Advertisment

Republic Day 2025: ଏଥର ଭବ୍ୟ ହେବ ରାଜ୍ୟରେ ଗଣତନ୍ତ୍ର ଦିବସ; ଭାଗ ନେବେ ୪୯ କଣ୍ଟିଜେଣ୍ଟ

ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି।

ଅଦ୍ୟତନ ହୋଇଛି
Republic day

Republic day

Advertisment

ଆସନ୍ତାକାଲି ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ। ପ୍ରଥମ ଥର ଓଡ଼ିଶା ଉପକୂଳରେ ଥିବା ୧୦ଟି ଦ୍ୱୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ଏହି ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।

Advertisment

ସେ କହିଛନ୍ତି, ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି। 

ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ:  ପୁଣି ବଢ଼ିଲା ଆଇପିଏସ୍ ଅଫିସର ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି

ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳରେ ସିଆରପିଏଫ୍ ଏବଂ ଓଡ଼ିଶା ପୋଲିସ ମୁତୟନ ରହିବେ। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଥିବା ଆଇନ ଶୃଙ୍ଖଳା ଏଜିଡି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ଫୁଲଡ୍ରେସ୍ ରିହର୍ସାଲ୍ ହୋଇଥିଲା। ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗ ନେବେ ସେନା, ସିଆରପିଏଫ୍, ବିଏସପି ଓ ପୋଲିସର ୪୮-୪୯ଟି ମାର୍ଚ୍ଚିଂ କଣ୍ଟିନଜେଣ୍ଟ।

Advertisment

 ସେହିପରି ସାଧାରଣତନ୍ତ୍ର ଦିବସ ପାଇଁ ଆନ୍ଧ୍ର ଓ ଛତିଶଗଡ଼ ସୀମାରେ ବି ହାଇଆଲର୍ଟ ରହିଛି ପୁଲିସ। ପ୍ରବେଶ ପଥରେ ନାକା ସହ ରାତି ପାଟ୍ରୋଲିଂକୁ ବି କଡାକଡି କରାଯାଇଥିବା କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ:: ଚଳିତ ବର୍ଷ ଦେଶ ୭୬ତମ ନା ୭୭ତମ ‘ଗଣତନ୍ତ୍ର ଦିବସ’ ପାଳନ କରିବ…

Republic Day BBSR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ