/odishatv-khabar/media/post_attachments/uploadimage/library/16_9/16_9_0/hyena_1723043091.jpg)
hyena
ଭାଲୁ ପରେ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି ହେଟା ବାଘ । କୋରାପୁଟ ବୋରିଗୁମ୍ମା ବନଖଣ୍ଡରେ ଗାଁରେ ବୁଲୁଛି ହେଟା ବାଘ । ଗତକାଲି ଠାରୁ ବୋରିଗୁମ୍ମା କୋଣାଗାଁରେ ହେଟାବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କୁ ଦେଖିଲେ ହେଟା ଗୋଡ଼ାଉଥିବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ସେପଟେ ବୋରିଗୁମ୍ମା ବନଖଣ୍ଡ କର୍ମଚାରୀ ଖବର ପାଇ ଗାଁରେ ପହଞ୍ଚି ହେଟାବାଘକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି ।
ଆଜି ସକାଳେ କିଛି ଯୁବକ ଶୌଚ ହେବାକୁ ଗାଁ ନିକଟ ପୋଖରୀକୁ ଯାଇଥିଲେ। ଏହି ସମୟରେ ସେମାନେ ହେଟାବାଘ ହାବୁଡ଼ରେ ପଡ଼ି ଯାଇଥିଲେ। ହେଟାବାଘଟି ଯୁବକମାନଙ୍କୁ ଦେଖି ଗୋଡ଼ାଇ ଥିଲା। ଯୁବକମାନେ ଜୀବନବିକଳରେ ଦୌଡ଼ି ପଳାଇ ଆସିଥିଲେ। ଏନେଇ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ବୋରିଗୁମ୍ମା ବନଖଣ୍ଡ କର୍ମଚାରୀ ଗାଁରେ ପହଞ୍ଚି ହେଟାବାଘଟି ଧରିବାକୁ ଚେଷ୍ଟା ଜାରି ରଖିଛନ୍ତି।
ଏବେ ହେଟାବାଘ ଭୟରେ ଗ୍ରାମବାସୀ ଭୟବୀତ ହୋଇପଡ଼ିଛନ୍ତି। ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଘରୁ ବାହାରକୁ ଯିବା ପାଇଁ ଡରୁଛନ୍ତି। ବନ ବିଭାଗ କର୍ମଚାରୀମାନେ ଗାଁରେ ପାଟ୍ରୋଲିଂ କରୁଛନ୍ତି। ଗାଁ ଲୋକଙ୍କୁ ମଧ୍ୟ ସଚେତନତା କରାଉଛନ୍ତି।
ଅନ୍ୟପଟେ ଦୀର୍ଘ ୭୨ ଘଣ୍ଟା ପରେ ଫାର୍ମ ହାଉସରୁ ଧରା ହେଲା ଭାଲୁ। ବନ ବିଭାଗ ଟିମକୁ ନାକେଦମ୍ କରିବା ପରେ ଶେଷର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଆଉଁଳି ଫାର୍ମ ହାଉସରେ ଯନ୍ତାରେ ପଡ଼ିଲା ଭାଲୁ। କାବୁ କରିବା ବେଳେ ରେସକ୍ୟୁ ଟିମର ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ଗତ ୩ ଦିନ ହେବ ଫାର୍ମ ହାଉସରେ ଭାଲୁଟି ଆତଙ୍କ ଖେଳାଇଥିଲା। ଦୁଇ ଦିନ ହେଲା ତାକୁ କାବୁ କରିବା ପାଇଁ ବନ ବିଭାଗ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)