Advertisment

ସୁଭଦ୍ରା ଟଙ୍କା ଶୀଘ୍ର ନ ଉଠାଇଲେ ଫେରିଯିବ ବୋଲି ଗୁଜବ; ବ୍ୟାଙ୍କରେ ଶହ ଶହ ମହିଳାଙ୍କ ପ୍ରବଳ ଭିଡ଼

ଏମିତିକି ବ୍ୟାଙ୍କ ୧୦ଟା ବେଳେ ଖୋଲୁଥିବାବେଳେ ସକାଳ ୮ରୁ ମହିଳାମାନେ ଆସି ଧାଡିରେ ଛିଡା ହୋଇଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

ସୁଭଦ୍ରା ଟଙ୍କା ଉଠାଇବାକୁ ଆଜି ବି ବ୍ୟାଙ୍କରେ ପ୍ରବଳ ଭିଡ଼ । ଗତକାଲି ଭଳି ଆଜି ମଧ୍ୟ ଯାଜପୁର ଜିଲ୍ଲା ବରୀ ବ୍ଳକ ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲାଗିଛି ଲମ୍ବା ଲାଇନ୍ । ଅଧିକାଂଶ ହିତାଧିକାରୀ ମେସେଜ ମୁତାବକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ତାହା ଚେକ୍ କରିବାକୁ ଆସିଥିବା କହିଛନ୍ତି ।

Advertisment

ଏମିତିକି ବ୍ୟାଙ୍କ ୧୦ଟା ବେଳେ ଖୋଲୁଥିବାବେଳେ ସକାଳ ୮ରୁ ମହିଳାମାନେ ଆସି ଧାଡିରେ ଛିଡା ହୋଇଥିଲେ । ଆକାଉଣ୍ଟରେ ଜମା ହୋଇଥିବା ସୁଭଦ୍ରା ଟଙ୍କା ଶୀଘ୍ର ନ ଉଠାଇଲେ ତାହା ଫେରିଯିବ ବୋଲି ଗୁଜବ ପ୍ରଚାର ହେଉଥିବାରୁ ମହିଳାମାନେ ବହୁ ସଂଖ୍ୟାରେ ବ୍ୟାଙ୍କକୁ ଆସି ଭିଡ଼ କରୁଥିବା ଜଣାପଡ଼ିଛି । ଫଳରେ ଅନ୍ୟ କାମ ପାଇଁ ବ୍ୟାଙ୍କକୁ ଆସୁଥିବା ସାଧାରଣ ଗ୍ରାହକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଭିଡ଼ ନିୟନ୍ତ୍ରଣ ଲାଗି ବ୍ୟାଙ୍କ ଶାଖା ପରିଚାଳକ ପୋଲିସର ସହାୟତା ବି ନେଇଛନ୍ତି ।

ତେବେ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ଖାତାକୁ ପଠାଇବା ପରେ, ଯାଜପୁର ଜିଲ୍ଲା ବରୀ ବାଲିଆପାଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ସକାଳ ୭ଟାରୁ ବ୍ୟାଙ୍କ ଆଗରେ ମହିଳାଙ୍କ ଲାଗିଥିଲା ଲମ୍ବା ଲାଇନ୍ । କିଏ ତାଜା ତାଜା ଆସିଥିବା ଟଙ୍କା ଉଠାଇବାକୁ ଆସିଛି, ଆଉ କିଏ ଆସିଛି ଖାଲି ଥରେ ଦେଖି ନେବାକୁ, ଟଙ୍କା ସତରେ ଆସିଛି ତ ?

Advertisment

ସୁଭଦ୍ରା ଯୋଜନାରେ ସହାୟତା ବଣ୍ଟନର ଶୁଭାରମ୍ଭ କରି, ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ, କେବଳ ୨ହଜାର ମହିଳାଙ୍କ ବ୍ୟତୀତ, ବାକି ସମସ୍ତ ଆବେଦନକାରୀଙ୍କୁ ଯାଇଛି ସୁଭଦ୍ରା ଟଙ୍କା । ଏଥିସହ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଆଗକୁ ବି ଯେଉଁ ମାନେ ସୁଭଦ୍ରା ଯୋଜନାରେ ଯୋଡ଼ିହେବେ ସମସ୍ତଙ୍କୁ ସେପ୍ଟେମ୍ବର ୧୭ର କିସ୍ତି ମିଳିବ। ତେଣୁ ଅଯଥା ବ୍ୟସ୍ତ ହେବାର କୌଣସି କାରଣ ନାହିଁ।

Subhadra
Advertisment
Advertisment