Advertisment

Naveen Patnaik: ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା; ବଳି ପଡ଼ିଲା କି ସମଦୂରତା ନୀତି ?

ଷ୍ଟାଲିନ୍‌ଙ୍କ ସଭା ପାଇଁ ସମର୍ଥନ ଦେଲେ । ଆଉ ତା ପରେ ପରେ ଦିଲ୍ଲୀ ଗଲେ । ନବୀନଙ୍କ ଏହି ମୁଭ୍ ପରେ ଏବେ ରାଜ୍ୟ ରାଜନୀତିରେ ଝଡ। ୨୦୨୪ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କି ବିଜେଡି।

ଅଦ୍ୟତନ ହୋଇଛି
undefined

Has Naveen Patnaik Abandoned Equidistance Policy Support for Stalin’s Meet Sparks Political Buzz

Advertisment

ସମଦୂରତା ନୀତିକୁ ଜଳାଞ୍ଜଳି ଦେଇଦେଲେ କି ନବୀନ। ବିପର୍ଯ୍ୟୟ ପରେ ଅସ୍ତିତ୍ବ ଜାହିର କରିବାକୁ ବିରୋଧୀ ଶିବିରରେ ହାତ ମିଳେଇବେ କି ବିଜେଡି ସୁପ୍ରିମୋ। ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଡାକିଥିବା ବୈଠକକୁ ନବୀନଙ୍କ ସମର୍ଥନ ପରେ ବଢିଲା ଚର୍ଚ୍ଚା। ତେବେ ଦଳ କହୁଛି ସମଦୂରତା ନୀତି ଏବେ ବି କାଏମ୍ ଅଛି। ଅନ୍ୟପଟେ ବିଜେପି କହିଛି ଅସ୍ତିତ୍ବ ବଞ୍ଚାଇବାକୁ ବିଜେଡିର ଏ ପ୍ରୟାସ।

Advertisment

ଷ୍ଟାଲିନ୍‌ଙ୍କ ସଭା ପାଇଁ ସମର୍ଥନ ଦେଲେ । ଆଉ ତା ପରେ ପରେ ଦିଲ୍ଲୀ ଗଲେ । ନବୀନଙ୍କ ଏହି ମୁଭ୍ ପରେ ଏବେ ରାଜ୍ୟ ରାଜନୀତିରେ ଝଡ। ୨୦୨୪ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କି ବିଜେଡି। ତୃତୀୟ ସାମୁଖ୍ୟ ନେଇ ଯେଉଁ ସମୟରେ ଆଲୋଚନା ହେଉଥିଲା, ଯେତେବେଳେ ଏମ.କେ.ଷ୍ଟାଲିନ୍ ଓ ମମତା ବାନାର୍ଜୀଙ୍କ ଭଳି କିଛି ଆଞ୍ଚଳିକ ଦଳର ମୁଖ୍ୟ ଏକାଠି ହୋଇଥିଲେ। ସେ ସମୟରେ ନବୀନ ତୃତୀୟ ସାମ୍ମୁଖ୍ୟରୁ ଦୂରେଇ ରହିଥିଲେ। ଏପରିକି କେନ୍ଦ୍ରରେ ଶାସିତ ବିଜେପି ସରକାର ସହ ସ୍ବର ମିଳାଇଥିଲେ। ଏକାଧିକ ବିଲକୁ ସଂସଦରେ ସମର୍ଥନ ଦେଇ ଆସୁଥିଲେ। ଖାଲି ସେତିକି ନୁହେଁ, ନିଜ ପାଖରେ ସଂଖ୍ୟା ଥାଇ ବି ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବାରେ ବିଜେପିର ସମର୍ଥନ ଦେଇଥିଲେ। ମାତ୍ର ଏବେ ସ୍ଥିତି କଣ ହେଲା ଯେ ଷ୍ଟାଲିନ୍‌ଙ୍କ ଜନସଂଖ୍ୟା ଆଧାରିତ ସୀମା ପୁନଃ ନିର୍ଦ୍ଧାରଣ ପ୍ରତିବାଦ ବୈଠକରେ ଯୋଗ ଦେବା ନିମନ୍ତ୍ରଣ ପାଉ ପାଉ ହଁ ଭରିଲେ ନବୀନ ? କ'ଣ ବିଜେଡିର ସମଦୂରତା ନୀତି ଏବେ ଆଉ ବଳବତ୍ତର ନାହିଁ କି ? ଯାହାକୁ ନେଇ ତେଜିଛି ରାଜନୀତି।

ଅଧିକ ପଢ଼ନ୍ତୁ: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍

Advertisment

ନବୀନ ଯେ ଜାତୀୟ ବିରୋଧୀ ମେଣ୍ଟ ସହ ହାତ ମିଳାଇବେ, ଖୋଲାଖୋଲି ପୂର୍ବରୁ କେବେ ବି ଏଭଳି ଆଭିମୁଖ୍ୟ ସାମ୍ନାକୁ ଆସି ନଥିଲା। ଏବେ କିନ୍ତୁ ଦଳର ଦିଲ୍ଲୀରେ ସ୍ବର ଏକଦମ୍ ନୀରବି ଯାଇଛି। ଲୋକସଭାରେ ଦଳ ଖାତା ଖୋଲି ପାରିନଥିବା ବେଳେ 9ରୁ 2 ହାତ ଛଡ଼ା ହେବା ପରେ ବାକି ୭ ରାଜ୍ୟସଭା ସାଂସଦଙ୍କ ଉପରେ ସେତେଟା ଆସ୍ଥା ପ୍ରକଟ କରିପାରୁନାହାଁନ୍ତି ନବୀନ। ଯେଉଁଥିପାଇଁ ନବୀନ ଜାତୀୟ ରାଜନୀତିରୁ ପକଡ୍ ହରାଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ, ଭାସିଗଲା ଲୋକକୁ କୁଟା ଖିଅ ସାହା ନୀତିରେ ନବୀନ ଏବେ କେନ୍ଦ୍ର ବିରୋଧୀ ଷ୍ଟାଲିନ୍‌ଙ୍କ ସଭାକୁ ସମର୍ଥନ କରିବା ପଛର ମୁଖ୍ୟ କାରଣ ନିଜର ଅସ୍ତିତ୍ବ ବଞ୍ଚାଇ ରଖିବା।

କେବଳ ସେତିକି ନୁହେଁ, ବିଧାନସଭାରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଶାସକ ଦଳକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏବେ ଦେଖିବାର କଥା ପରାଜୟ ପରେ ନବୀନଙ୍କ ବିରୋଧୀ ଶିବିରରେ ସାମିଲ୍ ହେବା ମୁଭ୍ କେତେ ସଫଳତା ଦେଉଛି ଦଳକୁ।

Advertisment

ଅଧିକ ପଢ଼ନ୍ତୁ: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁସ

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ