Advertisment

ସାଢ଼େ ୭ ଘଣ୍ଟା ଲାଗିଲା ! ୪ଟି ଆଲମିରା, ୩ଟି ସିନ୍ଦୁକରୁ ସ୍ଥାନାନ୍ତର ହେଲା ରତ୍ନ

ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ।

author-image
Satyendu Shekher Mishra
undefined

Ratnabhandar

୩ଟି ସିନ୍ଦୁକ, ୪ଟି ଆଲମାରୀ । ସବୁଗୁଡ଼ିକୁ ଖଟଶେଯ ଘର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କଲେ । ଆଜି ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ଭିତର ରତ୍ନଭଣ୍ଡାର ଖୋଲି ଦୀର୍ଘ ସାଢ଼େ ୭ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ସେସବୁକୁ ଖଟଶେଯ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ରଖିଛନ୍ତି ୧୧ ଜଣିଆ ଅଧିକୃତ ଟିମ୍। ସନ୍ଧ୍ୟା ୬ଟା ବେଳକୁ କାର୍ଯ୍ୟ ସାରି ଫେରିବା ପରେ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ- ଭିତର ରତ୍ନଭଣ୍ଡାର ଭିତରେ ୪ଟି ଆଲମାରୀ ଥିଲା। ଯାହା ମଧ୍ୟରୁ ୩ଟି କାଠ ଓ ଗୋଟିଏ ଷ୍ଟିଲ୍।

Advertisment

ସେହିପରି ୩ଟି ସିନ୍ଦୁକ ବି ରହିଥିଲା, ଯେଉଁଥିରୁ ୨ଟି ଷ୍ଟିଲ୍ ଓ ଗୋଟିଏ କାଠର। ସେଥିରେ ଥିବା ଅଳଙ୍କାର ସବୁ ବାହାର କରି ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଣାଗଲା। ତାହାର ସମ୍ପୂର୍ଣ୍ଣ ଭିଡ଼ିଓ ଗ୍ରାଫି କରାଯାଇଛି। ଉଭୟ ପୁରୁଣା ରତ୍ନଭଣ୍ଡାର ଓ ନୂଆ ଅସ୍ଥାୟୀ ରତ୍ନଭଣ୍ଡାର ସବୁଥିରେ ତାଲା ପଡ଼ି ଜଉମୁଦ ଦିଆଯାଇ ସେ ଚାବି ପୁରୀ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି।

ତେବେ ଭିତର ଭଣ୍ଡାରରେ କେତେ ପରିମାଣର ଅଳଙ୍କାର ଅଛି ଓ କି କି ରତ୍ନ ଅଳଙ୍କାର ଅଛି, ତାକୁ ଏସଓପି ଅନୁଯାଇ ଗୋପନ ରଖି ଜଷ୍ଟିସ୍ ରଥ କହିଥିଲେ- ଯାହା ସବୁ ଆଖିରେ ଦେଖିଲୁ, ତାହା ଆମ ମୁଣ୍ଡକୁ ଯିବ ହେଲେ ତୁଣ୍ଡକୁ ଆସିବନି। ତାସହ ଭିତର ଭଣ୍ଡାରରେ କୌଣସି ସୁଡ଼ଙ୍ଗ ଦେଖିବାକୁ ମିଳିନଥିବା ସେ ସ୍ପଷ୍ଟ କରିଥିଲେ ।

Advertisment

ତେଣେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବେ। ଆଜି ରତ୍ନଭଣ୍ଡାରରୁ ଦେଖି ଫେରିଲା ପରେ ଗଜପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ। ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ଯାଇ ASIକୁ ହସ୍ତାନ୍ତର କରାଯିବ।

ଯେହେତୁ କେଉଁ କାଳରୁ ରତ୍ନଭଣ୍ଡାର ମରାମତି ହୋଇଥିଲା, ସେକଥା କେହି ଜାଣନ୍ତିନି ଏବଂ ୧୯୭୧ରୁ ଏଏସଆଇ ସଂରକ୍ଷଣ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇନି। ତେଣୁ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ନିତ୍ୟାନ୍ତ ଜରୁରୀ। ତେବେ ମରାମତି ସମୟରେ ଠାକୁରଙ୍କ ନୀତିକାନ୍ତି ହେଉ କି ଦର୍ଶନ, ଯେମିତି ପ୍ରଭାବିତ ନହୁଏ, ସେ ଦିଗରେ ବି ଗୁରୁତ୍ୱ ଦିଆଯିବା ଦରକାର ବୋଲି କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ।

ତେବେ ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ହିଁ ମରାମତି ସମୟ ନିର୍ଦ୍ଧାରଣ କରିବେ। ତାସହ ମରାମତି ସଂପୂର୍ଣ୍ଣ ହେବା ପରେ ଯାଇ ତଦାରଖ କମିଟି ଓ ପରିଚାଳନା କମିଟିଙ୍କ ଉପସ୍ଥିତିରେ ଅଳଙ୍କାର ସବୁର ଗଣତି ଓ ମଣତି ହେବ ବୋଲି ସ୍ପଷ୍ଟ କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ।

ଆଜି ସକାଳ ୯.୫୧ ଶୁଭ ମୁହୁର୍ତ୍ତରେ ୧୧ ଜଣିଆ ଅଳଙ୍କାର ତଦାରଖ କମିଟି ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ। ତା ପୂର୍ବରୁ ସେମାନେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ତେବେ ରତ୍ନଭଣ୍ଡାର ମରାମତି ସରିବା ପରେ ଅଳଙ୍କାର ଗଣତି ପାଇଁ ଏବେ କମିଟି ରାଜ୍ୟ ସରକାରଙ୍କ ନୂଆ ଏସଓପିକୁ ଅପେକ୍ଷା କରିଛି ।

Lord Jagannath Puri Srimandir Puri Temple Ratnabhandar
Advertisment
Advertisment