• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ସହଜରେ ବାସ ସ୍ଥାନ ଯୋଗାଇ ଦେବାକୁ ସରକାର ଆରମ୍ଭ କରିଥିଲେ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ । ରାଜୀବ ଆୱାସ ଯୋଜନାରେ ଘର ପ୍ରଦାନ କରାଗଲା ହେଲେ ଘର ମିଳିବାର ୬ ମାସ ପରେ ସାମ୍ନାକୁ ଆସିଛି କେଳେଙ୍କାରୀ । ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି ଘର । ଏହାକୁ ନେଇ ଆକ୍ସନ ମୁଡକୁ ଆସିଛି ବିଏମସି ।

ଜଣଙ୍କ ଘର ବାତିଲ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ନୋଟିସ୍ ମାଧ୍ୟମରେ ଉତ୍ତର ରଖିବାକୁ କୁହାଯାଇଛି । ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେବା ନାଁରେ କେଳେଙ୍କାରୀ । ଅଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟରେ ଅଯୋଗ୍ୟ ହିତାଧିକାରୀଙ୍କୁ କିଭଳି ମିଳିଲା ଘର ? ସହିଦ ନଗର ଶାନ୍ତି ପଲ୍ଲୀରେ ଅଯୋଗ୍ୟ ହିତାଧିକାରୀ ଘର ପାଇଥିବା ଖବର ସାମ୍ନାକୁ ଆସିବା ପରେ ପୁରା କେଳେଙ୍କାରୀ ସାମ୍ନାକୁ ଆସିଛି ।

ମାଷ୍ଟରକ୍ୟାଣ୍ଟିନ ଛକରେ ରହିଛି କୁକ୍-ଡୁ-କୁ ରେଷ୍ଟୁରାଣ୍ଟ । ଆଉ ଏହାର ମାଲିକ ହେଉଛନ୍ତି ପ୍ରଭଞ୍ଜନ ସାହୁ । ତାଙ୍କର ଭୁବନେଶ୍ୱରରେ ଘର, ଜାଗା ଥାଇ ମଧ୍ୟ ସେ ରାଜୀବ ଆବାସ ଯୋଜନାରେ ଘର ପାଇଛନ୍ତି । ବିଏମସି ନୋଟିସ୍ କରିବା ପରେ ବାବୁ ଏବେ ଘରେ ତାଲା ପକାଇ କୁଆଡେ ଫେରାର ଅଛନ୍ତି ।

ତିନି ଦିନ ମଧ୍ୟରେ ଚାବି ହସ୍ତାନ୍ତର କରିବାକୁ କହିଛି ବିଏମସି । ଏହା ସହ ଆଉ ୪ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ୍ ମାଧ୍ୟମରେ ଉତ୍ତର ରଖିବାକୁ କହିଛି ବିଏମସି । ଯୋଗ୍ୟ ହିତାଧିକାରୀ ନ ପାଇ ଅଯୋଗ୍ୟଙ୍କୁ ଘର ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଭୁବନେଶ୍ୱରକୁ ବସ୍ତି ମୁକ୍ତ କରିବାକୁ ଯୋଜନା କରିଥିଲେ ପୂର୍ବ ସରକାର ।

ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ସର୍ଭେ । ରାଜୀବ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଚିହ୍ନଟ କରାଗଲା । ଶାନ୍ତି ପଲ୍ଲୀ ହାଉସିଂ ପ୍ରୋଜେକ୍ଟରେ ମୋଟ ୬୦୦ ଘର ନିର୍ମାଣ କରିଥିଲା ବିଡ଼ିଏ । ସେଥିରୁ ୫୨୧ ଜଣ ହିତାଧିକାରୀଙ୍କୁ ଘର ପ୍ରଦାନ କରାଗଲା ।

ହେଲେ ଘର ମିଳିବାର ୬ ମାସ ପରେ ସାମ୍ନାକୁ ଆସିଛି କେଳେଙ୍କାରୀ । ଏହାକୁ ନେଇ ରାଜନୀତି ବି ତେଜିଛି । ଭୁବନେଶ୍ୱର-ମଧ୍ୟ ବିଧାୟକ କହିଛନ୍ତି ଯିଏ ଅନିୟମିତତା କରିବେ ତାଙ୍କ ଘର ବାତିଲ କରାଯାଇ ଲିଗାଲ୍ ଆକ୍ସନ ନିଆଯିବ । ସେପଟେ ବିଜେପି ନେତା ପୂର୍ବ ସରକାର ଉପରେ ଅଙ୍ଗୁଳି ଉଠାଇଛନ୍ତି ।

ଲୋକଙ୍କ ଠାରୁ ପଇସା ନେଇ ଘର ଦେଇଛନ୍ତି । ଦଳୀୟ ଭିତ୍ତିରେ ଅନେକ ଘର ଦିଆଯାଇଛି । ଏବେ ଲୋକଙ୍କ ସରକାର ଆସିଛି । ଏହା ପଛରେ ଯିଏ ବି ଅଛନ୍ତି ସେମାନେ ଦଣ୍ଡିତ ହେବେ । ଅଯୋଗ୍ୟ ହିତାଧିକାରୀ ଘର ପାଇବା ପଛରେ କେବଳ ଜନ ପ୍ରତିନିଧି ନାଁ ବଡ଼ ଅଧିକାରୀଙ୍କ ହାତ ଅଛି । ଅଧିକ ଖୋଳତାଡ଼ ହେଲେ ପୁରା ଘଟଣା ସାମ୍ନାକୁ ଆସିବ ।

OTV is now on Whatsapp

Join and get latest news update delivered to you via whatsapp

Join Now