Advertisment

Sarathi Baba Aka Santosh Raul: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ; ବାରିମୂଳ ଯିବାକୁ ଅନୁମତି ଦେଲେ ହାଇକୋର୍ଟ !

ପୁଣି ଚର୍ଚ୍ଚାକୁ ଆସିଛନ୍ତି ସନ୍ତୋଷ ରାଉଳ ଓରଫ୍‌ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ମିଳିଛି ।

ଅଦ୍ୟତନ ହୋଇଛି
Sarathi Baba Aka Santosh Raul

Sarathi Baba Aka Santosh Raul

Advertisment

ସନ୍ତୋଷ ରାଉଳ ଓରଫ୍‌ ସାରଥିଙ୍କ ନେଇ ଆସିଲା ବଡ଼ ଖବର । ପୁଣି ଚର୍ଚ୍ଚାକୁ ଆସିଛନ୍ତି ସନ୍ତୋଷ ରାଉଳ ଓରଫ୍‌ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ମିଳିଛି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ମିଳିଛି। ଆଶ୍ରମ ଯାଇପାରିବେନି, ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ବୋଲି ସର୍ତ୍ତ ରହିଛି।

Advertisment

ଅନ୍ୟପଟେ ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ । ଏଥିପାଇଁ ପ୍ରଥମେ ଟ୍ରାଏଲ୍‌ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର ରହିଛି।  ୨ ଶହରୁ ଅଧିକ ଲୋକ ସମାଗମ ନ କରିବାକୁ ପୂର୍ବରୁ ବି ସର୍ତ୍ତ ରହିଥିଲା । ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କରିଛନ୍ତି ହାଇକୋର୍ଟ । କେନ୍ଦ୍ରାପଡ଼ା ନଯିବାକୁ ଓ ୨ ଶହରୁ ଊର୍ଦ୍ଧ୍ବ ସମାଗମ ନକରିବାକୁ ଜାମିନ ସର୍ତ୍ତ ରହିଥିଲା ।

ଅଧିକ ପଢ଼ନ୍ତୁ: ଓଡ଼ିଶାର ସବୁଠୁ ସୁନ୍ଦର ଓ ସ୍ଵଚ୍ଛ ଗାଁ, ନଦେଖିଲେ ବିଶ୍ୱାସ କରିହେବନି

Advertisment

ସୂଚନା ଯୋଗ୍ୟ ଯେ, କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମରେ ଧର୍ମ ନାଁରେ ଅପପ୍ରଚାର। ମହିଳାଙ୍କ ସହିତ ଅସଦାଚରଣ ଆଦି ଏକାଧିକ ମାମଲାରେ ଛନ୍ଦି ହୋଇ ଜେଲରେ କିଛି ବର୍ଷ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ । ଭକ୍ତଙ୍କ ସମାବେଶ କିମ୍ବା ପ୍ରବଚନ କାର୍ଯ୍ୟକ୍ରମ କରିବାକୁ ତାଙ୍କ ଉପରେ ବାରଣ ରହିଛି । ସାରଥି ଏବେ କେଉଁଠି ତାହା ସ୍ପଷ୍ଟ ନଥିଲେ ମଧ୍ୟ କିଛି ସ୍ଥାନରେ ସାରଥିଙ୍କ ଅନ୍ଧ ସମର୍ଥକ ପୂଜାର୍ଚ୍ଚନା କରୁଥିବା ଘଟଣା ମଝିରେ ମଝିରେ ସାମ୍ନାକୁ ଆସୁଛି । 

ଏଠି ପ୍ରଶ୍ନ ଉଠୁଛି, କେବେ ଲୋକଙ୍କ ଭ୍ରମ ତୁଟିବ ? ମିଛ ପଛରେ କେତେ ଦିନ ଧାଉଁଥିବେ ଲୋକେ ? ଏହାର ଉତ୍ତର କଷ୍ଟ। କିନ୍ତୁ ଏହା ସତ ଯେ, ସତ ମିଛ ନପରବା ପର୍ଯ୍ୟନ୍ତ ଏଭଳି ଘଟଣା ଘଟୁଥିବ । ଫଳରେ ଜନଜୀବନ ଓ ସମାଜ ପ୍ରଭାବିତ ହେଉଥିବ । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଜରୁରୀ ।

Advertisment

ଅଧିକ ପଢ଼ନ୍ତୁ: କିମ୍ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲରେ EDର ଯାଞ୍ଚ

Odisha News Kendrapara Supreme Court Sarathi Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ