Advertisment

୧୮ IAS ଅଫିସରଙ୍କ ଅଦଳବଦଳ କଲେ ସରକାର

ଉଷା ପାଢୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IAS Reshuffle

IAS Reshuffle

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର। ୧୮ ଜଣ ଆଇଏଏସଙ୍କୁ ଅଦଳ ବଦଳ ଏବଂ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସତ୍ୟବ୍ରତ ସାହୁ ହୋଇଛନ୍ତି ଗୃହ ବିଭାଗର ACS। ଦେଓରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS। ସତ୍ୟବ୍ରତଙ୍କ ସ୍ଥାନରେ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଂଜନ। ସେହିପରି ସୁରେନ୍ଦ୍ର କୁମାର ହୋଇଛନ୍ତି ଖଣି ଓ ଇସ୍ପାତ ବିଭାଗର ACS।

Advertisment

ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଉଷା ପାଢ଼ୀ। ଏଥିସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ PRC ହୋଇଛନ୍ତି ବିଶାଲ ଗଗନ।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଶାଳିନୀ ପଣ୍ଡିତ। ପୂର୍ବ ଭଳି ସେ ମିଶନ ଶକ୍ତି ବିଭାଗର ଦାୟିତ୍ବରେ ମଧ୍ୟ ରହିବେ। ଆଇଏଏସ୍ ଅଶ୍ବଥି ଏସ୍ ହୋଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ। ସେହିପରି ରୁପା ରୋଶନ ସାହୁ ଦକ୍ଷିଣାଞ୍ଚଳ ଆରଡିସି, ସଚିନ ରାମଚନ୍ଦ୍ର ଯାଦବ ଉତ୍ତରାଞ୍ଚଳ ଆରଡିସି ଏବଂ ବି. ପରମେଶ୍ବରନ ହୋଇଛନ୍ତି କେନ୍ଦ୍ରାଂଚଳ ଆରଡିସି। ବଲୱନ୍ତ ସିଂଙ୍କୁ ପର୍ଯ୍ୟଟନ ବିଭାଗର ସଚିବ ଓ କମିଶନର ଦାୟିତ୍ବ ମିଳିଛି।

Advertisment

ଓଏମସି ଏମଡି ଭାବେ ସେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ। ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ କମର୍ସିଆଲ ଟ୍ୟାକ୍ସ ଓ GSTର କମିଶନର ଅତିରିକ୍ତ ଦାୟିତ୍ବ ମିଳିଛି। ବିଡିଏ ଉପାଧ୍ୟକ୍ଷ ହୋଇଛନ୍ତି ଏନ୍. ଥିରୁମାଲା ନାୟକ। ବିଡିଏ ଉପାଧ୍ୟକ୍ଷ ପଦବୀକୁ ଅତିରିକ୍ତ ସଚିବ ପାହ୍ୟା ନେଇ ଘୋଷଣା କରାଯାଇଛି। ସେହିପରି ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ଆଇଏଏସ୍ ସମର୍ଥ ବର୍ମା। OSEPAର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି ଅନନ୍ୟା ଦାଶ। OSEPAର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ମିଳିଛି ଯୁଗ୍ମ ସଚିବ ପାହ୍ୟା।

IAS Reshuffle IAS
Advertisment
Advertisment