Advertisment

Appeal to Maoist Leader by Granddaughter: ଜେଜେ, ତୁମ କଥା ଭାରି ମନେ ପଡ଼ୁଛି; ଘରକୁ ଫେରିଆସ

ବାସବରାଜୁ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମରିବା ପରେ ମାଓନେତା ତିରୁପତି ମହାସଚିବ ଦୌଡରେ ସାମିଲ ଅଛନ୍ତି।। ମାଓ ନେତା ତିରୁପତି ଓରଫ ଦେବାନ୍ନ ଓରଫ ରାମେଶର ଘର ତେଲଙ୍ଗାନା କରିମନଗର ଆମ୍ବେଦନଗର ଗାଁରେ

ଅଦ୍ୟତନ ହୋଇଛି
Naxal

Naxal

Advertisment

ଜେଜେ ତୁମ କଥା ଭାରି ମନେ ପଡ଼ୁଛି....। PLS  ଜେଜେ ତୁମେ  ଅସ୍ତ୍ର ଛାଡ଼ି, ଘରକୁ ଫେରିଆସ। ଆମେ ସମସ୍ତେ ଖୁସିରେ ରହିବା।  ମାଓନେତା ଥିପରି ତିରୁପତିକୁ ଚିଠି ଲେଖି ଏଭଳି ନିବେଦନ କରିଛନ୍ତି ତାଙ୍କ ନାତୁଣୀ ହୁମା। ସବୁବେଳେ ତାଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ଆଜି ପର୍ଯ୍ୟନ୍ତ ନମିଳିବାରୁ ନାତୁଣୀ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଜେଜେବାପାଙ୍କ ପ୍ରତିଥିବା ଭଲପାଇବା ଦର୍ଶାଇବା ସହ ସବୁ କିଛି ଛାଡି ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି ନାତୁଣୀ।

Advertisment

ଅଧିକ ପଢ଼ନ୍ତୁ:  ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

ହୁମା  ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପରିବାର ସଦସ୍ୟ ତୁମକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ଆମେ ସବୁ ତୁମର ଫେରିବା ବାଟକୁ ଚାହିଁ ବସିଛୁ। ମୋ ଇଛା ଆଜି ପର୍ଯ୍ୟନ୍ତ ସ୍ବପ୍ନରେ ହିଁ ରହିଯାଇଛି। ପରିବାର ଆପଣଙ୍କୁ ନେଇ ଚିନ୍ତାରେ ରହିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଜଙ୍ଗଲରେ ଅସ୍ତ୍ର ଫିଙ୍ଗି ଘରକୁ ଫେରିଆସ ବୋଲି ହୁମା ଚିଠିରେ ଲେଖିଛନ୍ତି।

Advertisment

ବାସବରାଜୁ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମରିବା ପରେ ମାଓନେତା ତିରୁପତି ମହାସଚିବ ଦୌଡରେ ସାମିଲ ଅଛନ୍ତି।। ମାଓ ନେତା ତିରୁପତି ଓରଫ ଦେବାନ୍ନ ଓରଫ ରାମେଶର ଘର ତେଲଙ୍ଗାନା କରିମନଗର ଆମ୍ବେଦନଗର ଗାଁରେ। ୬ଟି ରାଜ୍ୟର ପୋଲିସ ଦେବନ୍ନାକୁ ଖୋଜୁଛି। ତିରୁପତି ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରହିଛି। ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ସଂଗଠନରେ ସକ୍ରିୟ ରହିଛି ତିରୁପତି।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି, ଏଣିକି ୩ ବର୍ଷରେ ଥରେ ପରିବର୍ତ୍ତନ ହେବ ପଲିସି

Advertisment
Malkangiri Naxal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ