/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730130932.jpg)
Jeypore Road Block
ଜୟପୁର ସହରର ଜନଗହଳିପୂର୍ଣ୍ଣ ଏମଜି ରୋଡ୍ । ଏହି ରାସ୍ତାରେ ପୂର୍ବରୁ ଦୁଇ ଚକିଆ ସହ ଚାରିଚକିଆ ଏପରିକି ବସ୍ ବି ଆରାମରେ ଯିବା ଆସିବା କରୁଥିଲା । ମାତ୍ର ଗଲା କେଇ ବର୍ଷ ହେବ, ୨ ଚକିଆ ଯିବା ବି କାଠିକର ପାଠ ହୋଇଯାଉଛି । ଟିକିଏ ଅସାବଧାନ, ଆଉ ଦୁର୍ଘଟଣାର ଆଶଙ୍କା ।
ଅଂଚଳଟି ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଟ୍ରାଫିକ୍ ନିୟମକୁ ଫୁ’ କରି ଏଠି ବଢିଚାଲିଛି କାରବାର । ଫଳରେ ବଢୁଛି ଜବରଦଖଲ, ହେଉଛି ରାସ୍ତା ଜାମ୍ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ସହର ଜୟପୁର । ସହରର ବିକାଶ ପାଇଁ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ହେଉଛି ମାପଚୁପ ।
ମାତ୍ର ଧର୍ମକୁ ଆଖିଠାର୍ ଭଳି କେବଳ ଲୋକଦେଖାଣିଆ କାମ ହେଉଥିବା ଏବଂ ଉଚ୍ଛେଦ କରାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ । ଅନ୍ୟପଟେ ଉଚ୍ଛେଦ ନକରି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଗତ ଅକଟୋବର ୯ ତାରିଖରେ ଏମଜି ରୋଡ୍, କୁମ୍ଭାରସାହି ଓ ଏନକେଟି ରାସ୍ତା ନିର୍ମାଣ ପାଇଁ ୮୨ ଲକ୍ଷ ୪୪ ହଜାର ଟଙ୍କାର ଟେଣ୍ଡର ନୋଟିସ୍ କରିଛନ୍ତି । ଯାହାକୁ ନେଇ ବଢିଛି ବିବାଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)