Advertisment

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ । ଏନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Haridaspur-Paradip Second Rail Line

Haridaspur-Paradip Second Rail Line

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ନେଇ ଜାଗିଲା ଆଶା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି, ଏଥିଲାଗି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ହରିଦାସପୁର-ପାରାଦୀପ ପ୍ରଥମ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ବୈଜୟନ୍ତ, ଦ୍ବିତୀୟ ଲାଇନ୍ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ବିକାଶ ଆହୁରି ତ୍ବରାନ୍ବିତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

Advertisment

ହରିଦାସପୁର-ପାରାଦୀପ ରେଳଲାଇନ୍ । ବନିଛି କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଲାଇଫ୍ ଲାଇନ୍। ଆଉ ଏବେ ଏହାର ଦ୍ବିତୀୟ ଲାଇନ୍ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ୍ ଲାଇନ୍ ଲାଗି ପ୍ରସ୍ତାବ ଦେବା ସହ ଏହାର ମଂଜୁରୀ ଲାଗି ଅନୁରୋଧ କରିଛନ୍ତି। 

ବୈଜୟନ୍ତ ଲେଖିଛନ୍ତି, ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇଥିବା ହରିଦାସପୁର-ପାରାଦୀପ ପ୍ରଥମ ରେଳପଥ ପ୍ରକଳ୍ପ ଉପରେ ୨୦୦୯ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ା ସାଂସଦ ଭାବେ ମୁଁ ଯଥେଷ୍ଟ ଗୁରୁତ୍ବ ଦେଇଥିଲି। ମନ୍ତ୍ରାଳୟ ସହ ବାରମ୍ବାର ବୈଠକ ଓ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା ପରେ ୨୦୧୯ରେ ଏହା ସଂପୂର୍ଣ୍ଣ ହୋଇଥିଲା। 

Advertisment

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ରେଳ ଲାଇନ ଭାବେ ଏବେ ଏହା ସଂପୃକ୍ତ ଅଞ୍ଚଳର ରୂପାନ୍ତରଣ ଦିଗରେ ସହାୟକ ହେଉଛି । ଦ୍ବିତୀୟ ଲାଇନ୍ ନିର୍ମାଣ ହେଲେ ଏହା କେବଳ ଯେ, ରେଳପଥର ସାମଗ୍ରିକ କ୍ଷମତା ବୃଦ୍ଧି କରିବ ତା ନୁହେଁ । ଏଠାରେ ଯେଉଁ ଶିଳ୍ପ କରିଡର୍ କଥା ଚିନ୍ତା କରାଯାଉଛି, ତା ସମେତ ପୂରା ଅଞ୍ଚଳର ବିକାଶ ପାଇଁ ସାମର୍ଥ୍ୟ ବୃଦ୍ଧି କରିବ।

ଓଡ଼ିଶାର ୩ ଉପକୂଳବର୍ତ୍ତୀ ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଯୋଡ଼ୁଛି ହରିଦାସପୁର-ପାରାଦୀପ ରେଳ ଲାଇନ। ୮୨.୫ କିଲୋମିଟର ଦୀର୍ଘ ଏହି ରେଳପଥ ପ୍ରକଳ୍ପକୁ ୧୯୯୬ରେ କେନ୍ଦ୍ରର ମଞ୍ଜୁରୀ ମିଳିଥିଲା ଏବଂ ୧୯୯୯ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୦୪ରେ ଏହା ସଂପୂର୍ଣ୍ଣ ହେବାକୁ ପ୍ରାରମ୍ଭିକ ଯୋଜନା ଥିଲେ ବି, ଏହି ପ୍ରକଳ୍ପ ଶୁପ୍ତ ଅବସ୍ଥାରେ ପଡ଼ିରହିଥିଲା। ବୈଜୟନ୍ତ ପଣ୍ଡା ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ବନିବା ପରେ ଏନେଇ ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ, ରେଳ ମନ୍ତ୍ରୀ, କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ଜମି ଅଧିଗ୍ରହଣ ଅଫିସରଙ୍କ ସହ ବାରମ୍ବାର ବୈଠକ କରିଥିଲେ ଏବଂ ପ୍ରକଳ୍ପକୁ ଅର୍ଥ ମଞ୍ଜୁରୀ ଠାରୁ ଶେଷ ହେବା ଯାଏଁ ନିରନ୍ତର ଉଦ୍ୟମ ଚଳାଇଥିଲେ। ଶେଷରେ ୨୦୧୯ ମସିହାରେ ଏହି ପ୍ରକଳ୍ପଟି ସଂପୂର୍ଣ୍ଣ ହୋଇଥିଲା। ଏହି ଲାଇନରେ ଗତ ମାର୍ଚ୍ଚ ୨୫ରେ ପ୍ରଥମ ଥର ପାଇଁ ମେମୁ ଟ୍ରେନ୍ ଗଡ଼ାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

Baijayant Panda Haridaspur-Paradip Rail Line
Advertisment
Advertisment