Advertisment

IAS Officer Caught in Vigilance Net: ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ୪୭ ଲକ୍ଷ ଟଙ୍କା ନଗଦ ଜବତ କରିଛି ।

ଅଦ୍ୟତନ ହୋଇଛି
IAS Officer Caught Taking Bribe

IAS Officer Caught Taking Bribe

Advertisment

ଭିଜିଲାନ୍ସ ଜାଲରେ IAS ଅଫିସର । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା । ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ । ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଜୟପାଟଣା ବ୍ଲକ ଆମଯୋର ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ହେଲେ କ୍ରସର ମାଲିକ ଅନ୍ୟୋପାୟ ନ ପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। 

Advertisment

ଅଧିକ ପଢନ୍ତୁ: ଅବସର ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ; ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ

ଭିଜିଲାନ୍ସ ହାତରେ ଧରା ପଡିବା ପରେ ତାଙ୍କ ବାସଭବନରେ ଚଢାଉ ହୋଇଥିଲା । ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ରେଡ୍ ବେଳେ ଉପଜିଲ୍ଲାପାଳଙ୍କ ଘରୁ ୪୭ ଲକ୍ଷ ଟଙ୍କା ନଗଦ ମିଳିଛି। ଚଢଉ ଜାରି ରହିଛି । 

Advertisment

୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକମା। ତାଙ୍କ ଘର ତ୍ରିପୁରା କାଞ୍ଚନପୁର ଅଞ୍ଚଳରେ। ୨୦୨୦ରେ ସେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ପରିବାର ତଥା ହୋମ୍ ଟାଉନରୁ ସେ ପ୍ରଥମ ଯିଏ କି, ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ଶେଷ ଉଦ୍ୟମରେ ସେ ୟୁପିଏସସି ପରୀକ୍ଷା କ୍ଲିୟର କରିଥିଲେ। ଧୀମାନଙ୍କ ବାପା ଜଣେ ଟିଚର ଏବଂ ମାଆ ଜଣେ ଗୃହିଣୀ। ଆଇଏଏସ୍ ହେବା ପରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାମ କରିବା ଲାଗି ଇଚ୍ଛା ରଖିଥିଲେ। ତେବେ ଆଜି ସେ ଭିଜିଲାନ୍ସ ଜାଲରେ ପଡିଛନ୍ତି।

ଅଧିକ ପଢନ୍ତୁ: ଅବସର ଦିନ ଭିଜିଲାନ୍ସ ମାଡ଼; କାହିଁକି ଏତେ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟର ବାବୁ ? 

Advertisment
Vigilance Raid Bribe Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ