Advertisment

Shreeyam Mishra: ICU ବେଡ୍‌ରେ ୧୫ ବର୍ଷର ବାଳକ ଶ୍ରୀୟମ; ସହାୟତା ପାଇଁ ନେହୁରା ହେଉଛନ୍ତି ପରିବାର...

ବଢିଲା ପୁଅକୁ ଏବେ ବ୍ରେନ୍ ଷ୍ଟ୍ରୋକ୍ । ଯେଉଁ ବୟସରେ ପାଠ ପଢି ଗାଁ ଦାଣ୍ତରେ ଖେଳିବା କଥା ସେହି ବୟସରେ ଏବେ ମେଡ଼ିକାଲ ବେଡ୍‌ରେ ଦିନ କାଟୁଛନ୍ତି ଶ୍ରୀନିବାସଙ୍କ ୧୫ ବର୍ଷର ପୁଅ ଶ୍ରୀୟମ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Shreeyam Mishra

Shreeyam Mishra

ଭବିଷ୍ୟତ ବଦଳିବା ବୟସରେ ବଦଳିଗଲା ଜୀବନ। ବଦଳିଗଲା ଚେହେରା, ବଦଳି ଯାଇଛି ଠିକଣା। ସୁଖ ଭୋଗିବା ବୟସରେ ଦୁଃଖର ଦୁନିଆରେ ଘାଣ୍ଟି ହେଉଛି ୧୫ ବର୍ଷର କିଶୋର ଶ୍ରେୟମ।

Advertisment

ଦୁଃଖ ଯେତେବେଳେ ଆସେ, ଦେଖେନାହିଁ ବୟସ, ଜାଣିପାରେ ନାହିଁ, ଏତେବଡ଼ ପରିବାରର ସେ ଗୋଟିଏ ବୋଲି କୋଡ଼ପୋଛା ପୁଅ। ପଚାରେ ନାହିଁ ପିଲାଟିର ବୟସ କେତେ, ସେ କେଉଁଠି ପାଠ ପଢୁଛି, ତାକୁ ନେଇ ପୂରା ପରିବାର କେମିତି ସ୍ୱପ୍ନ ଦେଖି ବସିଛି।

କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ନେଇକି ଆସେ । କିଛି ମଣିଷ ପରିସ୍ଥିତି ଆଗେ ହାରି ଯାଇଥାନ୍ତି, ଆଉ କିଛି ସେଇ କଷ୍ଟକୁ ସହି ସଂସାର ରଥ ଗଡାଇ ଚାଲନ୍ତି। ସେମିତି କାହାଣୀ ଏବେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଚଟୁଆ ଗାଁର ଶ୍ରୀନିବାସ ମିଶ୍ରଙ୍କର। ବଢିଲା ପୁଅକୁ ଏବେ ବ୍ରେନ୍ ଷ୍ଟ୍ରୋକ୍ । ଯେଉଁ ବୟସରେ ପାଠ ପଢି, ଗାଁ ଦାଣ୍ତରେ ଖେଳିବା କଥା ସେହି ବୟସରେ ଏବେ ମେଡ଼ିକାଲ ବେଡ୍‌ରେ ଦିନ କାଟୁଛନ୍ତି ଶ୍ରୀନିବାସଙ୍କ ୧୫ ବର୍ଷର ପୁଅ ଶ୍ରୀୟମ ।

Advertisment

ଏତିକିରେ ସରିନି ଶ୍ରୀନିବାସଙ୍କ ଦୁଃଖ। ହଷ୍ଟେଲରେ ରହି ପଢୁଥିଲା ଶ୍ରୀୟମ । ଏବେ ଡାକ୍ତରଖାନା ବେଡରେ ଶଯ୍ୟାଶାୟୀ । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ। ପ୍ରଥମେ ଶ୍ରୀୟମକୁ ଜର ହେଲା । ସାଧାରଣ ଜର ହୋଇଛି ଭାବି ଘର ଲୋକ ତାର ଚିକିତ୍ସା ବି କଲେ । ଜର ହେଉଥାଏ ପୁଣି ଛାଡ଼ି ଯାଉଥାଏ । ଏମିତି ଚାଲିଲା ତିନି ମାସ ଧରି।

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି, ୬୦ ବର୍ଷ ବୟସରେ ପରଲୋକ

ଏହାପରେ ପ୍ରଥମେ ଜଗତସିଂହପୁରରେ ତାର ଚିକିତ୍ସା କରାଇଲେ । କିଛି ଫଳ ନମିଳିବାରୁ ପରେ କଟକରେ ନେଇ ଆସିଲେ ଚିକିତ୍ସା ପାଇଁ । ସେତେବେଳେ ଜଣାପଡ଼ିଲା ଶ୍ରୀୟମକୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ତେଣୁ ତାକୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲକୁ ନେଇ ଆସିଲେ । ସେହି ମେଡ଼ିକାଲର ଆଇସିୟୁରେ ଶ୍ରୀୟମ ଚିକିତ୍ସାଧୀନ ଅଛନ୍ତି ଶ୍ରୀୟମ । ଅତି ଗରିବ ପରିବାରରହୋଇଥିବାରୁ ବାପା ଶ୍ରୀନିବାସ ମିଶ୍ର ପୁଅର ଚିକିତ୍ସା କରାଇବାକୁ ସମର୍ଥ ହେଉ ନାହାନ୍ତି । ନିଜର ଯାହା ଜମାପୁଞ୍ଜି ଥିଲା ସେ ସବୁକୁ ଖର୍ଚ୍ଚ କରି ସାରିଲେଣି । ଧାର ଉଧାର କରି ଋଣରେ ବି ବୁଡ଼ି ଗଲେଣି । ଏପଟେ ବଢ଼ି ବଢ଼ି ଚାଲିଛି ଚିକିତ୍ସା ଖର୍ଚ୍ଚ । ପୁଅକୁ ବଞ୍ଚାଇ ରଖିବା ପାଇଁ ପରିବାର ଲୋକେ ପ୍ରତିଦିନ ସଂଘର୍ଷ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ପ୍ରାର୍ଥୀଙ୍କୁ ମିଳିବନି ପୋଲିଂ ବୁଥ୍ ସିସିଟିଭି ଫୁଟେଜ୍ ଓ ଇ-ରେକର୍ଡ

ଜଗତସିଂହପୁର ଏରସମା ବ୍ଲକରେ ଶ୍ରୀୟମଙ୍କ ଘର । ବାପା ଶ୍ରୀନିବାସ ମିଶ୍ର ଜଣେ ଚାଷୀ । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଶ୍ରୀୟମ ଏବେ ICUରେ । ଭେଣ୍ଟିଲେଟର୍‌ରେ ଅଛନ୍ତି। ବାପା ଶ୍ରୀନିବାସଙ୍କର କୌଣସି ସ୍ବାସ୍ଥ୍ୟ କାର୍ଡ଼ ମଧ୍ୟ ନାହିଁ । ତେଣୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଚିକିତ୍ସା ବାବଦରେ ଅଧିକ ଖର୍ଚ୍ଚ ହେଉଥିବାରୁ ଭୀଷଣ ଚିନ୍ତାରେ ପରିବାର ଲୋକ । ତେଣୁ ସହାୟତା ପାଇଁ ନିବେଦନ କରିଛନ୍ତି । ଆପଣମାନଙ୍କ ସହଯୋଗ ହିଁ ୧୫ ବର୍ଷର ପିଲା ଶ୍ରୀୟମକୁ ସୁସ୍ଥ କରି ଦେଇ ପାରିବ। ସହାୟତା ପଠାଇବା ପାଇଁ ଆପଣମାନେ ନିମ୍ନ ଠିକଣାରେ ଯୋଗାଯୋଗ କରିପାରିବେ।

Name- Shreeyam Mishra (ଶ୍ରୀୟମ୍ ମିଶ୍ର)
Age - 15
Father - Srinibas Mishra (Contact No-9337353522)
Address - At/po- Chatua , Block - Erasama , Dist - Jagatsinghpur, ps- Kujanga

Help
Advertisment
Advertisment