Advertisment

Idravati Dam: ଧିରେ ଧିରେ ପୋତି ହେଉଛି ଇଦ୍ରାବତୀ ଡ୍ୟାମ୍ ... କମୁଛି ଜଳଧାରଣ କ୍ଷମତା

1977 ରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ପଡିଥିବା ବେଳେ 1999 ରେ ଏହିପ୍ରକଳ୍ପରୁ ପ୍ରଥମ ଜଳସେଚନ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହା ୨୫ ବର୍ଷ ପୂରଣ କରିଛି । ହେଲେ ଏହି ମାଟିବନ୍ଧରୁ ବହୁମାତ୍ରାରେ ପାହାଡରୁ ମାଟି ପୋତି ହେଉଥିବାରୁ କ୍ରମାଗତ ଭାବେ ଏହାର ଜଳଧାରଣ କ୍ଷମତା କମୁଛି।

author-image
Prasan Subudhi
ଅଦ୍ୟତନ ହୋଇଛି
ଇନ୍ଦ୍ରାବତୀ ଡ୍ୟାମ୍

ଇନ୍ଦ୍ରାବତୀ ଡ୍ୟାମ୍

କଳାହାଣ୍ଡିର ଲାଇଫଲାଇନ ଇନ୍ଦ୍ରାବତୀ ଡ୍ୟାମ୍‌ର ଜଳଧାରଣ କ୍ଷମତା ଏବେ କମିବାରେ ଲାଗିଛି। ଦିନେ ଯେଉଁ କଳାହାଣ୍ଡି ଭୋକର ଭୂଗୋଳ ଥିଲା ଆଜି ସେଇ ଇନ୍ଦ୍ରାବତୀର ଅବଦାନରୁ ଶସ୍ୟଶ୍ୟାମଳ ହୋଇଛି । ଚଳିତ ବର୍ଷ ଏହା ଜଳସେଚନର ୨୫ ବର୍ଷ ପୂରଣ କରିଛି ହେଲେ ଧିରେ ଧିରେ ଡ୍ୟାମ୍ ପୋତି ହେଉଛି। ଫଳରେ ଏହାର ଜଳଧାରଣ କ୍ଷମତା କମୁଥିବା ନେଇ ଚିନ୍ତା ପ୍ରକଟ କରୁଛନ୍ତି ଚାଷୀ।

Advertisment

ଡ୍ୟାମ୍ ପୋତି ହେଉଥିବାରୁ କେଉଁଠି ଗୋରୁ ଚରୁଛନ୍ତି ଆଉ କେଉଁଠି ମାଟି ପଡ଼ି କାଁଭାଁ ପାଣି ଦେଖା ଦେଉଛି । ଏହା ହେଉଛି କଳାହାଣ୍ଡିକୁ ଭୋକର ଭୂଗୋଳରୁ ଶସ୍ୟଶ୍ୟାମଳ କରିଥିବା ଇନ୍ଦ୍ରାବତୀ ଜଳଭଣ୍ଡାରର ଦୄଶ୍ୟ ।

1977 ରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ପଡିଥିବା ବେଳେ 1999 ରେ ଏହିପ୍ରକଳ୍ପରୁ ପ୍ରଥମ ଜଳସେଚନ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହା ୨୫ ବର୍ଷ ପୂରଣ କରିଛି । ହେଲେ ଏହି ମାଟିବନ୍ଧରୁ ବହୁମାତ୍ରାରେ ପାହାଡରୁ ମାଟି ପୋତି ହେଉଥିବାରୁ କ୍ରମାଗତ ଭାବେ ଏହାର ଜଳଧାରଣ କ୍ଷମତା କମୁଛି।

Advertisment

ପ୍ରକଳ୍ପରୁ ବାମ,ଦକ୍ଷିଣ ଏବଂ ଉଠା ଜଳସେଚନ ଯୋଗେ ୧ଲକ୍ଷ୧୮ହଜାର ଏକର ଜଳସେଚନ ଉଭୟ ଖରିଫ ଓ ରବିରେ କରାଯାଉଛି। ଇନ୍ଦ୍ରାବତୀ, ମୁରାନ୍,କପୁର ଓ ପୋଡାଗଡ ନଦୀର ପାଣିକୁ ୧୧୦ବର୍ଗକିଲୋମିର ବନ୍ଧରେ ସାଇତି ରଖି ବିଜୁଳି ଉତ୍ପାଦନ ସହିତ ଜଳସେଚନ କରାଯାଉଛି ।

ତେବେ ବନ୍ଧରେ ଅତ୍ୟଧିକ ମାଟି ଜମାହେବା ଚିନ୍ତାର ବିଷୟ ହୋଇଛି । ସ୍ଥାନୀୟ ଲୋକ ଆଗକୁ ଏହା ଜଳସେଚନରେ ପ୍ରଭାବ ପକାଇବ ବୋଲି କହୁଥିବା ବେଳେ ଏହାର ସମାଧାନ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି।

ତେବେ ଅଞ୍ଚଳର ଜଳସେଚନ ଦୃଷ୍ଟିରୁ ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ଚାଷୀମାନେ ସମସ୍ୟାରେ ପଡ଼ିବା ସହ ଚାଷକାର୍ଯ୍ୟ ବ୍ୟାହତ ହେବାର ଆଶଙ୍କା ଦେଖାଦେଇଛି।

Indravati Water Scarcity Indravati Irrigation Project
Advertisment
Advertisment