• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବିଧାୟକ ହେବ ତ ଏମିତି ।  ସାଧାରଣ ଲୋକଟିଏ ହଇରାଣ ହେଉଥିବାର ଦେଖି ଥାନାରେ ପଶିଲେ, ଥାନା ବାଲାଙ୍କୁ ଟିଉସନ କଲେ । ସାଧାରଣ ଲୋକଟିଏ ଆଜି ଥାନାକୁ ଯିବାକୁ ଡରୁଛି । ଯିଏ ବି ଥାନାକୁ ଅଭିଯୋଗ ଲେଖିବାକୁ ଆସୁଛି ତାଙ୍କୁ ଫର୍ଦ୍ଦେ କାଗଜ ଆଉ କଲମଟେ ବି ମିଳୁନି । ଆଉ ଏପରି ଅଭିଯୋଗ ଜାଣିବା ପରେ ଥାନାରେ କାଗଜ କଲମ ଧରି ଥାନାରେ ବସିଲେ ଯୁବ ବିଧାୟକ ।

ଆଉ ଥାନାରେ ଅଧିକାରୀଙ୍କ ଉପରେ ବର୍ଷିଲେ ଜଗତସିଂହପୁରର ନୂତନ ବିଧାୟକ ଅମରେନ୍ଦ୍ର ଦାସ । ଥାନା ବାବୁ ବିଧାୟକଙ୍କୁ ଭିତରକୁ ଡାକିଲେ । ହେଲେ ବିଧାୟକ ଯିବାକୁ ନାରାଜ । ଆଉ କହୁଛନ୍ତି ସାଧାରଣ ଲୋକଟିଏ ଯେଉଁଠି ଅଭିଯୋଗ କରୁଛନ୍ତି ମୁଁ ସେଇଠି ବସିବି । 

ଜଣେ ବୟସ୍କ ଲୋକ ନିଜର ଅଭିଯୋଗ ନେଇ ଥାନାକୁ ଆସିଥିବା ବେଳେ ତାଙ୍କୁ ଦୁର୍ବବ୍ୟହାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ବିଧାୟକଙ୍କୁ ଡାକିବାକୁ କହିଥିଲେ ପୋଲିସ କର୍ମଚାରୀ । ବୟୋଜ୍ୟଷ୍ଠ ଲୋକ ଜଣକ ଏନେଇ ବିଧାୟକକୁ ଅବଗତ କରାଇବା ପରେ ବିଧାୟକ ୪ ପ୍ୟାକେଟ କାଗଜ,  ୨୦ଟି କଲମ ଧରି ଜଗତସିଂହପୁର ସଦର ଥାନାରେ ପହଞ୍ଚିବା ସହ ଥାନା ବାବୁଙ୍କୁ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ ତାଗିଦ କରିଛନ୍ତି । ଏପରିକି ଯଦି ବସିବାକୁ ଜାଗା ନାହିଁ ଜାଗା ଦେଖାଅ ମୁଁ ଘର କରିଦେବି । ଆଉ ମୋ ଲୋକ ସେଠାରେ ବସି ଲୋକଙ୍କ ଅଭିଯୋଗ ଲେଖିବେ ବୋଲି କହିଛନ୍ତି ବିଧାୟକ ।

ତେବେ ଏ ସମ୍ପର୍କରେ ଜଗତସିଂହପୁର ଏସପି ରାହୁଲ ପିଆରଙ୍କ ସହିତ ଯୋଗାଯୋଗ କରିଥିଲେ ବି ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଫୋନ ଯୋଗେ ସୂଚନା ଦେଇଛନ୍ତି ଏସପି । ପୋଲିସ ଉଦାର ଓ କର୍ତ୍ତବ୍ୟ ପରାୟଣ ହୋଇ ସାଧାରଣ ଲୋକଟିର ସେବା କରିବା ଦରକାର । ଏପରି ହେଲେ ପୋଲିସ ପ୍ରତି ସାଧାରଣ ଲୋକଟିର ଭୟ ଦୂର ହେବା ସହ ନ୍ୟାୟ ପାଇବା ସହଜ ହୋଇପାରନ୍ତା ।

 

OTV is now on Whatsapp

Join and get latest news update delivered to you via whatsapp

Join Now