Advertisment

KIIT Student Death Case: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି ।

ଅଦ୍ୟତନ ହୋଇଛି
5 Arrested Over KIIT Student Suicide Case

KIIT Student Death Case

Advertisment

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆସିଲା ବଡ଼ ଖବର । କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି । ୩ ନିର୍ଦ୍ଦେଶକ ହେଉଛନ୍ତି ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କୁ ଗିରଫ କରାଯାଇଛି । ସୁରକ୍ଷାକର୍ମୀ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଉଛି। 

Advertisment

ଅନ୍ୟପଟେ କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା। ବଢିଲା ଅଡ଼ୁଆ । କିଟ୍‌ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେଲା। କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ । କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଛନ୍ତି । କମିଟିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ବି ରହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ କମିଟିରେ ସ୍ଥାନିତ ପାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ନ୍ୟାୟ ଦେବା ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ । 

ଅଧିକ ପଢ଼ନ୍ତୁ :  ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

Advertisment

ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ମାଡ଼ ଓ ହଷ୍ଟେଲରୁ ତଡ଼ିଦେବା ପ୍ରସଙ୍ଗରେ କିଟ୍ ଛାତ୍ରଛାତ୍ରୀଙ୍କ ନୀରବ ପ୍ରତିବାଦ କରିଛନ୍ତି। ଆଜି ବିଶ୍ବବିଦ୍ୟାଳୟ ବାହାରେ ପ୍ରଚଣ୍ଡ ଖରାରେ ବସି ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଛନ୍ତି। ଏହି ଅବସରରେ ହଷ୍ଟେଲ ଛାଡ଼ିବା ପାଇଁ ସେମାନଙ୍କୁ କିପରି ବାଧ୍ୟ କରାଯାଇଥିଲା, ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ରଛାତ୍ରୀ। ସେମାନେ କହିଛନ୍ତି, ଘଟଣା ଦିନ ସେମାନଙ୍କୁ ମାଡ଼ ମରାଯିବା ସହ ମୋବାଇଲ୍ , ଲାପଟପ୍ ଛଡ଼ାଇ ନିଆଯାଇଥିଲା।

ସେହିଭଳି ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେଙ୍କ ନାଁରେ ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ। ଦୁହେଁ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ତା ସହ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ଦାବି ମଧ୍ୟ କରାଯାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଲୁଚାଇବାକୁ ଚେଷ୍ଟା କରୁଥିବା କହି ‘କାହିଁକି ଘଟଣା ପରେ ପୋଲିସକୁ ନ ଡାକି ଅନ୍ୟମାନଙ୍କୁ ଡାକିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏବେ ହଷ୍ଟେଲ ଫେରୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କଠୁ କିଟ୍ କର୍ତ୍ତୃପକ୍ଷ ଅଣ୍ଡରଟେକିଂ ନେଉଥିବା କହିଛନ୍ତି ନୀରବ ଧାରଣାରେ ବସିଥିବା ଛାତ୍ରଛାତ୍ରୀ।

Advertisment

ଏପଟେ କିଟରେ ପଢ଼ୁଥିବା ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।  ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି କିଟ୍ ପ୍ରସଙ୍ଗ । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଥିବାବେଳେ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ଦାବି ଉଠିଛି। ବିଜେପି ବିଧାୟକ ବାବୁ ସିଂହ ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି।

ବାବୁ ସିଂହ କହିଛନ୍ତି,  ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍‌ର ଏଭଳି ଆଚରଣ ପାଇଁ ଓଡ଼ିଶା ଭାରତ ବର୍ଷରେ ଲଜ୍ଜିତ । ବାହାର ଦେଶର ପିଲାଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ । କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ ହୋଇଥିବ । ଏଥିପାଇଁ ତୁରନ୍ତ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । ସେହିପରି କିଟ୍ ବହୁ ଜମି ଜବରଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି । ଏପରିକି ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି ।  ଯେଉଁମାନେ କିଟର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତାର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ କିଟ୍ ଜମି କିଣିଛି । ଗୁଣ୍ଡା ଲଗାଇ ଜମି ମାଲିକଙ୍କ ଠାରୁ ଜମି ହାତେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ।

ବିଧାନସଭାର ଶୂନ୍ୟକାଳରେ କିଟ୍ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ଯେ, କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଯୋଗୁଁ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହୋଇଛି । ରାଜଧାନୀରୁ ପୁରପଲ୍ଲୀ ଯାଏଁ ସବୁଠି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭୁବନେଶ୍ବରରେ ହତ୍ୟାକାଣ୍ଡ ହେଲା । ଭରତପୁର ଥାନା ଘଟଣା ପ୍ରମାଣିତ କରୁଛି ଥାନାରେ ବି ଲୋକେ ସୁରକ୍ଷିତ ନୁହନ୍ତି ।
କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, କିଟ୍ ପ୍ରସଙ୍ଗରେ ସାରା ବିଶ୍ୱରେ ଓଡିଶା ନିନ୍ଦିତ ହେଲା । ନେପାଳ ସହ ଆମ ସମ୍ପର୍କ ଅତି ଘନିଷ୍ଠ । ଯେଉଁଭଳି ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇଲେ ତାହା ନିନ୍ଦନୀୟ । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।  ନହେଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ତାରା । 

ଅପରପକ୍ଷେ ବିରୋଧୀଙ୍କୁ କଟାକ୍ଷ କରିଛି ବିଜେପି । କିଟ୍ ମାଲିକ କେଉଁ ଦଳର ସାଂସଦ ଥିଲେ, ତାଙ୍କୁ କିଏ କୋଳରେ ବସାଇଥିଲା । ପରୀ, ମମିତା, ମାହାଙ୍ଗା ଭଳି ଘଟଣା ଘଟିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଆଜି ସେମାନେ ଆଇନ୍ ଶୃଙ୍ଖଳା ପାଠ ପଢାଇବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।

ଅଧିକ ପଢ଼ନ୍ତୁ : କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

KIIT Security Guards Student Suicide KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ