Advertisment

LAccMI Bus Services: ବ୍ଲକରୁ ଜିଲ୍ଲା ମହକୁମା କେବେ ଚାଲିବ ଲକ୍ଷ୍ମୀବସ୍ ? ବସଷ୍ଟାଣ୍ଡରେ ପଡ଼ି ପାଲଟିଲାଣି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଲକ୍ଷ୍ମୀ ବସ୍। ହତଶିରୀ ସ୍ଥିତି। କୋରାପୁଟ ହେଉ କି ରାୟଗଡ଼ା, ନବରଙ୍ଗପୁର ହେଉ ଅବା ମାଲକାନଗିରି। ସବୁଠି ବସ୍‌ଷ୍ଟାଣ୍ଡରେ ଖତ ଖାଉଛି ଶୀତତାପ ନିୟନ୍ତ୍ରିତ ଅରଖ ନୂଆ ଲକ୍ଷ୍ମୀ ବସ୍।

undefined

LAccMI Bus Services in Koraput

Advertisment

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୟନୀୟ ସ୍ଥିତିରେ ଲକ୍ଷ୍ମୀବସ। ବସ୍ ମାଲିକ ସଂଘର ବିରୋଧରୁ ବ୍ଲକରୁ ଜିଲ୍ଲା ମହକୁମା ଯାଏଁ ଚଳାଚଳ ପାଇଁ ଆସିଥିବା ବସ୍ ସବୁ ଦୀର୍ଘମାସ ଧରି ପଡ଼ି ପଡ଼ି ଖତ ଖାଉଛି। କିଛି ବସ୍ ତ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି। ଯାହାକୁ ନେଇ ଅସନ୍ତୋଷ ତେଜିଥିବା ବେଳେ ମନ୍ତ୍ରୀ କିନ୍ତୁ କହିଛନ୍ତି ସବୁ ରୁଟରେ ବସ୍ ଚଳାଇବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। 

Advertisment

ଲକ୍ଷ୍ମୀ ବସ୍। ହତଶିରୀ ସ୍ଥିତି। କୋରାପୁଟ ହେଉ କି ରାୟଗଡ଼ା, ନବରଙ୍ଗପୁର ହେଉ ଅବା ମାଲକାନଗିରି। ସବୁଠି ବସ୍‌ଷ୍ଟାଣ୍ଡରେ ଖତ ଖାଉଛି ଶୀତତାପ ନିୟନ୍ତ୍ରିତ ଅରଖ ନୂଆ ଲକ୍ଷ୍ମୀ ବସ୍। ଖାଲି ଖତ ଖାଉନି। ଘଟଣା ରାୟଗଡ଼ା ଆରଏମସି କାର୍ଯ୍ୟାଳୟ ସମ୍ମୁଖର। ଧାଡ଼ି ଧାଡ଼ି ହୋଇ ୧୧ ଏସି ବସ୍ ଠିଆ ହୋଇଛି।ସେଥିରୁ କେଉଁ ବସ୍ ଭିତରେ ମଦ ବୋତଲ ଗଡୁଛି, ତ କେଉଁଠି ଚାଖଣା। କାହାର ସିଟ୍ ଛିଡ଼ି ତୁଳା ବାହାରି ଗଲାଣି  ତ କାହାର ବନେଟ୍ ମେଲା। ଯାତ୍ରୀଙ୍କ ସେବାରେ ନଲାଗିଲେ କଣ ହେଲା, ଅନ୍ୟ ବସର ଟାୟାର, ଯନ୍ତ୍ରାଂଶ ପାଇଁ କେମିତି କିଛି ଏସି ବସ୍ ଗୋଦାମ ଘର ପାଲଟିଛି, ତା ବି ଦେଖନ୍ତୁ। ରାଜ୍ୟରେ ଲକ୍ଷ୍ମୀବସ ସେବାର ଶୁଭାରମ୍ଭ ହୋଇଥିବା ମାଲକାନଗିରି ଅବସ୍ଥା ବି ତଦ୍ରୁପ, ଜିଲ୍ଲା ସଦର ମହକୁମାରେ ଠିଆ ହୋଇଥିବା ବସ୍ ଭଳି ସବୁ ବ୍ଲକରେ ଦୟନୀୟ ସ୍ଥିତିରେ ପଡ଼ିରହିଛି ୭ଟି ଏସି ବସ୍। ସେହିପରି କୋରାପୁଟର ବିଭିନ୍ନ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ ପାଇଁ ଆସିଥିବା 21ଟି ବସ୍ ନବନିର୍ମିତ ସେମିଳିଗୁଡ଼ା ବସ୍‌ଷ୍ଟାଣ୍ଡରେ ଧାଡ଼ି ହୋଇ ଠିଆ ହୋଇଥିବା ବେଳେ, ଅପରପକ୍ଷେ ଜନଅସନ୍ତୋଷକୁ ଏଡ଼ାଇବାକୁ ନବରଙ୍ଗପୁର ଜିଲ୍ଲା ପାଇଁ ଆସିଥିବା 9ଟି ଏସି ବସକୁ ସବୁ ବ୍ଲକକୁ ପଠାଇ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ରୁଷର କାଜାନ୍ ଉପରେ ୟୁକ୍ରେନର କାମାକାଜି ଆଟାକ୍; ତାଜା ହେଲା 9/11 ଆତଙ୍କୀ ହମଲା କଥା

Advertisment

ହେଲେ କାହିଁକି ଲକ୍ଷ୍ମୀ ବସର ଏ ସ୍ଥିତି ? କାହିଁକି ରାସ୍ତାରେ ନଗଡ଼ି ପଡ଼ି ରହିଛି କୋଟି କୋଟି ଟଙ୍କାରେ କିଣା ଯାଇଥିବା ଏ ବସ୍ ସବୁ ? ଅଭିଯୋଗ ହେଉଛି, 24 ନିର୍ବାଚନ ବୈତରଣୀ ପାର ହେବାକୁ ଯେନତେନ ପ୍ରକାରେ ପୂର୍ବ ସରକାରଙ୍କ ଯୋଜନା ଆରମ୍ଭ କରିଦେବା କର୍ତ୍ତୃତ୍ବର ଫଳ ଇଏ । କାହିଁକିନା, ପଞ୍ଚାୟତରୁ ବ୍ଲକ୍ ଯାଏଁ ତ ଲକ୍ଷ୍ମୀ ବସ୍ ଗଡୁଛି। ହେଲେ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଇବା ନେଇ ସରକାରଙ୍କ ସେ ସମୟର ନିଷ୍ପତ୍ତିକୁ ବସ୍ ମାଲିକ ସଂଘର ବିରୋଧ ଆଭିମୁଖ୍ୟ ଆଜି ଯାଏଁ ବଦଳିନି। ଯେଉଁଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପାଖାପାଖି 48 ବସ୍ ପଡ଼ି ପଡ଼ି ନଷ୍ଟ ହେଉଛି। ଚାଲିବାର ବାଟ ଫିଟୁନି। 

ଏପରିକି ନୂଆ ସରକାର ଆସିବାର 6 ମାସ ପରେ ବି ସମାଧାନର ରାସ୍ତା ବାହାରି ପାରୁ ନଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ତେବେ ପରିବହନ ମନ୍ତ୍ରୀ କହିଛନ୍ତି ସବୁ ରୁଟରେ ଲକ୍ଷ୍ମୀବସ୍ ଚଳାଇବା ପାଇଁ ଅତିଶୀଘ୍ର ପଦକ୍ଷେପ ନିଆଯିବ। ଗ୍ରାମାଞ୍ଚଳରେ ଯାତ୍ରୀପରିବହନକୁ ସୁଗମ କରିବା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ବସ୍ ସବୁର ଭାଗ୍ୟ କେବେ ଖୋଲୁଛି ଏବେ ତା ଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

Bus Bus Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ