Advertisment

Diarrhea Outbreak: ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ; ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍

ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ୍ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି । ଜିଲ୍ଲାରେ ୫୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

ଅଦ୍ୟତନ ହୋଇଛି
Jajpur Diarrhea Outbreak

Jajpur Diarrhea Outbreak

Advertisment

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ବି ବଢୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଆଉ ୨ ଜଣ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି ।  ଏନେଇ ଯାଜପୁର CDMO ସୂଚନା ଦେଇଛନ୍ତି । ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାରେ ୫୦୦ ଟପିଛି ।

Advertisment

ଯାଜପୁର ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକରେ ଝାଡାବାନ୍ତି ବ୍ୟାପିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ୩ଟି ରାଜ୍ୟସ୍ତରୀୟ ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ହସ୍ପିଟାଲେ ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏହି ଟିମରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ରହିଛନ୍ତି । 

ଅଧିକ ପଢ଼ନ୍ତୁ: ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisment

କଟକ ଏସସିବିରୁ ଆଉ ଏକ ଅତିରିକ୍ତ ଟିମ୍ ପଠାଯିବା ସହ ଜିଲ୍ଲା ସ୍ତରରେ ବି ମେଡିକାଲ୍ ଟିମ୍ ଗଠନ କରାଯାଇ ଆକ୍ରାନ୍ତ ଚିକିତ୍ସା କରାଯାଉଛି । ଘରକୁ ଘର ବୁଲି ଜରୁରୀ ଔଷଧ ଦେଉଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । କେଉଁ ପରିସ୍ଥିତିରେ ବ୍ୟାପିଲା ଝାଡାବାନ୍ତି, ତାର ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍ । ସେଣ୍ଟ୍ରାଲ୍ ଆରଡିସି ଓ ଜିଲ୍ଲାପାଳ ମଧ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ଅନ୍ୟପଟେ ଝାଡ଼ାବାନ୍ତି ଆଖପାଖ ଜିଲ୍ଲାକୁ ବ୍ୟାପୁଥିବା ମଧ୍ୟ ସୂଚନା ଦେଇଛନ୍ତି ଯାଜପୁର CDMO । କେଉଁ ପରିସ୍ଥିତିରେ ବ୍ୟାପୁଛି ଝାଡ଼ାବାନ୍ତି ତାହାର କାରଣ ଖୋଜା ଚାଲିଥିବା କହିଛନ୍ତି CDMO । ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଏତେ ଗମ୍ଭୀର ଯେ, ଜଣକ ପରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଚାଲିଛି । 

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ଖସିବ ତାପମାତ୍ରା,ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା !

Jajpur Diarrhea Diarrhoea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ