Advertisment

Paddy Procurement: ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା; ବୁଝାମଣା ନାଁରେ ଚାଲିଛି ୪ରୁ ୫କେଜି ଧାନ କଟନି ଛଟନି

ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ।

ଅଦ୍ୟତନ ହୋଇଛି
undefined

Paddy Procurement

Advertisment

ପୁଣି ମଣ୍ଡିରେ ଚାଲିଲା ମିଲର୍ସ ରାଜ। ବର୍ଷକର ପରିଶ୍ରମର ପାଉଣା ପାଇଁ ମୁଣ୍ଡ ନୂଆଁଇଲା ଚାଷୀ। ବିନା କଟନୀ ଛଟନୀରେ ଧାନ ନଉଠାଇବା ଜିଦରେ ଅଡ଼ି ବସିଥିବା ଚାଷୀ ଶେଷରେ ବାଧ୍ୟ ହୋଇ ମିଲର୍ସ ସହିତ କରିଛି ବୁଝାମଣା। ପୂର୍ବବର୍ଷ ଭଳି ଏବର୍ଷ ବି ମଣ୍ଡିରେ କ୍ବିଣ୍ଟାଲ ପିଛା କଟିଛି ଚାରିରୁ ପାଂଚ କେଜି ଧାନ। ଆଉ ପ୍ରଶାସନର କଡ଼ା ନିର୍ଦ୍ଦେଶ, କଟନୀ ଛଟନୀ ବଦଳରେ ବ୍ୟବହାର ହେବ ବୁଝାମଣା ଓ ସହମତି ଶବ୍ଦ।

Advertisment

ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ। ଆଉ ଏଫଏକ୍ୟୁ କଥା ଉଠୁନି। ବୁଝାମଣା ମୁତାବକ, ବେଧଡକ କ୍ବିଣ୍ଟାଲ ପିଛା ଚାରିରୁ ପାଂଚ  କେଜି କଟନୀ ଛଟନୀ କରି ଧାନ ଉଠାଉଛି ମିଲର। କିନ୍ତୁ କଟନୀ ଛଟନୀକୁ ବିରୋଧ କରି ଅଡି ବସିଲେ, ଧାନ ଉଠୁନି । ଏପରିକି ମିଲର୍ସ ଓ ଚାଷୀଙ୍କ ଭିତରେ ହୋଇଥିବା ବୁଝାମଣାକୁ ବି ସ୍ବୀକୃତି ଦେଇଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ । ବାବୁ କହୁଛନ୍ତି, କଟନୀ ଛଟନୀ ନୁହେଁ, ସବୁକିଛି ସହମତିରେ ଚାଲିଛି। 

ଅଧିକ ପଢ଼ନ୍ତୁ: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍; ଡକାୟତଙ୍କ ଗୁଳିରେ ୨ଜଣଙ୍କର ମୃତ୍ୟୁ...

Advertisment

ମିଲର ସହ ଚାଷୀଙ୍କ ବୁଝାମଣା ପରେ ଧାନ ଉଠୁଛି ସତ, କିନ୍ତୁ ଚାଷୀଙ୍କ ପାଇଁ ନୂଆ ଟେନସନ ପାଲଟିଛି ଅଖା। ମଜବୁତ ଦୃଷ୍ଟିରୁ ୧୪ରୁ ୧୫ ଟଙ୍କା ଦେଇ ଜରି ବସ୍ତା କିଣିଥିଲେ ଚାଷୀ। ସେଥିରେ ଧାନ ପ୍ୟାକ କରି ମଣ୍ଡିକୁ ଆଣିଛନ୍ତି । କିନ୍ତୁ ମିଲର୍ସ କହୁଛନ୍ତି, ଜରିବଦଳରେ ଅଖା ବସ୍ତାରେ ଧାନ ଉଠାଇବୁ। ପୁଣିଥରେ ଅଖା ଅଦଳ ବଦଳ ସହ ଶ୍ରମିକ ବହନ ଖର୍ଚ୍ଚରେ ପେଶି ହେଉଛି ଚାଷୀ।

ଏବେ ଆସନ୍ତୁ ଜାଣିବା, ଏଫଏକ୍ୟୁର ଢୋଲ ପିଟୁଥିବା ପ୍ରଶାସନ ପାଖରେ କଣ ରହିଛି ସୁବିଧା ସୁଯୋଗ। ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସୂଚନା ମୁତାବକ, ପୂରା ଜିଲ୍ଳାରେ ଖୋଲିଛି ୧୭୬ଟି ମଣ୍ଡି। ହେଲେ ମାତ୍ର ୩ଟି ପ୍ୟାଡି ଆନାଲାଇଜର ମେସିନ ଅଛି। ଆଉ, ମାତ୍ର ୭ରୁ ୮ ଟି ରହିଛି ପ୍ୟାଡି କ୍ଳିନର। ଯାହା ସମୂଦ୍ରକୁ ସଂଖେ। ତେଣୁ ପୁରା ଜିଲ୍ଳାରେ ଏଫଏକ୍ୟୁ ଆଳରେ ଚାଲିଛି କଟନୀ ଛଟନୀ। ହେଲେ ଜିଲ୍ଳାପାଳଙ୍କ ଉତ୍ତର, ସବୁ ଜାଗାରେ ସବୁ ଅଛି।

Advertisment

ଏସବୁ ଭିତରେ ଖରାପ ମାନର ଧାନ ମଣ୍ଡିକୁ ନଆଣିବାକୁ ଗତକାଲି ଚାଷୀଙ୍କୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ। ତେଣୁ ଚାଷୀ କେମିତି ତାର ଅମଳ ଧାନ ବିକିବ ସେହି ଚିନ୍ତା ଘାରିଛି।

ଅଧିକ ପଢ଼ନ୍ତୁ: ଏଣିକି ସୁଭଦ୍ରା ପୋର୍ଟାଲରେ ଯୋଡ଼ିହେବ ନାଁ; ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍

Paddy Procurement Paddy Farmers Mandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ