/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745337216.jpg)
Pahalgam Terror Attack
ଜମ୍ମୁ-କାଶ୍ମୀର ପହଲଗାମ୍ରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଏଥର ସେନା ନୁହେଁ, ପର୍ଯ୍ୟଟକଙ୍କୁ କରିଛନ୍ତି ଟାର୍ଗେଟ୍ । ପର୍ଯ୍ୟଟକଙ୍କ ଉପରେ ବର୍ଷିଛି ଗୁଳି । ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଥିବାବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ୱରର ପ୍ରଶାନ୍ତ ଶତପଥି, ଯିଏକି ନିଜ ପତ୍ନୀ ଓ ୮ ବର୍ଷର ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ । ତେବେ କେଉଁଠି ଓ କିପରି ଏହି ଭୟଙ୍କର ଆକ୍ରମଣ ହେଲା, କେତେବେଳେ ଘଟିଲା, ସେସବୁର ଛାତିଥରା ଚିତ୍ର ବଖାଣିଛନ୍ତି ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥି ।
ଅଧିକ ପଢ଼ନ୍ତୁ: ପହଲଗାମ୍ରେ ବଡ଼ ଆତଙ୍କବାଦୀ ହାମ୍ଲା; ୨ ମୃତ, ୭ ଆହତ
ପ୍ରିୟଦର୍ଶିନୀ ଶତପଥି କହିଛନ୍ତି, ''ଦିନ ସାଢେ ୧୨ଟା ଆକ୍ରମଣ ହୋଇଥିଲା । ମୁଁ, ମୋ ସ୍ୱାମୀ ଓ ପୁଅ ରୋପ୍ୱେରେ ବୁଲୁଥିଲୁ । ହଠାତ୍ ବାଣ ଫୁଟିବା ଭଳି ଢୋ ଢା ଶବ୍ଦ ହୋଇଥିଲା । ଆତଙ୍କବାଦୀମାନେ ଅତର୍କିତ ଭାବେ ଅନ୍ଧାଧୂନ୍ ଗୁଳିବର୍ଷା କରିଥିଲେ । ପ୍ରଶାନ୍ତଙ୍କ ବାମ ମୁଣ୍ଡରେ ଗୁଳି ବାଜିଥିଲା । ମୋ ଆଖି ସାମ୍ନାରେ ସବୁ ଘଟିଥିଲା । ଆକ୍ରମଣରେ ପ୍ରାୟ ୨୦ରୁ ୨୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି ।''
ତେବେ ତାଙ୍କ ସ୍ୱାମୀ ଏବେ କେଉଁଠି ଅଛନ୍ତି, କେଉଁ ଅବସ୍ଥାରେ ଓ କେଉଁ ହସ୍ପିଟାଲରେ ଅଛନ୍ତି, କିଛି ସେ କିଛି ଜାଣିପାରୁ ନାହାନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ପ୍ରିୟଦର୍ଶିନୀ ।
ଅନ୍ୟପଟେ ପ୍ରଶାନ୍ତଙ୍କ ବଡ଼ ଭାଇ କହିଛନ୍ତି ଯେ, ୨୦ ତାରିଖ ଦିନ ସାନ ଭାଈ ନିଜ ପରିବାର ସହ ଜମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ । ସାନ ବୋହୂ ଘରକୁ ଫୋନ୍ କରି ଆତଙ୍କବାଦୀ ଆକ୍ରମଣ କଥା କହିଥିଲେ । ପ୍ରଶାନ୍ତଙ୍କ ଦେହରେ ଗୁଳି ବାଜିଥିବା ଏବଂ ତାଙ୍କୁ ପୋଷ୍ଟମର୍ଟମ ପାଇଁ ନେଇଯାଇଥିବା ଜଣାଇଥିଲେ । ଏନେଇ ଆମେ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରିଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)