Advertisment

କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣା; କାରଣ ଖୋଜିବାକୁ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୪ ଶିଶୁଙ୍କ ମୃତ୍ୟୁର କାରଣ ଖୋଜା। ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

author-image
Sujit kumar Swain
Kashipur Death Cases

Kashipur Death Cases

ରାୟଗଡ଼ା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୪ ଶିଶୁଙ୍କ ମୃତ୍ୟୁର କାରଣ ଖୋଜା। ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତଦନ୍ତ କରି କାରଣ ଜଣାଇବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ମନୁଷପଦର ଯାଇ ଉଭୟ ସ୍ବାସ୍ଥ୍ୟ ବିଭାଗ ଓ RMRC ତଦନ୍ତ କରିବା ସହ ଏହାର କାରଣ କଣ ଖୋଜଡିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ବର୍ଷା ଋତୁ ଥିବାରୁ ଏହା ପୂର୍ବରୁ ସମସ୍ତ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ଠିକ କରିବା ଲାଗି ପଞ୍ଚାୟତିରାଜ ବିଭାଗ ସହ ସମସ୍ତ ଉପାନ୍ତ ଅଞ୍ଚଳର ରୋଡ ମରାମତି ଲାଗି ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟପଟେ ଅଜଣା ରୋଗର କାରଣ ଖୋଜିବା ଲାଗି ମନୁଷପଦରରେ ପହଞ୍ଚିଛି ଡାକ୍ତରୀ ଟିମ। ସେମାନଙ୍କ ସହ WHO ଟିମ ମଧ୍ୟ ଉପାନ୍ତ ଅଞ୍ଚଳ ମନୁଷପଦର ଗସ୍ତ କରିଛନ୍ତି । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। ଗାଁରେ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛି ଡାକ୍ତାରୀ ଟିମ୍। 

Advertisment

ସେପଟେ ମନୁଷପଦରରେ ଯେଉଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ମାଟି ତଳେ ପୋତି ଦିଆଯାଇଛି। ତେବେ RMRC ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା ସେଥରୁ ରୋଗୀକୁ ଡିପଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ଛାନଭିନ୍ ଜାରି ରହିଛି। 

Chief Minister Mohan Majhi Kashipur
Advertisment
Advertisment