Advertisment

KIIT Student Death Case: କୁତ୍ସିତ କାରନାମା, ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା; ଭୟଙ୍କର ସନ୍ଦେହ ଘେରରେ କର୍ତ୍ତୃପକ୍ଷ

ବୟଫ୍ରେଣ୍ଡର ବ୍ଳାକମେଲ୍ ପରେ ଗୁମୁରି ଗୁମୁରି କାନ୍ଦୁଥିଲା...ଭିତରେ ଭିତରେ ଜଳୁଥିଲା...ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା...। ବାରମ୍ବାର କାକୁତିମୀନତି ପରେ ବି, କର୍ଣ୍ଣପାତ କରିନଥିଲା କିଟ୍। ଯେଉଁ ନାମୀ କଲେଜରେ ନାଁ ଲେଖାଇବାକୁ, ଆଖିରେ ଆଖିଏ ସ୍ବପ୍ନ ନେଇ ନିଜ ଦେଶ ଛାଡ଼ିଥିଲା...ସେଇ କଲେଜର ଉଦାସୀନତା ପାଇଁ ତାକୁ ଚିରଦିନ ଲାଗି ଆଖି ବୁଜିବାକୁ ପଡ଼ିଲା।

KIIT Student Death Case:

KIIT Student Death Case:

Advertisment

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଏବେବି ଅଶାନ୍ତ ଭୁବନେଶ୍ବର କିଟ୍ କ୍ୟାମ୍ପସ୍। ଘଟଣାକୁ ୪୮ ଘଣ୍ଟା ପୂରିଥିବା ବେଳେ ପ୍ରତିବାଦରେ ଅଡ଼ି ବସିଛନ୍ତି ବହୁ ସଂଖ୍ୟକ ଛାତ୍ରଛାତ୍ରୀ। ପୀଡ଼ିତାଙ୍କୁ ନ୍ୟାୟ ଓ ନିରପେକ୍ଷ ତଦନ୍ତ ସହ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା କର୍ମଚାରୀ ସମସ୍ତଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ଏଥିସହ ସେମାନେ ଘଟଣାକୁ ନେଇ ଏଭଳି କିଛି ଚାଞ୍ଚଲ୍ୟକର ପ୍ରଶ୍ନ ଉଠାଇଛନ୍ତି, ଯାହାକି କିଟ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସନ୍ଦେହ ଘେରକୁ ଆଣିଛି। ଅନ୍ୟପଟେ ମୃତ ଛାତ୍ରୀଙ୍କ ବାପା ଥର ଥର କଣ୍ଠରେ କହିଛନ୍ତି- ମୋ ଝିଅ ସହ ଯାହା ହେଲା ଆଉ କାହା ସହ ନହେଉ।

Advertisment

ବୟଫ୍ରେଣ୍ଡର ବ୍ଳାକମେଲ୍ ପରେ ଗୁମୁରି ଗୁମୁରି କାନ୍ଦୁଥିଲା...ଭିତରେ ଭିତରେ ଜଳୁଥିଲା...ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା...। ବାରମ୍ବାର କାକୁତିମୀନତି ପରେ ବି, କର୍ଣ୍ଣପାତ କରିନଥିଲା କିଟ୍। ଯେଉଁ ନାମୀ କଲେଜରେ ନାଁ ଲେଖାଇବାକୁ, ଆଖିରେ ଆଖିଏ ସ୍ବପ୍ନ ନେଇ ନିଜ ଦେଶ ଛାଡ଼ିଥିଲା...ସେଇ କଲେଜର ଉଦାସୀନତା ପାଇଁ ତାକୁ ଚିରଦିନ ଲାଗି ଆଖି ବୁଜିବାକୁ ପଡ଼ିଲା। କିଟ୍ ହଷ୍ଟେଲରେ ନେପାଳର ଛାତ୍ରୀ ମୃତ୍ୟୁ ଘଟଣାକୁ ୪୮ ଘଣ୍ଟା ବିତିଲାଣି। କ୍ୟାମ୍ପସରେ ନାହିଁ ନଥିବା ହଙ୍ଗାମା ହେଲାଣି। ବିଶ୍ବବିଦ୍ୟାଳୟର କୁତ୍ସିତ କାରନାମା ବୈଦେଶିକ ପ୍ରସଙ୍ଗ ପାଲଟିଲାଣି। ହେଲେ ଏବେବି...ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା।

ଅଧିକ ପଢ଼ନ୍ତୁ : କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଭୟଙ୍କର ସନ୍ଦେହ ଘେରରେ କିଟ୍। କ୍ୟାମ୍ପସରେ ଏବେବି ଉତ୍ତେଜନା ଲାଗି ରହିଥିବା ବେଳେ, କିଟ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ଅନେକ ଚାଞ୍ଚଲ୍ୟକର ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ କରିଛନ୍ତି- ଲେଡିଜ୍ ହଷ୍ଟେଲ ରୁମରେ ଛାତ୍ରୀଙ୍କ ମୃତଦେହ ମିଳିବା ପରେ, ପୋଲିସକୁ ପ୍ରଥମେ ଖବର ଦେଇନଥିଲେ ହଷ୍ଟେଲ କର୍ତ୍ତୃପକ୍ଷ। ମୃତଦେହକୁ ହଷ୍ଟେଲରୁ ସେଣ୍ଟ୍ରାଲ ଲାଇବ୍ରେରୀକୁ ଅଣାଯାଇଥିଲା। ଛାତ୍ରୀଙ୍କ ମୋବାଇଲ୍ ଓ ଲାପଟପକୁ ହଷ୍ଟେଲ କର୍ତ୍ତୃପକ୍ଷ ନେଇଯାଇଥିଲେ। ପୋଲିସ ଆସିବା ଆଗରୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ ଉଦ୍ୟମ କରାଯାଇ ଥାଇପାରେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଉ ଏକ କଥା ହେଉଛି- ଘଟଣା ବେଳେ ଅଧିକାଂଶ ଛାତ୍ରଛାତ୍ରୀ କିଟ୍ ଫେଷ୍ଟ୍ ପାଇଁ ଉତ୍ସବ ସ୍ଥଳରେ ଥିଲେ। ତେଣୁ ଏହାର ସୁଯୋଗ ନେଇ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ କି କିଟ୍ କର୍ତ୍ତୃପକ୍ଷ ? ଏହାର ପର୍ଦ୍ଦାଫାସ କରିଦେଲେ କି ଛାତ୍ରଛାତ୍ରୀ ? ମୃତଦେହ ଠାବ ପରେ କାହିଁକି ତୁରନ୍ତ ପୋଲିସକୁ ଖବର ଦିଆଯାଇନଥିଲା ? କାହିଁକି ପୋଲିସ ଅନୁପସ୍ଥିତିରେ ମୃତଦେହକୁ ସ୍ଥାନାନ୍ତର କରାଗଲା ? ପୋଲିସ ଆସିବା ଆଗରୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିଦିଆଯାଇନି ତ ? ସନ୍ଦେହ କରାଯାଉଛି, ପ୍ରମାଣ ନଷ୍ଟ ଉଦ୍ୟମ ଆଶଙ୍କା କରି ଘଟଣା ଦିନ ରାତିରେ ଫରେନ୍ସିକ ରିପୋର୍ଟ ନଆସିବା ଯାଏଁ ଆନ୍ଦୋଳନରୁ ହଟିବେନି ବୋଲି ଅଡ଼ି ବସିଥିଲେ ଛାତ୍ରଛାତ୍ରୀ। ଆଉ ବୋଧହୁଏ ସେଥିପାଇଁ ଭୟଭୀତ ହୋଇ ପିଲାଙ୍କ ଉପରେ ବଳପ୍ରୟୋଗ କରିବାକୁ ପଛାଇନଥିଲେ କିଟ୍ କର୍ତ୍ତୃପକ୍ଷ।

Advertisment

ସେପଟେ ନେପାଳର ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ସୁରକ୍ଷାକର୍ମୀଙ୍କ ଦ୍ବାରା ମାଡ଼, ହଷ୍ଟେଲରୁ ଜୋରଜବରଦସ୍ତ ତଡ଼ିଦେବା ଘଟଣାକୁ ନେଇ ବି ଜାରି ରହିଛି ପ୍ରତିବାଦ। ପୀଡ଼ିତାଙ୍କୁ ନ୍ୟାୟ ଓ ଦୁର୍ବ୍ୟବହାରକାରୀ କର୍ମଚାରୀଙ୍କ କ୍ଷମାପ୍ରାର୍ଥନା ଦାବିରେ, ପ୍ରଚଣ୍ଡ ଖରାରେ ବସି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେପଟେ ଭିଡିଓ ଭାଇରାଲ୍ ଓ ଖବର ପ୍ରସାରଣ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ବିଦା କରିବା ସହ, ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀ ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସ ଅଫିସ୍‌ର ଜଣେ ଅଧିକାରୀଙ୍କୁ ସସପେଣ୍ଡ୍ କରି ଘଟଣାକୁ ଚାପି ଦେବାକୁ ବସିଛି କିଟ୍। କଥା କ୍ୟାମ୍ପସରୁ ବାହାରି ନେପାଳ ରାଷ୍ଟ୍ରଦୂତ ଓ ନେପାଳ ପିଏମ୍ଓରେ ପହଞ୍ଚିବା ପରେ, କିଟ୍ ପକ୍ଷରୁ ନିଜେ ହଷ୍ଟେଲରୁ ତଡ଼ିଥିବା ପିଲାଙ୍କୁ ପୁଣି ଫୋନ କରି ଫେରିବା ପାଇଁ ଗୁହାରି କରାଯାଉଛି।  ଏସବୁ ଭିତରେ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ଼ର ନୂଆ ନୂଆ ଭିଡିଓ ଭାଇରାଲ୍ ହେଉଥିବା ବେଳେ, ଅନ୍ୟପଟେ ଜୁଲୁମର ଯେପରି ପର୍ଦ୍ଦାଫାସ ନହେଉ, ସେଥିପାଇଁ କିଭଳି ଛାତ୍ରୀଙ୍କ ଠାରୁ ଜୋର୍ କରି ମୋବାଇଲ୍ ଛଡ଼ାଇ ନିଆଯାଉଥିଲା, ତାର ଭିଡିଓ ବି ଓଟିଭି ହାତରେ ଲାଗିଛି।

ପିଲା ଗୋଟାଇବା ପାଇଁ ନେପାଳକୁ ଯାଇ କିପରି ଅଭିଭାବକଙ୍କୁ ଲୋଭ ଦେଖାଉଥିଲା କିଟ୍। ଏହାର ଗୁମର ଖୋଲିଛନ୍ତି ମୃତ ଛାତ୍ରୀଙ୍କ ବାପା। କହିଛନ୍ତି, କିଟ୍ ପକ୍ଷରୁ ନେପାଳରେ ଅନେକ ଥର କାର୍ଯ୍ୟକ୍ରମ କରାଯାଇ, ଆମ କଲେଜରେ ପଢିଲେ ଭଲ ସ୍କୋପ୍ ଅଛି ବୋଲି କହିକି ଡାକି ଆଣିଥିଲେ। ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ ବୋଲି କହୁଥିଲେ। ହେଲେ ଏତେ ଦୂରକୁ ଆସି ପଢ଼ିବା ପରେ ପିଲାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି। ମୋ ଝିଅ ସାଙ୍ଗରେ ଯାହା ହେଲା, ତାହା ଅନ୍ୟ କାହା ସହ ନହେଉ ବୋଲି ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: KIIT ବିରୋଧରେ ଅଭିଯୋଗର ଫର୍ଦ୍ଦା ବହୁ ଲମ୍ବା, KISS ମାଧ୍ୟମରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ !

KIIT Security Guards KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ