Astrospeak
  • Live TV
  • Read In English

Home Guard Recruitment: ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ମାତିଛନ୍ତି ଟାଉଟର, ଦଲାଲ !

ହୋମଗାର୍ଡ ନିଯୁକ୍ତି ପକ୍ରିୟା ଏବେ ସରକାରଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆବେଦନକାରୀଙ୍କୁ ସତର୍କ କରିବା ପାଇଁ କାନ୍ଥରେ ମରାଯାଇଛି ସତର୍କତା ସୂଚନା ।

Home Guard Recruitment
ହୋମଗାର୍ଡ ନିଯୁକ୍ତିରେ ଦଲାଲ ?

ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ମାତିଛନ୍ତି କି ଟାଉଟର ଦଲାଲ ? ମିଡିଲ ମ୍ୟାନର ଠକାମୀର ଶିକାର ହେଉଛନ୍ତି କି ଆବେଦନକାରୀ ? ୧୦ ବର୍ଷ ପରେ ପରୀକ୍ଷା ହେଉଥିବାରୁ ଦଲାଲ ମାନେ ଖୋଜୁଛନ୍ତି କି ଗଳା ବାଟ ? ଆବେଦନକାରୀଙ୍କୁ ଏଭଳି ସତର୍କ କରାଇଛନ୍ତି ଜିଲ୍ଲା ପ୍ରଶାସନ ।

ହୋମଗାର୍ଡ ନିଯୁକ୍ତି ପକ୍ରିୟା ଏବେ ସରକାରଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆବେଦନକାରୀଙ୍କୁ ସତର୍କ କରିବା ପାଇଁ କାନ୍ଥରେ ମରାଯାଇଛି ସତର୍କତା ସୂଚନା । ଆବେଦନ ପାଇଁ ଆସୁଥିବା ଛାତ୍ର ଛାତ୍ରୀ କୌଣସି ଦଲାଲ, ମିଡିଲ ମ୍ୟାନ କି ଟାଉଟର କଥାରେ ପଡନ୍ତୁ ନାହିଁ । ଚୟନ ପକ୍ରିୟା ପାଇଁ ପୁରା ସ୍ୱଚ୍ଛତା ରଖାଯିବ । ମେରିଟ ଅନୁସାରେ ସିଲେକ୍ଟ କରାଯିବ ବୋଲି ସେଥିରେ ସ୍ପଷ୍ଟ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ପାଇଁ ୯୯ଟି ହୋମଗାର୍ଡ ବା ଗୃହରକ୍ଷୀ ଭ୍ୟାକେନ୍ସି ବାହାରିଛି । ଏହି ପଦବୀ ପୂରଣ ଲାଗି ଜଗତସିଂହପୁର ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆବେଦନକାରୀଙ୍କୁ ବିଭାଗ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ଜାରି କରି ସଚେତନ କରାଯାଇଛି ।

ଅଧିକ ପଢ଼ନ୍ତୁ: ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ, ବାନ୍ଧିନେଲା ପୋଲିସ

କୌଣସି ମିଡିଲ୍ ମ୍ୟାନ୍, ଟାଉଟର ଓ ଦଲାଲଙ୍କୁ ବିଶ୍ବାସ ନକରିବାକୁ ଏବଂ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ନୋଟିସରେ କୁହାଯାଇଛି । ସ୍ବଚ୍ଛତାର ସହ କେବଳ ମେରିଟ୍ ଆଧାରରେ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି ସ୍ପଷ୍ଟ କରାଯାଇଛି ।

୧୦ ବର୍ଷ ପରେ ହୋମଗାର୍ଡ ପରୀକ୍ଷା ପାଇଁ ପକ୍ରିୟା ଆରମ୍ଭ ହୋଇଛି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ମାର୍ଚ୍ଚ ୨୫ ତାରିଖରୁ ଆବେଦନ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ଫର୍ମରେ ଆବେଦନକାରୀଙ୍କ ଆବେଦନ କରୁଛନ୍ତି । ସେଥିପାଇଁ ଲମ୍ବା ଲାଇନ ବି ଦେଖିବାକୁ ମିଳିଛି । ସତର୍କ ସୁଚନାକୁ ନେଇ ଆବେଦନକାରୀ ମାନେ ବେଶ ଖୁସି ଅଛନ୍ତି । ଆଶା ରଖିଛନ୍ତି ପରୀକ୍ଷାରେ ସ୍ୱଚ୍ଛତା ରହିଲେ ସଫଳହେବା ସୁନିଶ୍ଚିତ ।

ନିଯୁକ୍ତି ଯୋଗାଇବା ଆଳରେ ଏହି ସମୟରେ ଦଲାଲ, ମିଡିଲମ୍ୟାନ ଓ ଟାଉଟର ବେଶ୍ ସକ୍ରିୟ ହୋଇଥାନ୍ତି । ଯୁବପିଢୀ ଯେପରି ଠକାମୀର ଶିକାର ନହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ତେବେ ଜିଲ୍ଲା ପ୍ରଶାସନର ଏହି ସତର୍କ ସୁଚନା ସହାୟକହେବ ନିଶ୍ଚିତ । ସୂଚନାଯୋଗ୍ୟ ଯେ, ଗତକାଲି ଠାରୁ ହୋମଗାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏପ୍ରିଲ ୧୩ ଯାଏଁ ଏହା ଜାରି ରହିବ ।

ଅଧିକ ପଢ଼ନ୍ତୁ: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ