Advertisment

IPS Rajesh Pandit: ପୁଣି ବଢ଼ିଲା ଆଇପିଏସ୍ ଅଫିସର ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି

୨୦୨୪ ଜୁଲାଇ ୨୭ ତାରିଖରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଏକ ଘଟଣା ପାଇଁ ତାଙ୍କ ବିରୋଧରେ ହୋଇଥିଲା ଆକ୍ସନ। କ୍ଷମତାର ଅପବ୍ୟବହାର ଓ ପଦ ମର୍ଯାଦାର ସମ୍ମାନହାନୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଭାବରେ ପ୍ରଥମେ ୬୦ ଦିନ ଚିକିରିରୁ ସସପେଣ୍ଡ ହୋଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Ips Rajesh Pandit

Ips Rajesh Pandit

ବଢ଼ିଲା ବିବାଦୀୟ ଆଇପିଏସ୍ ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧି। ଆଉ ୬୦ ଦିନ ବଢିଛି ସସପେଣ୍ଡ ଅବଧି। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଜି ତାଙ୍କର ୧୨୦ ଦିନିଆ ସସପେଣ୍ଡ ଅବଧି ଶେଷ ହେଉଥିଲା।

Advertisment

ଏହା ପୂର୍ବରୁ ଗତ ୨୨ ତାରିଖରେ ରିଭ୍ୟୁ କମିଟି ରାଜେଶ ପଣ୍ଡିତଙ୍କ ନିଲମ୍ବନକୁ ନେଇ ସମୀକ୍ଷା କରିଥିଲା। ଯେଉଁଥିଲେ ତାଙ୍କ ବିରୋଧରେ ଥିବା ତଥ୍ୟ ଓ ଦସ୍ତାବିତର ଅନୁଧ୍ୟାନ କରିବା ପରେ ପୁଣି ଥରେ ସସପେଣ୍ଡ ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ପୋଲିସ ସେବା ଆଇନର ଉଲ୍ଲଂଘନ ଅଭିଯୋଗରେ ଗତବର୍ଷ ଜୁଲାଇ ୩୦ ତାରିଖରେ ରାଜେଶ ପଣ୍ଡିତଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର।

୨୦୨୪ ଜୁଲାଇ ୨୭ ତାରିଖରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଏକ ଘଟଣା ପାଇଁ ତାଙ୍କ ବିରୋଧରେ ହୋଇଥିଲା ଆକ୍ସନ। କ୍ଷମତାର ଅପବ୍ୟବହାର ଓ ପଦ ମର୍ଯାଦାର ସମ୍ମାନହାନୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଭାବରେ ପ୍ରଥମେ ୬୦ ଦିନ ଚିକିରିରୁ ସସପେଣ୍ଡ ହୋଇଥିଲେ। ପରେ ସେପ୍ଟେମ୍ବର ୨୮ରୁ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି ପୁଣି ଥରେ ୧୨୦ ଦିନ ପାଇଁ ବୃଦ୍ଧି କରିଥିଲେ ସରକାର। ଏବେ ତୃତୀୟ ଥର ନିଲମ୍ବନ ବୃଦ୍ଧି ହୋଇଛି।

Advertisment

ସୂଚନାଯୋଗ୍ୟ, ୨୦୨୪ ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ୟୁନିଟ୍‌-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ ରାଜେଶ ପଣ୍ଡିତ। ସେଠାରେ ମହିଳା ପୁଲିସ ଅଧିକାରୀଙ୍କ ସ୍ୱାମୀଙ୍କ ସହ ଶ୍ରୀ ଉତ୍ତମରାଓ ବଚସା ହୋଇଥିଲା। ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କ ଭାଇ ପିସିଆରକୁ ରାତି ପ୍ରାୟ ୯ଟା ୧୭ମିନିଟରେ କଲ୍ କରିଥିଲେ। ଏସଆଇ ପାହ୍ୟାର ଦୁଇଜଣ ପୁଲିସ ଅଧିକାରୀ ପହଂଚି ସମ୍ପୃକ୍ତ ଆଇପିଏସ୍ ଅଫିସର ଶ୍ରୀ ଉତ୍ତମରାଓଙ୍କୁ ବୁଝାସୁଝା କରି ସେଠାରୁ ପଠାଇଥିଲେ।

ଏହାପରେ କ୍ୟାପିଟାଲ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଜୁଲାଇ ୨୯ତାରିଖରେ ଏକ ଗୁପ୍ତ ରିପୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ପଠାଇଥିଲେ । ସେଥିରେ ଘଟଣା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରିଥିଲେ । ଆଉ ସେହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତ୍ୱର ସହ ନେଇ ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ସେ ହୋମଗାର୍ଡ ଓ ଅଗ୍ନିଶମ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ । ୨୦୦୭ ବ୍ୟାଚ ଆଇପିଏସ ହେଉଛନ୍ତି ରାଜେଶ ପଣ୍ଡିତ।

ଅଧିକ ପଢ଼ନ୍ତୁ: ଅଡ଼ୁଆରେ ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତ; ଚାର୍ଜଫ୍ରେମ୍ କଲା ଗୃହ ବିଭାଗ

Bhubaneswar Odisha Cadre IPS Officer Odisha CMO
Advertisment
Advertisment