Advertisment

KIIT Land Fraud: ଜବରଦଖଲ ସରକାରୀ ଜମି ଉପରେ କିଟ, ସରକାରୀ କଳକୁ ହାତ କରି ଲୁଟୁଥିଲେ ଅଚ୍ୟୁତ

ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ ଜଣା ପଡିଥିଲା। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ ବହୁତଳ କୋଠା।

KIIT

KIIT

Advertisment

ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ ଜଣା ପଡିଥିଲା। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ କିଟ ବିଶ୍ବବିଦ୍ୟାଳୟର ବହୁତଳ କୋଠା। ଆଉ ପରେ ତତ୍କାଳୀନ ସରକାରୀ କଳ ଓ ଅଫିସରଙ୍କୁ ହାତ ବାରିସି କରି ସବୁ ନିୟମ କାନୁନକୁ ମୋଡ଼ି ମକଚି ନିଜର ନାମରେ କରି ନେଇଛନ୍ତି ରାଜଧାନୀ ଛାତି ଉପରେ ଥିବା ଏକର ଏକର ମୂଲ୍ୟବାନ ଜମି।

Advertisment

୨୦୧୨ରେ ଭୁବନେଶ୍ବର ରେଣ୍ଟ କୋର୍ଟ ଇଷ୍ଟେଟ୍ ଅଫିସର କୋର୍ଟଙ୍କ ଆଦେଶ। ସାଧାରଣ ପ୍ରଶାସନ ବିଭାଗର ମାମଲା ପରେ ଅଚ୍ୟୁତଙ୍କୁ ଜବରଦଖଲ ଜମି ଖାଲି କରିବାକୁ ହେଲା ନିର୍ଦ୍ଦେଶ। ପଟିଆ ମୌଜାର ଖାତା ନମ୍ବର ୪୯୧ ଓ ୪୯୩ର ପ୍ଲଟ୍ ନମ୍ବର ୩୧୯, ୩୨୦ ଓ ୩୧୮ରେ ବେଆଇନ ଭାବେ ତିଆରି ହୋଇଥିବା ନଭଶ୍ଚୁମ୍ଭି ଅଟ୍ଟାଳିକାକୁ ବିରୋଧ କରି ଅଚ୍ୟୁତଙ୍କ ବିରୋଧରେ ଇଷ୍ଟେଟ୍ ଅଫିସରଙ୍କ କୋର୍ଟରେ ମାମଲା କରିଥିଲା ଜିଏ ବିଭାଗ। କୋର୍ଟ ବି ଆଦେଶରେ ସିଧା ସିଧା ଶୁଣାଇଲେ ଏହା ସରକାରୀ ସମ୍ପତ୍ତି ଅଚ୍ୟୁତ ଜବରଦଖଲ କରିଛନ୍ତି। ଏହାକୁ ଉଚ୍ଛେଦ କର। ଏହି ଜାଗା ଛାଡ଼ିବାକୁ କୋର୍ଟ ଅଚ୍ୟୁତଙ୍କୁ ବି ଦେଇଥିଲେ ୧୫ ଦିନର ମହଲତ।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

କୋର୍ଟଙ୍କ ଆଦେଶକୁ ନମାନି ଅଚ୍ୟୁତ ତିଆରି କରି ଚାଲିଥିଲେ ଅଟ୍ଟାଳିକା। ତେବେ ଏ ସରକାରୀ ଜମି ଉପରେ ବହୁତଳ କୋଠା ତିଆରିକୁ ନେଇ ସନ୍ଦେହ ହେବାରୁ ଜିଏ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ। ୨୦୧୮ ଜୁଲାଇରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଉତ୍ତର ଆସିଲା, କିଟ୍, କିମ୍ସ ଓ କିସକୁ ବିଭାଗ କୌଣସି ଜମି ଆବଣ୍ଟନ କରିନାହିଁ। ତେବେ ପ୍ଲଟ୍ ନମ୍ବର ୩୪୭, ୪୧୨, ୩୧୮, ୩୧୯, ୩୨୦ ଓ ୩୫୦କୁ ଲିଜରେ ଦେବାକୁ କିଟ୍ ପ୍ରତିଷ୍ଠାତା ଅନୁରୋଧ କରିଛନ୍ତି କିନ୍ତୁ ଏନେଇ ବିଭାଗ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବା କହିଥିଲା ଜିଏ। ସେପଟେ ଏସବୁ ଜମିରେ ଛିଡ଼ା ହୋଇଥିବା କୋଠାକୁ ବିଲ୍ଡିଂ ପ୍ଲାନ ଅନୁମତି ମିଳିଛି କି ନାହିଁ ବିଡିଏକୁ ମଗାଯାଇଥିବା ଆରଟିଆଇ ତଥ୍ୟ ଆହୁରି ରୋଚକ। ଏ ତଥ୍ୟ କହୁଛି, ଏସବୁ ପ୍ଲଟରେ କୋଠା ନିର୍ମାଣ ପାଇଁ କିଟ୍ ପକ୍ଷରୁ କୌଣସି ଆବେଦନ ବି ହୋଇନି।

Advertisment

ହେଲେ ଏଇଠି ସରିନି କିଟ୍ କେଳେଙ୍କାରୀ କାହାଣୀ। ବେଆଇନ ଭାବେ ଜବରଦଖଲ ହୋଇଥିବା ଏ ଜମିକୁ ସରକାରୀ ତହବିଲକୁ ଫେରାଇ ଆଣିବାକୁ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଆରଟିଆଇ କର୍ମୀ ପ୍ରଦୀପ। ଏଥିରେ ବିଫଳ ହେବାପରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଲୋକାୟୁକ୍ତଙ୍କ ପାଖରେ ଏସବୁ ବେଆଇନ ଜମିକୁ ନେଇ ମାମଲା ଚାଲିଥିବା ସମୟରେ ହିଁ ୨୦୧୯ ଓ ୨୦୨୧ରେ ଜିଏ ବିଭାଗ ଏସବୁକୁ କିଟକୁ ଟେକିଦେଇଥିବା ଲୋକାୟୁକ୍ତଙ୍କ ନିକଟରେ ମୁଖ୍ୟ ଶାସନ ସଚିବ ରଖିଥିବା ସତ୍ୟପାଠରୁ ଜଣାପଡ଼ିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆରଟିଆଇ କର୍ମୀ।

ତେବେ କେମିତି ଏଭଳି ବେଆଇନ କାମ କରି ବର୍ତ୍ତି ଯାଉଥିଲେ ଅଚ୍ୟୁତ। କୁହାଯାଉଛି ତା ପଛରେ ରହିଛି ପ୍ରଭାବଶାଳୀଙ୍କ ପତ୍ନୀ ଓ ସଂପର୍କୀୟଙ୍କୁ ନିଜ ସଂସ୍ଥାରେ ବଡ଼ ବଡ଼ ପୋଷ୍ଟରେ ବସାଇ ପୂରା ବ୍ୟବସ୍ଥାରେ ଅଚ୍ୟୁତଙ୍କ ପ୍ରଭାବ ବିସ୍ତାରର କୌଶଳ। ଆରଟିଆଇ କର୍ମୀଙ୍କ କହିବା କଥା, ବିଜେଡି ସରକାରରେ ବିଧାୟକଙ୍କଠାରୁ ମନ୍ତ୍ରୀ ତଥା ସରକାରୀ ଅଫିସର, ସଭିଏଁ ଅଚ୍ୟୁତ ସାମନ୍ତଙ୍କ ବେଆଇନ କାର୍ଯ୍ୟକୁ ନିଷ୍ଠାର ସହ କରୁଥିଲେ। ଆଉ ଏସବୁ ଦସ୍ତାବିଜ ହେଉଛି ତାହାର ପ୍ରମାଣ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଏ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନେ ବିଚାର କରୁଛନ୍ତି। ଏନେଇ ସ୍ପଷ୍ଟତା ଆସିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ବିଡିଏ ଅନୁମୋଦନ ବିନା ଗଢି ଉଠିଥିବା କିଟ୍ କୋଠା କେଳେଙ୍କାରୀ ନେଇ କି ପଦକ୍ଷେପ ନେଉଛନ୍ତି ମୋହନ ସରକାର ଓ କେବେ ସରକାରୀ ତହବିଲକୁ ଫେରୁଛି ବେଆଇନ ଭାବେ କିଟ୍ ହାତେଇଥିବା ଏସବୁ ଜମି।

Advertisment

ଅଧିକ ପଢ଼ନ୍ତୁ: କିଟ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

Achyuta Samanta KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ