• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ । ବିଶେଷ ଭାବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକୁ ପରିବହନ ବିଭାଗର ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ତେବେ ଆଜି ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଅ।ଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡିଛି ।

ଯାଞ୍ଚ ସମୟରେ ବସର ପରମିଟ୍, ଟ୍ୟାକ୍ସ, ଇନସୁରାନ୍ସ, ଫିଟନେସ ନଥିବାରୁ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ । ସୁନ୍ଦରଗଡ଼ ଭବାନୀପୁରରେ ଥିବା କ୍ରୀଡା ଛାତ୍ରାବାସରେ ରହି ସ୍ଥାନୀୟ ଟାଉନ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କୁ ନେବା ଅ।ଣିବା କରିବା ପାଇଁ ଉକ୍ତ ବସ୍‌ଟି ବ୍ୟବହୃତ ହେଉଥିଲା ।

ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ୨ବର୍ଷିଆ ଲିଜ୍ ସୂତ୍ରରେ ଉକ୍ତ ବସ୍‌ଟି ଦିଆଯାଇଥିଲା । ଏଥିପାଇଁ ମାସିକ ୭୯ ହଜାର ୭୯୯ ଟଙ୍କା ଗାଡି ମାଲିକଙ୍କୁ ପ୍ରଦାନ କରାଯାଉଛି । ଉକ୍ତ ବସ୍‌ରେ ସମ୍ଵଲପୁରରୁ ଦେବଗଡ଼ ଲେଖାଯ।ଇଥିବା ବେଳେ ପରମିଟ୍‌ରେ କୋଇଡାରୁ ସମ୍ଵଲପୁର ରହିଛି ।

ମାତ୍ର ବସ ମାଲିକ ଅଧିକ ଲାଭ ଅ।ଶାରେ ବସକୁ ଅ।ଣି ଏଠାରେ ବେଅ।ଇନ ଭାବେ ଛାତ୍ରଛାତ୍ରୀଙ୍କୁ ନେବା ଅ।ଣିବା କରୁଥିଲେ । ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଥିବା ସମୟରେ ବସ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର, ଇନସୁରାନ୍ସ ପାଇଁ ୨ ହଜାର ଟଙ୍କା ଫାଇନ୍ କାଟିଛନ୍ତି ।

ଏହା ସହ ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କାର ଚାଲାଣ କାଟିଛନ୍ତି । ଏହିଭଳି ଭାବେ ମୋଟ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଚାଲାଣ କଟାଯାଇଛି । ଏହା ସହ ବସକୁ ଜବତ କରିନେଇଛି ପରିବହନ ବିଭାଗ । ତେବେ ପ୍ରଶ୍ନ ଉଠୁଛି ବିଭିନ୍ନ ସମୟରେ ସ୍କୁଲ ପିଲାଙ୍କୁ ନେଇ ଯାତାୟତ କରୁଥିବା ଗାଡି ସବୁ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଏଠାରେ ଏକ ଘରୋଇ ବସକୁ କିଭଳି ଭାବରେ ଛାତ୍ରଛାତ୍ରୀ ନେବା ଅ।ଣିବା ପାଇଁ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ ।

ବସର କୌଣସି କାଗଜ ପତ୍ର ଠିକ ନଥିବା ବେଳେ କ୍ରୀଡା ଛାତ୍ରାବାସ କର୍ତ୍ତୃପକ୍ଷ କିଭଳି ଭାବରେ ଜାଣିପାରିଲେ ନାହିଁ, ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଏନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ କୌଣସି ପ୍ରକାରର ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ । ଏହା ସହ ବସ ଚଲାଉଥିବା ଡ୍ରାଇଭର ମଧ୍ୟ ବସର କୌଣସି କାଗଜ ପତ୍ର ନଥିବା ସ୍ଵୀକାର କରିବା ସହ ଲାଇସେନ୍ସ ନଥିବା କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now