Advertisment

Warning to OAS Officers: ସାବାଡ୍ ହେବେ OAS ଅଫିସର; ବାଜିବ ସରକାରଙ୍କ ଛାଟ !

ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଗଲାଣି ।

ଅଦ୍ୟତନ ହୋଇଛି
Warning to OAS Officers

Warning to OAS Officers

Advertisment

ଗାଦି ମଡ଼ା ସାବଧାନ ! ଏବେ ବାଜିବ ସରକାରଙ୍କ ଛାଟ ! ସାବାଡ୍ ହେବେ OAS ଅଫିସର ! ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଗଲାଣି । ଖାଲି ସେତିକି ନୁହେଁ, ବଦଳି ନିର୍ଦ୍ଦେଶ ପରେ ଯଦି ନୂଆ ସ୍ଥାନରେ ଅଫିସରମାନେ ଯୋଗ ନଦିଅନ୍ତି ତେବେ ସରକାର ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

୨୫ ବର୍ଷର ସ୍ଥିର ସରକାରରେ ବଡ଼ ବଡ଼ ଅଧିକାରୀଙ୍କ ମୁହଁଟାଣ ହୋଇଛି । ସରକାରଙ୍କ ବାରମ୍ବାର ବଦଳି ନିର୍ଦ୍ଦେଶ ସତ୍ତ୍ୱେ ପୁରୁଣା ଅଫିସ ଛାଡ଼ି ନାହାନ୍ତି କିଛି OAS ଅଫିସର । ଏଭଳି ଘଟଣା ଅନେକ ସ୍ଥାନରୁ ନଜର ଆସିବା ପରେ ଏବେ ନୂଆ ସରକାରଙ୍କ ଟାର୍ଗେଟ୍‌ରେ ରହିଛନ୍ତି ଏହି ସବୁ ଅଫିସର । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜସ୍ବ ବିଭାଗ ଏପରି ନିର୍ଦ୍ଦେଶ ଦେଇଛି । 

ଅଧିକ ପଢନ୍ତୁ: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍‌ କୁଟ୍ଟେ

ବଦଳି ନିର୍ଦ୍ଦେଶ ମାନୁ ନଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୭ରେ ବଦଳି ନିର୍ଦ୍ଦେଶ ବାହାରିଥିଲେ ବି ନିର୍ଦ୍ଦେଶନାମାକୁ ମାନିନାହାନ୍ତି ଓଏଏସ ଅଧିକାରୀ । ତେଣୁ ସରକାର ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । 

Advertisment

ଅଧିକ ପଢନ୍ତୁ: ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ! ୩ ଗିରଫ, ଘାଣ୍ଟୁଛି ସିବିଆଇ

OAS Govt Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ