KIIT Student Death Case: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

କିଟ୍‌ କାଣ୍ଡ, ଅଚ୍ୟୁତ୍ ହାଜର

KIIT କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତତେବେ ଏହା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଥିଲେ । ସେହିପରି ସେଦିନ ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ । ତେବେ କିଟ୍‌ର ଏହି ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରିଥିଲା ଉଚ୍ଚସ୍ତରୀୟ କମିଟି । ଏହା ସହ ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କିଟ୍‌ ମାମଲାରେ ଗତକାଲି ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ହୋଇଥିଲା । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି