/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720965267.jpg)
Justice Biswanath Rath
ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ କହିଲେ ଅଧ୍ୟକ୍ଷ । ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି । ଆପଣମାନେ ଦେଖୁଛନ୍ତି ଆମେ ସମସ୍ତେ ସୁରକ୍ଷିତ ବୋଲି କହିଛନ୍ତି ଜଷ୍ଟିସ ରଥ ।
ପୂର୍ବରୁ ଏନେଇ ଗପ ଓ ସିନେମା ସୃଷ୍ଟି କରାଯାଇଥିଲା । ଏମିତିକି ଭିତର ଭଣ୍ଡାରରେ ଏତେ ଓଦା ଥିଲା ଭଳି ଅନୁଭବ କରିନି ବୋଲି ମଧ୍ୟ କହିଛନ୍ତି । ଏହା ସହ ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ ବୋଲି କହିଛନ୍ତି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ନେଇ ମଧ୍ୟ କହିଛନ୍ତି ଅଧ୍ୟକ୍ଷ ବିଶ୍ୱନାଥ ରଥ ।
ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ । ମନ୍ଦିରକୁ ଠିକ୍ ୧୨ଟାରେ ପ୍ରବେଶ କରିଲୁ, ମାଆ ବିମଳା ଓ ଲକ୍ଷ୍ମୀଙ୍କ ଦର୍ଶନ କଲୁ । ଠିକ୍ ୧ଟା ୨୮ରେ ବାହାର ରତ୍ନ ଭଣ୍ଡାର SOP ଅନୁସାରେ ଚାବି ଦ୍ୱାରା ଖୋଲିଲୁ ବୋଲି କହିଛନ୍ତି । ବାହାର ଭଣ୍ଡାର ଖୋଲିବା ପରେ ଭିଡିଓଗ୍ରାଫି କରି ଅନ୍ୟତ୍ର ସ୍ଥାନାନ୍ତର କଲୁ ।
ବାହାର ଭଣ୍ଡାର କାମ ସରିଲା ବେଳକୁ ପ୍ରାୟ ୩ ଘଣ୍ଟା ହୋଇଯାଇଥିଲା । ବହୁତ ଦିନ ଧରି ବନ୍ଦ ଥିବାରୁ କିଛି ସ୍ଥାନରେ ପଥର ଓ ଗୁଣ୍ଡ ଖସିଛି । ପୁଣି ୨ଟି ନୂଆ ତାଲା ପକାଇ ସିଲ୍ କରାଗଲା, ଚାବି ଟ୍ରେଜେରୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା, ଗୋଟିଏ ସିଲ୍ ଓ ୨ଟି ଅନ୍ସିଲ୍ ଥିଲା ।
ଚାବି ଦ୍ୱାରା ନଖୋଲିବାରୁ SOP ଅନୁସାରେ ତାଲା ଭାଙ୍ଗି ଖୋଲିଥିଲୁ । ଭିତର ଭଣ୍ଡାର ସ୍ଥିତି ବିଶେଷ କିଛି ଖରାପ ନଥିବା କହିଛନ୍ତି ଜଷ୍ଟିସ ରଥ । ସେପଟେ ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ ବୋଲି କହିଲେ । ଏଣୁ ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା ।
ବାହାର ଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହେଲା ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ପ୍ରଶାସକ । ଏସ୍ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା । ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା । ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍ କରାଗଲା ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)