Advertisment

Juang People Struggle: ଭୋଗିଲା ପରେ ଭାବିଲେ; ପାହାଡ଼ିଆ ରାସ୍ତାରେ ଚାଲି ଚାଲି ହାଲିଆ ବିଧାୟକ...

ଜରାଜୀର୍ଣ୍ଣ ଭାବେ ରହିଛି ଟିଣ ଛପର ଘର । କିଭଳି ବଞ୍ଚୁଛନ୍ତି ୫୦ ଟି ଆଦିମ ଜୁଆଙ୍ଗ ଜନଜାତିର ପରିବାର । ୨୫ ବର୍ଷର ନବୀନ ସରକାର ବଦଳାଇ ପାରିଲାନି ତାଙ୍କର ଭାଗ୍ୟ। ସବୁ ସରକାରୀ ଯୋଜନାରୁ ବଞ୍ଚିତ।

ଅଦ୍ୟତନ ହୋଇଛି
Juang People Struggle

Juang People Struggle

Advertisment

ବିଧାୟକ ନିଜେ ଭୋଗିଲା ପରେ ଭାବିଲେ। ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ । ପାହାଡିଆ ପଥୁରିଆ ରାସ୍ତାରେ ଚାଲି ଚାଲି ହାଲିଆ । ଭାବୁଛନ୍ତି କେତେବେଳେ ଆସିବ ଶାଗତୁଳା ଗାଁ ।

Advertisment

ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି…କି ରାସ୍ତା ? ଜରାଜୀର୍ଣ୍ଣ ଭାବେ ରହିଛି ଟିଣ ଛପର ଘର । କିଭଳି ବଞ୍ଚୁଛନ୍ତି ୫୦ ଟି ଆଦିମ ଜୁଆଙ୍ଗ ଜନଜାତିର ପରିବାର । ୨୫ ବର୍ଷର ନବୀନ ସରକାର ବଦଳାଇପାରିଲାନି ତାଙ୍କର ଭାଗ୍ୟ। ସବୁ ସରକାରୀ ଯୋଜନାରୁ ବଞ୍ଚିତ। ସରକାରୀ ବାବୁ ମାନେ କିଭଳି ଶୋଷଣ କରୁଥିଲେ ବର୍ଷ ବର୍ଷ ଧରି ଜୁଆଙ୍ଗକୁ। ନିଜେ ବିଧାୟକ ସେହି ଗାଁକୁ ଗଲା ପରେ ଅନୁଭବ କଲେ ସରକାରୀ ବାବୁଙ୍କ ଦ୍ବାରା କିଭଳି ଶୋଷିତ। ନୀରିହ ଜୁଆଙ୍ଗ ମାନେ ତାଙ୍କ ନିର୍ଯାତିାତର କାହାଣୀ ଶୁଣାଛନ୍ତି ବିଧାୟକଙ୍କୁ।

ଅଧିକ ପଢ଼ନ୍ତୁ: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

Advertisment

ସୋମବାର ରାଜ୍ୟସରକାରଙ୍କ ବିକଶିତ ଗାଁ  ବିକଶିତ ଓଡିଶା କାର୍ଜ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ବିଧାୟକ ଏହି ଆଦିମ ଜନଜାତି ଜୁଆଙ୍ଗଙ୍କ ଶାଗତୁଳ ଗାଁକୁ ବାଛିଥିଲେ। ଯାହା ପୁରା ବାହ୍ୟ ଜଗତରୁ ବିଛିନ୍ନ।  ଗାଁରୁ ପଞ୍ଚାୟତ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଯିବାକୁ ହେଲେ ୪ କିଲୋମିଟର ଅଙ୍କା ବଙ୍କା ପାହାଡିଆ ରାସ୍ତାରେ ଯିବାକୁ ପଡିଥାଏ।  ରାସ୍ତାର ଅବସ୍ଥା ଏମିତି ଗାଡି ଚଳା ଚଳ ସମ୍ଭବ ନୁହେଁ। କେବଳ ରାସ୍ତା ନୁହେଁ ଏଠି ପିଇବା ପାଣି ମୁନ୍ଦେ ପାଇଁ ବର୍ଷ ସାରା ସଂଘର୍ଷ କରିବାକୁ ପଡେ।  ଗାଁ ଯେବେଠୁଁ ହେଲାଣି ଜମି ଭିତରେ ଥିବା ଚୁଆକୁ କୂଅ ଭଳି ବ୍ୟବହାର କରାଯାଉଛି।  

ଖରା ଦିନ ଆସିଲେ ୩ କିଲୋମିଟର ଦୂର ପାହାଡ଼ ଡେଇଁ ଝରଣା ପାଣି ଆଣି ଶୋଷ ମେଣ୍ଟାନ୍ତି ଜୁଆଙ୍ଗ।  ଘର କଥା ନକହିବା ଭଲ। । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଗାଁରେ ଦୁଇ ବର୍ଷ ପୂର୍ବେ ୩୫ ଜଣକୁ ଘର ମିଳିଥିଲା । କିନ୍ତୁ ସମସ୍ତଙ୍କ ଘର ଅଧା ପନ୍ତରିଆ। କାହାର ଘର ଭାଙ୍ଗିବାକୁ ବସିଲାଣି ତ ଆଉ କିଏ ଜରି ପାଲ ଟାଙ୍ଗୀ ଘରେ ରହୁଛି।  ଘର ମିଳିବା ପରେ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସୁବାଷ ନାୟକ ଲୋକଙ୍କୁ ଘର କରିଦେବେ କହି ଶୋଷଣ କରି ଚାଲିଲେ। ଟଙ୍କା ଦିଅ ଘର କରିଦେବି। ଟଙ୍କା ନଦେଲେ ଭତ୍ତା ବନ୍ଦ କରିଦେବି କହି ଡରାଇଲେ ଧମକ ଦେଲେ। 

Advertisment

ଛୋଟ ଛୋଟ ଛୁଆଙ୍କ ପାଇଁ ଅଙ୍ଗନୱାର୍ଡି ସେଣ୍ଟର ଅଛି କିନ୍ତୁ ଘର ନଥିବାରୁ ଲୋକଙ୍କ ନୁଆଁଣିଆ ଘର ବାରଣ୍ଡାରେ ଅଙ୍ଗନୱାର୍ଡି ଚାଲୁଛି । ଗାଁରେ ପାଠୁଆ ଝିଅ ନାହାନ୍ତି, ତେଣୁ ପାଖ ଗାଁର ଜଣେ ବୋହୁ ଏଠି ଅଙ୍ଗନବାର୍ଡି କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ଆଉ ସିଏ ପାହାଡିଆ ଝିଅ ହୋଇଥିବାରୁ ଯେତେ କଷ୍ଟ ହେଲେବି ପାହାଡିଆ ରାସ୍ତାରେ ଚାଲି ଚାଲି ଆସି ଅଙ୍ଗନବାର୍ଡି କେନ୍ଦ୍ରକୁ ବଞ୍ଚାଇ ରଖିଛନ୍ତି। ବିଧାୟକ ଜଣ ଜଣ କରି ଲୋକଙ୍କ ଘରକୁ ଯାଇ ସମସ୍ୟା ଶୁଣିଲେ, ଆଉ ବୈଠକ କରି ସମସ୍ୟାର ସମାଧାନ କରିବା ପାଇଁ ଲୋକଙ୍କୁ ଭରସା ଦେଇଥିଲେ।

ଅଧିକ ପଢ଼ନ୍ତୁ: ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛି ସ୍କୁଲ୍ ଡ୍ରେସ୍...ହଷ୍ଟେଲରେ ବି ସମାନ ଅବସ୍ଥା

Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ