Historic Cuttack Bali Jatra : ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ ବିଧାନସଭାରେ ଏମିତି ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ

ଓଡ଼ିଶାର ପୁରାତନ ଓ ସ୍ବର୍ଣ୍ଣିମ ନୌବାଣିଜ୍ୟର ଐତିହ୍ୟ ବହନ କରୁଥିବା କଟକ ବାଲିଯାତ୍ରା ମହୋତ୍ସବକୁ ଖୁବଶୀଘ୍ର ଜାତୀୟ ମାନ୍ୟତା ଦେବା ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବିଧାନସଭାରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି, ସଂସ୍କୃତି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ସରକାର ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।

ବଢ଼ିଲା ଜାତୀୟ ମାନ୍ୟତା ଆଶା ।

କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ ପୁଣିଥରେ ତାଜା ହୋଇଛି । ଆଜି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉତ୍ତର ପରେ ଏନେଇ ଆଶା ବଢିଛି । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଥିଲା । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଏ ନେଇ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି ଏଥିପାଇଁ ୟୁୁନେସ୍କୋର ଏକ ଟିମ୍ ଓଡ଼ିଶା ଆସିବ ।

ସେପଟେ ବିଗତ କିଛି ବର୍ଷ ଧରି ବାଲିଯାତ୍ରାରେ ଷ୍ଟଲ ବଣ୍ଟନ ବେଳେ ହେଉଥିବା ଦୁର୍ନୀତି କଥା ବି ଗୃହରେ ଉଠିବା ସହ ଏହାର ସମାଧାନ ଦିଗରେ ବିସ୍ତୃତ ଆଲୋଚନା ହୋଇଛି । ସେପେଟ ଏହି ପ୍ରସଙ୍ଗରେ ଆଲୋଚନା ଲାଗି କଟକ ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଏକ ବୈଠକ ଡାକିଛି । ଏହାସହ ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଆଶା ପୁଣି ବୃଦ୍ଧି ପାଇଛି ।

ଓଡ଼ିଶାର ପୁରାତନ ଓ ସ୍ବର୍ଣ୍ଣିମ ନୌବାଣିଜ୍ୟର ଐତିହ୍ୟ ବହନ କରୁଥିବା କଟକ ବାଲିଯାତ୍ରା ମହୋତ୍ସବକୁ ଖୁବଶୀଘ୍ର ଜାତୀୟ ମାନ୍ୟତା ଦେବା ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବିଧାନସଭାରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ସଂସ୍କୃତି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ସରକାର ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।

ଅଧିକ ପଢନ୍ତୁ: ମିଶନ ଶକ୍ତି ପାଇଁ କମ୍ପିଲା ଗୃହ

ଜାତୀୟ ମାନ୍ୟତା ଦେବା ୟୁୁନେସ୍କୋର ଦାୟିତ୍ବ ହୋଇଥିବାରୁ ଏହି ଟିମ୍ ୟୁୁନେସ୍କୋ ସହ ନିମୟିତ ଆଲୋଚନାରେ ଅଛନ୍ତି । ଖୁବଶୀଘ୍ର ୟୁୁନେସ୍କୋର ଏକ୍ ଟିମ୍ ମଧ୍ୟ ଓଡ଼ିଶା ଆସୁଥିବା କଥା ମନ୍ତ୍ରୀ ସୂଚନା ଦେଇଛନ୍ତି । କେବଳ କଟକ-ବାଲିଯାତ୍ରା ନୁହେଁ, ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ମଧ୍ୟ ଜାତୀୟ ମାନ୍ୟତା ପାଇଁ ସରକାର ଉଦ୍ୟମ କରୁଥିବା ସଂସ୍କୃତି ମନ୍ତ୍ରୀ ଗୃହରେ ଉତ୍ତର କରିଛନ୍ତି ।

ଗୋଟେପଟେ ବାଲିଯାତ୍ରାକୁ ଜାତୀୟ ମେଳାର ମାନ୍ୟତା ଦେବାକୁ ସରକାର ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟେ ବିଗତ କିଛି ବର୍ଷ ଧରି ବାଲିଯାତ୍ରାରେ ଷ୍ଟଲ ଆବଣ୍ଟନ ଲାଗି ହେଉଥିବା ନିଲାମ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ । ସେ କହିଛନ୍ତି ଷ୍ଟଲ ପାଇଁ ହେଉଥିବା ନିଲାମ ପ୍ରକ୍ରିୟା କାରଣରୁ ବହୁ ବ୍ୟବସାୟୀ ସୁଯୋଗ ପାଉନାହାନ୍ତି । ସେହିଭଳି ନିଲାମ ବେଳେ ଅର୍ଥକୁ ଗୁରୁତ୍ବ ଦିଆଯାଉଥିବାରୁ ସ୍ଥାନୀୟ କଳା କାରିଗରୀ ପ୍ରଦର୍ଶନ କରିବାକୁ ଚାହୁଁଥିବା ଲୋକେ ମଧ୍ୟ ବାଦ ପଡୁଛନ୍ତି । ତେଣୁ ପୂର୍ବ ସରକାରରୁ ପ୍ରଚଳିତ ଏ ବ୍ୟବସ୍ଥାରେ ଅନେକ ଦୁର୍ନୀତି ହେଉଥିବା କହି ଏହାର ଉଚ୍ଛେଦ ପାଇଁ ବି ଗୃହରେ ଦାବି ଉଠିଛି । ଏସବୁ ପ୍ରକ୍ରିୟା ଭିତରେ ଏବେ ଅପେକ୍ଷା ବାଲିଯାତ୍ରାକୁ କେବେ ମିଳିବ ଜାତୀୟ ମାନ୍ୟତା ?

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍‌ର ୮ ଜଣ ଅଧିକାରୀ