Advertisment

Baby Parrot: ଆଖି ଖୋଲିବା ଆଗରୁ ମାଆଶୁଆ ପାଖରୁ ଛୁଆକୁ ଚୋରାଇ ଆଣୁଛି ଶିକାରୀ

ସତ କହିବାକୁ ଗଲେ, ଗିରଫ ହୋଇ ବନ ବିଭାଗ କବଜାରେ ଥିବା ଏମାନେ ଶିକାରୀ ନୁହନ୍ତି, ଏମାନେ ଜଣେ ଜଣେ ଜହ୍ଲାଦ। ପକ୍ଷୀ ଶାବକ ଗୁଡ଼ିକର ଆଖି ନଫିଟୁଣୁ ମାଆ କୋଳରୁ କିଛି ଅର୍ଥ ଲୋଭରେ ଚୋରାଇ ଆଣିଛନ୍ତି ତା’ ବସା ରୁ । ଥରଟିଏ ଭାବିଲାନି ଛୁଆ ବିନା କେମିତି ବିତୁଥିବ ତା’ ମାଆର ସମୟ। ସେପଟେ ମା’କୁ ଛାଡ଼ି କେତେ ଝୁରୁଥିବ କୁନି ଶାବକ।

author-image
Prasan Subudhi
ଅଦ୍ୟତନ ହୋଇଛି
ମା’ କୋଳରୁ ଛୁଆ ଅଲଗା

ମା’ କୋଳରୁ ଛୁଆ ଅଲଗା

ମାଠୁ ଖାଇବା ଛାଡି ନାହିଁ,ଆଖି ଖୋଲିବା ଆଗରୁ ମାଆ ଶୁଆ ପାଖରୁ ଶାବକକୁ ଚୋରାଇ ଆଣିଥିଲା ଶିକାରୀ । ବଜାରରେ ଚଢ଼ା ଦରରେ ବିକ୍ରି କରି ମାଲେମାଲ ହେବା ଆଶା ନେଇ କରୁଥିଲା ଚୋରା ଚାଲାଣ। ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ବନ ବିଭାଗ। ୧୧ ଟି ଶିଶୁ ଶାବକକୁ ଉଦ୍ଧାର କରିବା ସହ ଜଣକୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି।

Advertisment

ଦେଖିଲେ ଲାଗୁଛି ଏହି ଶିଶୁ ଶାବକ ଗୁଡ଼ିକ ମନରେ ଯେମିତି ଛାଇ ରହିଛି ଅଜଣା ଆତଙ୍କ। କାରଣ ସେମାନେ ମା’ କୋଳରୁ ଅଲଗା ହେଉଛି। ଦୁନିଆର ସବୁଠୁ ନିରାପଦ ସ୍ଥାନ ଛାଡ଼ି ସେ ଯାଉଛି ଶିକାରୀର ଜାଲକୁ। ଖୋଲା ଆକାଶରେ ଉଡ଼ିବାର ଅସରନ୍ତି ସ୍ବପ୍ନ ଗଢ଼ିବା ଆଗରୁ ତାକୁ ପିଞ୍ଜରାରେ ବନ୍ଦ୍ କରିଦେଇଥିଲା ଦୁର୍ବୃତ୍ତ। ଯଦି ଏହି ନିରୀହ ଶୁଆ ଶାବକ ଗୁଡ଼ିକ କଥା କୁହନ୍ତେ ତେବେ ତାଙ୍କ ଦୁଃଖ ଶୁଣି ଆପଣଙ୍କ ମନ ନିଶ୍ଚୟ ତରଳି ଯାଆନ୍ତା।

କଥା ବୁଝିପାରୁଥିବା ମଣିଷ କିନ୍ତୁ ଏ ଜଙ୍ଗଲୀ ଶୁଆ ଶାବକର କଥା ଶୁଣିବାକୁ ମା’ ପାଖରୁ ଛଡାଇ ଆଣିଛି ସିନା, ହେଲେ ଏ କଥା କୁହା ଶୁଆ ଶାବକର ଦୁଃଖ ଓ କଷ୍ଟ କୁ ବୁଝି ପାରିନାହିଁ ମଣିଷ।

Advertisment

ସତ କହିବାକୁ ଗଲେ, ଗିରଫ ହୋଇ ବନ ବିଭାଗ କବଜାରେ ଥିବା ଏମାନେ ଶିକାରୀ ନୁହନ୍ତି ଏମାନେ ଜଣେ ଜଣେ ଜହ୍ଲାଦ। ପକ୍ଷୀ ଶାବକ ଗୁଡ଼ିକର ଆଖି ନଫିଟୁଣୁ ମାଆ କୋଳରୁ କିଛି ଅର୍ଥ ଲୋଭରେ ଚୋରାଇ ଆଣିଥିଲା ତା’ ବସା ରୁ । ଥରଟିଏ ଭାବିଲାନି କେମିତି ଛୁଆ ବିନା କେମିତି ବିତୁଥିବ ତା’ ମାଆର ସମୟ।

ଏସସିଏଫ୍ ରବୀନ୍ଦ୍ର ମହାନ୍ତି ସୂଚନା ଦେଇ ପ୍ରକାଶ କରିଛନ୍ତି, ବାରିପଦା ସହର ଉପକଣ୍ଠ କଠାପାଳ ଠାରେ ସନ୍ଧ୍ୟା ସମୟରେ ଏକ ବାଇକ୍ ସାହାଯ୍ୟରେ ୧୧ ଟି ଆଲାକଜେଣ୍ଡ୍ରିଆନ ପକ୍ଷୀ ଶାବକ ଗୁଡ଼ିକ ଚାଲାଣ ହେଉଥିବା ଥିବା ବିଶେଷ ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲେ। ୧୧ଟି ଶୁଆ ଶାବକଙ୍କୁ ଉଦ୍ଧାର କରିବା ସହ ଜଣକୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛନ୍ତି।

ସିଡୁଲ ଓ୍ବାନ ପ୍ରଜାତିର ଏହି ୧୧ ଟି ପକ୍ଷୀ ଶାବକ ଗୁଡ଼ିକୁ ପିଠାବଟା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି। ଏଠାରେ ସେମାନଙ୍କ ରକ୍ଷଣାବେକ୍ଷଣ ସହ ଯତ୍ନ ନିଆଯିବ। ସେମାନଙ୍କ ଉଡ଼ିବା ସମୟ ଆସିଲେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଖୋଲା ଆକାଶରେ ଛାଡ଼ି ଦିଆଯିବ।

Baripada Forest Officials Parrot Parrot Love
Advertisment
Advertisment