• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଡ଼ା ସୁରକ୍ଷା ବଳୟ ଭିତରେ ରାଜ୍ୟ ବିଧାନସଭା । ଆସନ୍ତାକାଲିଠାରୁ ଆରମ୍ଭ ହେବ ଶପଥ ଗ୍ରହଣ ଉତ୍ସବ । ସମସ୍ତ ନବ ନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ । ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ତାଙ୍କ ସହିତ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏହି ଯାଞ୍ଚ ସମୟରେ ଉପସ୍ଥିତ ଥିଲେ ।

ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ବିଧାନସଭାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି । ଏହା ସହିତ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି । ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ବାଚିତ ବିଧାୟକମାନଙ୍କୁ ଶପଥପାଠ କରାଇବେ।

ପଢନ୍ତୁ ଏହି ଖବର: ମୋହନ ସରକାର ଆଗରେ ଅନେକ ଆହ୍ବାନ; କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ?

ସେପଟେ ଆଜି କୃଷି ବିଭାଗ ଦାୟିତ୍ୱ ନେବାପରେ କୃଷି ଭବନ ଯାଇ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ରାଜ୍ୟରେ କୃଷି କ୍ଷେତ୍ରରେ କିଭଳି ପ୍ରଗତି ହେବ ସେନେଇ ମିଳିମିଶି କାମ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବିଭାଗରେ ମୁଁ ମନ୍ତ୍ରୀ ନୁହେଁ ଆପଣଙ୍କ ଭଳି ବିଭାଗର ଜଣେ ବୋଲି ସେ କହିଥିଲେ ।

ସେହିପରି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଆଜି ସମୀକ୍ଷା ବୈଠକ କରିଛନ୍ତି । ଦାୟିତ୍ଵ ନେବା ପରେ କ୍ରୀଡା ବିଭାଗର ସମୀକ୍ଷା କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପାଙ୍କର ମହାପାତ୍ର, ଓ ଯୁଗ୍ମ ସଚିବ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ କ’ଣ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ।

ସେହିପରି ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ପୂଜାରୀ । ଦାୟିତ୍ୱ ନେବା ପରେ ପ୍ରଥମ ବିଭାଗୀୟ ସମୀକ୍ଷା କରିଛନ୍ତି ସୁରେଶ ପୂଜାରୀ । ଏହି ବୈଠକରେ ରାଜସ୍ୱ ବିଭାଗର ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ଆଲୋଚନା ହୋଇଛି।

ପଢନ୍ତୁ ଏହି ଖବର: ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ; ଜାଣନ୍ତୁ କାହା ଆଗରେ ରହିଛି କେଉଁ ସମସ୍ୟା...

OTV is now on Whatsapp

Join and get latest news update delivered to you via whatsapp

Join Now