ କିଛି ସମୟ ସେଠି ଥକ୍କା ମେଣ୍ଟାଇ ପାରିବେ । ଗୁରଡ଼ ଖମ୍ବ ନିକଟରେ ଥିବା ପଣ୍ଡା ଦ୍ବାରକୁ ଶୀଘ୍ର ଖୋଲି ଦିଆଯାଉ । ଯଦ୍ବାରା ଗରୁଡ଼ଖମ୍ବ ପାଖରୁ ଦର୍ଶନ ସାରି ଆଉ ଭିତରକୁ ଯିବାକୁ ଚାହୁଁନଥିବା ଭକ୍ତ ସେ ଦ୍ବାରରେ ସହଜରେ ପ୍ରସ୍ଥାନ କରିପାରିବେ। ସେମିତି ବାହାର କାଠ ପରିବର୍ତ୍ତେ, ଭିତର କାଠ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଉ। ନାଟ ମଣ୍ଡପ ଭିତରେ ରହିଥିବା ଆଲମାରି ଓ ଅନ୍ୟ ଆସବାବପତ୍ର ସବୁକୁ କାଢ଼ି ନିଆଯାଉ, ଯଦ୍ବାରା ବାହାରକାଠ ଦର୍ଶନ ପରେ ଭକ୍ତ ସୁବିଧାରେ ବାହାରି ପାରିବେ। ତା’ସହ ମହାପ୍ରଭୁଙ୍କ ବଲ୍ଳଭ ଚାଲିଥିବାବେଳେ ଦର୍ଶନ ବନ୍ଦ କରନଯାଉ ଓ ଛୋଟ ଛୋଟ ନୀତି କାନ୍ତି ସମୟରେ ଦର୍ଶନ ଚାଲୁ ରଖାଯାଉ ବୋଲି ବରିଷ୍ଠ ସେବାୟତ ପରାମର୍ଶ ଦେଇଛନ୍ତି।

Advertisment

ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗରେ ଆଲୋଚନା ପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ପରିଚାଳନା କମିଟି ବୈଠକ ଓ ଛତିଶାନିଯୋଗ ବୈଠକ ବସିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଭିଡ଼ ନିୟନ୍ତ୍ରଣ ପାଇଁ ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି, ଆଇନଶୃଙ୍ଖଳା ଏଡିଜି ନିଜେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଆହୁରି ଅଧିକ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।

Puri Srimandir Devotees Lord Jagannath
Advertisment
Advertisment